ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ ଓଆର୧୮ ଏ ୬୩୩୬ ନମ୍ବର୍ ବିଶିଷ୍ଟ ଏକ ଅଲ୍ଟୋ କାର ରାସ୍ତା ପାର୍ଶ୍ୱ ଆମ୍ବ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ଗୋଲୂର ପଞ୍ଚାୟତ ଗୋଲୂର ଗ୍ରାମର ଲବ ଖରା ଓ କୁଡ଼ୁବ ଗ୍ରାମର ଅନନ୍ତ ପାଙ୍ଗି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଗୁରୁବାର ମଧ୍ୟରାତ୍ରିରେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ବଡ ଧରଣର ଶବ୍ଦ ଶୁଣି ଏଏସଓ ହେମନ୍ତ କୁମାର ସାମଲଙ୍କ ନେତେତ୍ୱାଧିନ ଦଳ ରାସ୍ତା କଡ଼ରେ ଏକ ଅଲ୍ଟୋ କାର ଓଲଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ କାର ଭିତରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ନନ୍ଦପୁର ପୋଲିସ ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆ ଓ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ପ୍ରାଥମିକ ତଦନ୍ତରୁ ମୃତକ ଦୁଇ ଜଣ ଟ୍ରେନରେ ଜଗଦଲପୁର ଯାଇ ସେଠାରୁ ଓଡ଼ିଶା ନମ୍ବର୍ ବିଶିଷ୍ଟ ଏହି ସେକେଣ୍ଡ ହ୍ୟାଣ୍ଡ ଅଲ୍ଟୋ କାରଟିକୁ କିଣି ଫେରୁଥିଲେ। କିନ୍ତୁ ନିଜ ଘରକୁ ପହଞ୍ଚିବା ପୂର୍ବରୁ ଏଭଳି ଅଘଟଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତଦେହ ଆଜି ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri