ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍‌ ନୋବେଲ

ଷ୍ଟକ୍‌ହୋମ୍‌, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍‌ଭିଚୁକ୍‌ଙ୍କୁ ଚଳିତ ବର୍ଷର ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍‌ ନୋବେଲ ପ୍ରାଇଜ୍‌ ନାମରେ ପରିଚିତ ଏହି ପୁରସ୍କାର ପ୍ରଥମ ଥର ପାଇଁ ୟୁକ୍ରେନ୍‌ ହାତକୁ ଯାଇଛି। ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ୍‌ ମୁଖ୍ୟ ଓଲେସ୍କାଣ୍ଡ୍ରା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମାଜିକ ନ୍ୟାୟର ଜଣେ ଅଗ୍ରଦୂତ। ଦୀର୍ଘ ଏକ ଦଶନ୍ଧି ଧରି ସେ ୟୁକ୍ରେନ୍‌ର ସିଭିଲ ସୋସାଇଟି ଓ ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ରୁଷିଆର ଆକ୍ରମଣ ପରେ ଯୁଦ୍ଧ ଅପରାଧ ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ଅନେକ ପଦକ୍ଷେପ ନେଇଛନ୍ତି। ଗୁରୁବାର ଷ୍ଟକ୍‌ହୋମ୍‌ରେ ଓଲେସ୍କାଣ୍ଡ୍ରାଙ୍କୁ ଚଳିତ ବର୍ଷର ବିଜେତା ଘୋଷଣା କରାଯାଇଛି। ସେହିପରି ସୋମାଲିଆର ମାନବାଧିକାର କର୍ମୀ ଫର୍ଟୁନ୍‌ ଅଦାନ୍‌ ଏବଂ ଭେନେଜୁଏଲାର ଆଇଓ୍ବାର୍ଡ ଏଲ୍‌ମନ୍‌, ଉଗାଣ୍ଡାର ଆଫ୍ରିକା ଇନ୍‌ଷ୍ଟଚ୍ୟୁଟ୍‌ ଫର ଏନର୍ଜୀ ଗଭର୍ନାନ୍ସକୁ ମଧ୍ୟ ମନୋନୀତ କରାଯାଇଛି। ୧୯୮୦ ମସିହାରେ ଏହି ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ ଦିଆଯାଉଛି।

Share