ପୁଣି ଧର୍ମଘଟ, ତୈଳ ସଙ୍କଟ

ଭୁବନେଶ୍ୱର,୮।୧(ସୁନିତ୍‌ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରର ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩)ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଆହ୍ବାନ ଦିଆଯାଇଥିବା ରବିବାର ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି। ଧର୍ମଘଟ ସମୟରେ ସବୁ ଅଏଲ୍‌ କମ୍ପାନୀ ଡିପୋ ଅଫିସ୍‌କୁ ତେଲ ଯୋଗାଣ ବନ୍ଦ ରଖିବେ ବୋଲି ମହାସଂଘ ପକ୍ଷରୁ ଜଣାଇ ଦିଆଯାଇଛି। ତେବେ ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ ଦେଖାଦେବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। କାରଣ ୩ ଦିନ ହେଲା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମ ବିରୋଧରେ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲା। ଏଥିଯୋଗୁ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଶନିବାର ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ପେଟ୍ରୋଲ ପମ୍ପ ଡ୍ରାଏ ସମସ୍ୟା ଯୋଗୁ ବନ୍ଦ ରହିଥିଲା।
ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହାରର ଦିନକ ପରେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଦେଇଥିବା ଧର୍ମଘଟ ଡାକରା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଲୋକେ ପେଟ୍ରୋଲ, ଡିଜେଲ ନ ମିଳିବା ଆଶଙ୍କା କରି ପମ୍ପରେ ଲମ୍ବାଧାଡ଼ି କରି ଅଧିକ ପେଟ୍ରୋଲ, ଡିଜେଲ ଭର୍ତ୍ତି କରିବା ଆରମ୍ଭ କରିଦେଇଛନ୍ତି। ଏଥିଯୋଗୁ ସୋମବାର ସା ସୁଦ୍ଧା ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବ ବୋଲି ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି। ଅନ୍ୟପଟେ ଏଭଳି ବାରମ୍ବାର ଦିଆଯାଉଥିବା ବନ୍ଦ ଡାକରାକୁ ବ୍ୟବସାୟୀ ସଂଘଠାରୁ ଆରମ୍ଭ କରି ଅନ୍ୟ କେତେକ ସଂଘ ବିରୋଧ କରିଛନ୍ତି। ଆନ୍ଦୋଳନ ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ, ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ସଦୃଶ। ପୂର୍ବରୁ ଆଇପିସି ଦଫା ୧୦୪(କ) ଅନୁସାରେ ଚାଳକଙ୍କୁ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ଥିଲା। କେନ୍ଦ୍ରରେ ମୋଦି ସରକାର ଆସିଲା ପରେ ଆଇପିସିରେ ପରିବର୍ତ୍ତନ ଆଣି ବିଏନ୍‌ଏସ୍‌ କରିଛନ୍ତି। ସେଥିରେ ଚାଳକଙ୍କୁ ଅଧିକ ଜେଲ ଜରିମାନା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରର ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାଖ୍ୟାନ କରୁଛି। ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ। ଅନ୍ୟଥା ଆଗାମୀ ଦିନରେ ସାରା ଦେଶରେ ଆନ୍ଦୋଳନ ହେବ। ଏହି ପରିପ୍ରେକ୍ଷୀରେ ମହାସଂଘ ଚାହୁଁଛି ରାଜ୍ୟ ସରକାର ଡ୍ରାଇଭରଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ। କିନ୍ତୁ ରାଜ୍ୟ ସରକାର ଯଦି ପୋଲିସ ଲଗାଇ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତେବେ ବୁଝିବାକୁ ପଡ଼ିବ ରାଜ୍ୟ ସରକାର କୌଣସି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁନାହାନ୍ତି ବୋଲି ଜନାର୍ଦ୍ଦନ କହିଛନ୍ତି।
ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍‌ ବହୁତ କମି ଯାଇଥିଲା। ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇଥିଲା। ତେବେ ଶନିବାର ସାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫ରୁ ୩୦% ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି। ରବିବାର ସତ୍ତ୍ୱେ ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି। କିନ୍ତୁ ସୋମବାରଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ସା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ। ତେଣୁ ତେଲ ଯୋଗାଣ ସ୍ବାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ କହିଛି। ରାଜ୍ୟ ବସ୍‌ ଓନର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ସବୁଦିନ ଏମିତି ଲଗାତର ଭାବେ ଧର୍ମଘଟ କରି ଲୋକଙ୍କୁ ହଇରାଣ କରିବା ଠିକ୍‌ ହେଉନାହିଁ। ବସ୍‌ ଓନର୍ସ ଆସୋସିଏଶନ ଏହାକୁ ସମର୍ଥନ କରୁନାହିଁ। ଯଦି ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ସଂଘ ଭିତରେ ଠିକ୍‌ ସହଯୋଗ ରହୁନି, ତା’ର ଅର୍ଥ କ’ଣ ବାରମ୍ବାର ଧର୍ମଘଟ ଚାଲିବ। ଯଦି ଆନ୍ଦୋଳନ କରିବେ ଦିଲ୍ଲୀରେ ଯାଇ କରନ୍ତୁ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଉ। ବହୁ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। କାହା ଘରେ ରୋଗୀ ଅଛନ୍ତି, ଆମ୍ବୁଲାନ୍ସ ଯାଉଛି, ଗାଡ଼ି ଚଳାଚଳ ଏପରି ବାଧାପ୍ରାପ୍ତ କରି ଲୋକଙ୍କୁ ହଇରାଣ କରିବା ଠିକ୍‌

ନୁହେଁ ବୋଲି ସେ କହିଛନ୍ତି। କଟକ ବଣିକ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ, ଏଭଳି ବାରମ୍ବାର ଧର୍ମଘଟ ଏବଂ ବନ୍ଦ ଡାକରା ସିଧାସଳଖ ଜନଜୀବନ ଉପରେ ପ୍ରଭାବ ପକାଇବ। ଗୋଟିଏ ଦିନ ପାଇଁ ରାଜ୍ୟରେ ଡ୍ରାଇଭର ଭାଇମାନଙ୍କ ଷ୍ଟିୟୟିଂ ଛାଡ଼ ଆନ୍ଦୋଳନ ଯୋଗୁ କଟକ ମାଲଗୋଦାମ ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା। ଏବେ ଯଦି ପୁଣିଥରେ ତେଲ ଡିପୋ ବନ୍ଦ କରିଦିଆଯାଏ ବହୁ ପେଟ୍ରୋଲ ପମ୍ପ ବନ୍ଦ ହେବା ଯୋଗୁ କେବଳ ମାଲ୍‌ଗୋଦାମ ନୁହେଁ ସାଧାରଣ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri