ପୁଣି ଧର୍ମଘଟ, ତୈଳ ସଙ୍କଟ

ଭୁବନେଶ୍ୱର,୮।୧(ସୁନିତ୍‌ ମିଶ୍ର): ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରର ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩)ରେ ଗାଡ଼ି ଚାଳକଙ୍କ ପାଇଁ କରାଯାଇଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଆହ୍ବାନ ଦିଆଯାଇଥିବା ରବିବାର ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି। ଧର୍ମଘଟ ସମୟରେ ସବୁ ଅଏଲ୍‌ କମ୍ପାନୀ ଡିପୋ ଅଫିସ୍‌କୁ ତେଲ ଯୋଗାଣ ବନ୍ଦ ରଖିବେ ବୋଲି ମହାସଂଘ ପକ୍ଷରୁ ଜଣାଇ ଦିଆଯାଇଛି। ତେବେ ବନ୍ଦ ଡାକରା ପରେ ରାଜ୍ୟରେ ପେଟ୍ରୋଲ, ଡିଜେଲ ସଙ୍କଟ ଦେଖାଦେବା ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। କାରଣ ୩ ଦିନ ହେଲା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ଜେଲ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ନିୟମ ବିରୋଧରେ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଡାକରା ଦେଇଥିଲା। ଏଥିଯୋଗୁ ପେଟ୍ରୋଲ, ଡିଜେଲ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଶନିବାର ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଅଧିକାଂଶ ପେଟ୍ରୋଲ ପମ୍ପ ଡ୍ରାଏ ସମସ୍ୟା ଯୋଗୁ ବନ୍ଦ ରହିଥିଲା।
ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହାରର ଦିନକ ପରେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ଦେଇଥିବା ଧର୍ମଘଟ ଡାକରା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଲୋକେ ପେଟ୍ରୋଲ, ଡିଜେଲ ନ ମିଳିବା ଆଶଙ୍କା କରି ପମ୍ପରେ ଲମ୍ବାଧାଡ଼ି କରି ଅଧିକ ପେଟ୍ରୋଲ, ଡିଜେଲ ଭର୍ତ୍ତି କରିବା ଆରମ୍ଭ କରିଦେଇଛନ୍ତି। ଏଥିଯୋଗୁ ସୋମବାର ସା ସୁଦ୍ଧା ପମ୍ପଗୁଡ଼ିକରେ ତେଲ ଅଭାବ ଦେଖାଦେବ ବୋଲି ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି। ଅନ୍ୟପଟେ ଏଭଳି ବାରମ୍ବାର ଦିଆଯାଉଥିବା ବନ୍ଦ ଡାକରାକୁ ବ୍ୟବସାୟୀ ସଂଘଠାରୁ ଆରମ୍ଭ କରି ଅନ୍ୟ କେତେକ ସଂଘ ବିରୋଧ କରିଛନ୍ତି। ଆନ୍ଦୋଳନ ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ଯେ, ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ସଦୃଶ। ପୂର୍ବରୁ ଆଇପିସି ଦଫା ୧୦୪(କ) ଅନୁସାରେ ଚାଳକଙ୍କୁ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ଥିଲା। କେନ୍ଦ୍ରରେ ମୋଦି ସରକାର ଆସିଲା ପରେ ଆଇପିସିରେ ପରିବର୍ତ୍ତନ ଆଣି ବିଏନ୍‌ଏସ୍‌ କରିଛନ୍ତି। ସେଥିରେ ଚାଳକଙ୍କୁ ଅଧିକ ଜେଲ ଜରିମାନା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରର ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାଖ୍ୟାନ କରୁଛି। ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ। ଅନ୍ୟଥା ଆଗାମୀ ଦିନରେ ସାରା ଦେଶରେ ଆନ୍ଦୋଳନ ହେବ। ଏହି ପରିପ୍ରେକ୍ଷୀରେ ମହାସଂଘ ଚାହୁଁଛି ରାଜ୍ୟ ସରକାର ଡ୍ରାଇଭରଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ। କିନ୍ତୁ ରାଜ୍ୟ ସରକାର ଯଦି ପୋଲିସ ଲଗାଇ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତେବେ ବୁଝିବାକୁ ପଡ଼ିବ ରାଜ୍ୟ ସରକାର କୌଣସି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁନାହାନ୍ତି ବୋଲି ଜନାର୍ଦ୍ଦନ କହିଛନ୍ତି।
ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ୍‌ ବହୁତ କମି ଯାଇଥିଲା। ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇଥିଲା। ତେବେ ଶନିବାର ସାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫ରୁ ୩୦% ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି। ରବିବାର ସତ୍ତ୍ୱେ ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି। କିନ୍ତୁ ସୋମବାରଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ସା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ। ତେଣୁ ତେଲ ଯୋଗାଣ ସ୍ବାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ କହିଛି। ରାଜ୍ୟ ବସ୍‌ ଓନର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ସବୁଦିନ ଏମିତି ଲଗାତର ଭାବେ ଧର୍ମଘଟ କରି ଲୋକଙ୍କୁ ହଇରାଣ କରିବା ଠିକ୍‌ ହେଉନାହିଁ। ବସ୍‌ ଓନର୍ସ ଆସୋସିଏଶନ ଏହାକୁ ସମର୍ଥନ କରୁନାହିଁ। ଯଦି ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ସଂଘ ଭିତରେ ଠିକ୍‌ ସହଯୋଗ ରହୁନି, ତା’ର ଅର୍ଥ କ’ଣ ବାରମ୍ବାର ଧର୍ମଘଟ ଚାଲିବ। ଯଦି ଆନ୍ଦୋଳନ କରିବେ ଦିଲ୍ଲୀରେ ଯାଇ କରନ୍ତୁ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଉ। ବହୁ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। କାହା ଘରେ ରୋଗୀ ଅଛନ୍ତି, ଆମ୍ବୁଲାନ୍ସ ଯାଉଛି, ଗାଡ଼ି ଚଳାଚଳ ଏପରି ବାଧାପ୍ରାପ୍ତ କରି ଲୋକଙ୍କୁ ହଇରାଣ କରିବା ଠିକ୍‌

ନୁହେଁ ବୋଲି ସେ କହିଛନ୍ତି। କଟକ ବଣିକ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ, ଏଭଳି ବାରମ୍ବାର ଧର୍ମଘଟ ଏବଂ ବନ୍ଦ ଡାକରା ସିଧାସଳଖ ଜନଜୀବନ ଉପରେ ପ୍ରଭାବ ପକାଇବ। ଗୋଟିଏ ଦିନ ପାଇଁ ରାଜ୍ୟରେ ଡ୍ରାଇଭର ଭାଇମାନଙ୍କ ଷ୍ଟିୟୟିଂ ଛାଡ଼ ଆନ୍ଦୋଳନ ଯୋଗୁ କଟକ ମାଲଗୋଦାମ ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା। ଏବେ ଯଦି ପୁଣିଥରେ ତେଲ ଡିପୋ ବନ୍ଦ କରିଦିଆଯାଏ ବହୁ ପେଟ୍ରୋଲ ପମ୍ପ ବନ୍ଦ ହେବା ଯୋଗୁ କେବଳ ମାଲ୍‌ଗୋଦାମ ନୁହେଁ ସାଧାରଣ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri