ଏନ୍‌ଜିଟିଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଅଧିକାରୀ

ଭୁବନେଶ୍ୱର ୫।୫ (ବ୍ୟୁରୋ): ନୂଆପଲ୍ଲୀ ସ୍ଥିତ ହଜ ପୋଖରୀକୁ ନେଇ ବିବାଦ ଥମିବାର ନଁା ଧରୁନି। ୬ମାସ ଅର୍ଥାତ୍‌ ସେପ୍ଟେମ୍ବର ୨୬ ମଧ୍ୟରେ ପୋଖରୀ ଓ ୧୦ ନମ୍ବର ପ୍ରାକୃତିକ ନାଳରୁ ସମସ୍ତ ଜବରଦଖଲ ହଟାଇବା, ୨ ମାସ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନିର୍ମିତ ହୋଇଥିବା ଶନି ମନ୍ଦିରକୁ ଭାଙ୍ଗିବାକୁ ମାର୍ଚ୍ଚ ୧୭ ତାରିଖରେ ବିଏମ୍‌ସି ଏବଂ ବିଡିଏକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହା ମଧ୍ୟରେ ୧ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଏମ୍‌ସି କିମ୍ବା ବିଡିଏ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅପରପକ୍ଷେ ଜବରଦଖଲକାରୀମାନେ ସ୍ଥାନୀୟ ନେତାଙ୍କ ଦ୍ୱାରା ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଏଭଳି କରୁଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ସି, ବିଡିଏ ଅଧିକାରୀମାନେ ଏନ୍‌ଜିଟି ଦେଇଥିବା ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ବ୍ଲାଇଣ୍ଡ ଆସୋସିଏସନ୍‌ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ଦାବି କରାଯିବା ସହ ମେ’ ଶେଷ ସୁଦ୍ଧା କୌଣସି ବିଭାଗ ଏନେଇ ପଦକ୍ଷେପ ନ ନେଲେ ସେପ୍ଟେମ୍ବର ମାସରେ ବିଏମ୍‌ସି କମିଶନର, ବିଡିଏ ଚେୟାରମ୍ୟାନ ଓ ଡ୍ରେନେଜ ଡିଭିଜନର ଇଞ୍ଜିନିୟରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ବେଞ୍ଚରେ ପିଟିଶନ ଦାଖଲ କରିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଚେତାବନୀ ଦେଇଛନ୍ତି।
ଏନ୍‌ଜିଟି, କୋଲକାତା ବେଞ୍ଚରେ ୨୦୨୨ ମାର୍ଚ୍ଚ ୩୦ ତାରିଖରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ, ନଟବର ସାମନ୍ତରାୟ ଓ ନିତ୍ୟାନନ୍ଦ ବେହେରା ମାମଲା ଦାଖଲ କରିଥିଲେ। ମାମଲା ଅନୁଯାୟୀ, ବେହେରାସାହିରେ ସରକାରୀ ଖାତା ନଂ ୩୮୪, ପ୍ଲଟ୍‌ ନଂ-୩୫୫ରେ ୭ଏକର ବିଶିଷ୍ଟ ଜଳାଶୟ ବା ହ୍ରଦ ଥିଲା। ସମୟକ୍ରମେ ଉକ୍ତ ଜଳାଶୟ ଉପରେ ଜବରଦଖଲ କରାଯାଇ ସେଠାରେ ଧାର୍ମିକ ଅନୁଷ୍ଠାନ ନିର୍ମାଣ, ବିଲ୍‌ଡରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ପାଇଁ ୬୦ ଫୁଟର ରାସ୍ତା ଆଦି ତିଆରି କରାଯାଇଛି। ଫଳରେ ୭ଏକର ବିଶିଷ୍ଟ ହ୍ରଦ ଏବେ ୪.୫ ଏକର ରହିଛି। ୨.୫ଏକର ଜାଗା ହରାଇବା ପରେ ହ୍ରଦର ଜଳଧାରଣ କ୍ଷମତା କମିଯାଇଛି। ଫଳରେ ବର୍ଷାଋତୁରେ ନୟାପଲ୍ଲୀ ବେହେରାସାହିରେ ରାସ୍ତାଉପରେ ୩/୪ ଫୁଟ ପାଣି ଜମି ରହୁଛି। ଏନେଇ ବିଏମ୍‌ସି, ବିଡିଏ ଏବଂ ସାଧାରଣ ପ୍ରଶାସନ ବିଭାଗରେ ସୂଚନା ଅଧିକାର କର୍ମୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ଫଳ ନ ମିଳିବାରୁ ୨୦୧୮ରେ ଉଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିଲେ। ମାତ୍ର ବାରମ୍ବାର କୋର୍ଟଙ୍କ ଆଦେଶକୁ ଅବମାନନା କରି କେସ୍‌କୁ ବନ୍ଦ କରାଯାଇଥିଲା। ଫଳରେ ଏହାର ସ୍ଥାୟୀ ସମାଧାନ ପାଇଁ ଏନ୍‌ଜିଟିରେ ମାମଲା ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଶୁଣାଣି ହେବାଫଳରେ ବିଏମ୍‌ସି, ବିଡିଏ, ରାଜ୍ୟ ପ୍ରଦୂ୍ୟଷଣ ନିୟନ୍ତ୍ରଣ ବୋର୍ଡ, ସାଧାରଣ ପ୍ରଶାସନ ବିଭାଗ, ଡ୍ରେନେଜ ଡିଭିଜନ ଆଦି ୧୩ଜଣଙ୍କୁ ନୋଟିସ କରାଯାଇଥିଲା। ସେପ୍ଟେମ୍ବର ୨୬ରେ ପରବର୍ତ୍ତୀ ଶୁଣାଣି ରଖାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଜଳାଶୟ ଜମିରେ ସରକାରୀ ଯୋଜନାରୁ ବ୍ୟୟହୋଇ ୩୦ ଡିସିମିଲ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶନି ମନ୍ଦିରକୁ ୨ମାସ ମଧ୍ୟରେ ଭାଙ୍ଗିବା, ଉକ୍ତ ହ୍ରଦ ଜମିରୁ ୨ଶହ ଡିସିମିଲ ଜାଗା ଜବରଦଖଲ କରିଥିବା ଜଣେ ମହିଳାଙ୍କ ଠାରୁ ଜମି ଆଣିବା, ୨୦୨୨ ନଭେମ୍ବର ୧୯ରେ ବିଏମ୍‌ସି ଦେଇଥିବା ସତ୍ୟପାଠ ଅନୁଯାୟୀ ୬ମାସ ମଧ୍ୟରେ ହ୍ରଦରୁ ନିର୍ଗତ ହୋଇଥିବା ୧୦ନମ୍ବର ଡ୍ରେନ୍‌ର ପୂର୍ବସ୍ଥିତି ଫେରାଇ ଆଣିବା ସହ ଡ୍ରେନ୍‌ର ଉଭୟ ପାର୍ଶ୍ୱରେ ସିମେଣ୍ଟ କଂକ୍ରିଟ କାନ୍ଥ କରିବା, ଉଭୟପଟେ ତାରଜାଲି ଲଗାଇବା, ବେହେରାସାହି ବିପରୀତ ରୋଡ୍‌ରେ ଥିବା ହୋଟେଲରୁ ବାହାରୁଥିବା ଜଳ ମୁଖ୍ୟ ଡ୍ରେନ୍‌ରେ ମିଶୁଛି। ଏହି ଜଳରେ ଆବଶ୍ୟକତା ପରିମାଣଠାରୁ ଅଧିକ କ୍ଷତିକାରଣ ତତ୍ତ୍ୱ ଥିବାରୁ ରାଜ୍ୟ ପ୍ରଦୂ୍ୟଷଣ ନିୟନ୍ତ୍ରଣ ବୋର୍ଡକୁ ସମ୍ପୃକ୍ତ ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri