ଏନ୍‌ଜିଟିଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଅଧିକାରୀ

ଭୁବନେଶ୍ୱର ୫।୫ (ବ୍ୟୁରୋ): ନୂଆପଲ୍ଲୀ ସ୍ଥିତ ହଜ ପୋଖରୀକୁ ନେଇ ବିବାଦ ଥମିବାର ନଁା ଧରୁନି। ୬ମାସ ଅର୍ଥାତ୍‌ ସେପ୍ଟେମ୍ବର ୨୬ ମଧ୍ୟରେ ପୋଖରୀ ଓ ୧୦ ନମ୍ବର ପ୍ରାକୃତିକ ନାଳରୁ ସମସ୍ତ ଜବରଦଖଲ ହଟାଇବା, ୨ ମାସ ମଧ୍ୟରେ ସମ୍ପୃକ୍ତ ସ୍ଥାନରେ ନିର୍ମିତ ହୋଇଥିବା ଶନି ମନ୍ଦିରକୁ ଭାଙ୍ଗିବାକୁ ମାର୍ଚ୍ଚ ୧୭ ତାରିଖରେ ବିଏମ୍‌ସି ଏବଂ ବିଡିଏକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହା ମଧ୍ୟରେ ୧ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଏମ୍‌ସି କିମ୍ବା ବିଡିଏ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅପରପକ୍ଷେ ଜବରଦଖଲକାରୀମାନେ ସ୍ଥାନୀୟ ନେତାଙ୍କ ଦ୍ୱାରା ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଏଭଳି କରୁଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ସି, ବିଡିଏ ଅଧିକାରୀମାନେ ଏନ୍‌ଜିଟି ଦେଇଥିବା ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ବ୍ଲାଇଣ୍ଡ ଆସୋସିଏସନ୍‌ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ଦାବି କରାଯିବା ସହ ମେ’ ଶେଷ ସୁଦ୍ଧା କୌଣସି ବିଭାଗ ଏନେଇ ପଦକ୍ଷେପ ନ ନେଲେ ସେପ୍ଟେମ୍ବର ମାସରେ ବିଏମ୍‌ସି କମିଶନର, ବିଡିଏ ଚେୟାରମ୍ୟାନ ଓ ଡ୍ରେନେଜ ଡିଭିଜନର ଇଞ୍ଜିନିୟରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ବେଞ୍ଚରେ ପିଟିଶନ ଦାଖଲ କରିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଚେତାବନୀ ଦେଇଛନ୍ତି।
ଏନ୍‌ଜିଟି, କୋଲକାତା ବେଞ୍ଚରେ ୨୦୨୨ ମାର୍ଚ୍ଚ ୩୦ ତାରିଖରେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ, ନଟବର ସାମନ୍ତରାୟ ଓ ନିତ୍ୟାନନ୍ଦ ବେହେରା ମାମଲା ଦାଖଲ କରିଥିଲେ। ମାମଲା ଅନୁଯାୟୀ, ବେହେରାସାହିରେ ସରକାରୀ ଖାତା ନଂ ୩୮୪, ପ୍ଲଟ୍‌ ନଂ-୩୫୫ରେ ୭ଏକର ବିଶିଷ୍ଟ ଜଳାଶୟ ବା ହ୍ରଦ ଥିଲା। ସମୟକ୍ରମେ ଉକ୍ତ ଜଳାଶୟ ଉପରେ ଜବରଦଖଲ କରାଯାଇ ସେଠାରେ ଧାର୍ମିକ ଅନୁଷ୍ଠାନ ନିର୍ମାଣ, ବିଲ୍‌ଡରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ପାଇଁ ୬୦ ଫୁଟର ରାସ୍ତା ଆଦି ତିଆରି କରାଯାଇଛି। ଫଳରେ ୭ଏକର ବିଶିଷ୍ଟ ହ୍ରଦ ଏବେ ୪.୫ ଏକର ରହିଛି। ୨.୫ଏକର ଜାଗା ହରାଇବା ପରେ ହ୍ରଦର ଜଳଧାରଣ କ୍ଷମତା କମିଯାଇଛି। ଫଳରେ ବର୍ଷାଋତୁରେ ନୟାପଲ୍ଲୀ ବେହେରାସାହିରେ ରାସ୍ତାଉପରେ ୩/୪ ଫୁଟ ପାଣି ଜମି ରହୁଛି। ଏନେଇ ବିଏମ୍‌ସି, ବିଡିଏ ଏବଂ ସାଧାରଣ ପ୍ରଶାସନ ବିଭାଗରେ ସୂଚନା ଅଧିକାର କର୍ମୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ଫଳ ନ ମିଳିବାରୁ ୨୦୧୮ରେ ଉଚ୍ଚ ନ୍ୟାୟାଳୟରେ ମାମଲା ଦାଖଲ କରିଥିଲେ। ମାତ୍ର ବାରମ୍ବାର କୋର୍ଟଙ୍କ ଆଦେଶକୁ ଅବମାନନା କରି କେସ୍‌କୁ ବନ୍ଦ କରାଯାଇଥିଲା। ଫଳରେ ଏହାର ସ୍ଥାୟୀ ସମାଧାନ ପାଇଁ ଏନ୍‌ଜିଟିରେ ମାମଲା ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଶୁଣାଣି ହେବାଫଳରେ ବିଏମ୍‌ସି, ବିଡିଏ, ରାଜ୍ୟ ପ୍ରଦୂ୍ୟଷଣ ନିୟନ୍ତ୍ରଣ ବୋର୍ଡ, ସାଧାରଣ ପ୍ରଶାସନ ବିଭାଗ, ଡ୍ରେନେଜ ଡିଭିଜନ ଆଦି ୧୩ଜଣଙ୍କୁ ନୋଟିସ କରାଯାଇଥିଲା। ସେପ୍ଟେମ୍ବର ୨୬ରେ ପରବର୍ତ୍ତୀ ଶୁଣାଣି ରଖାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଜଳାଶୟ ଜମିରେ ସରକାରୀ ଯୋଜନାରୁ ବ୍ୟୟହୋଇ ୩୦ ଡିସିମିଲ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଶନି ମନ୍ଦିରକୁ ୨ମାସ ମଧ୍ୟରେ ଭାଙ୍ଗିବା, ଉକ୍ତ ହ୍ରଦ ଜମିରୁ ୨ଶହ ଡିସିମିଲ ଜାଗା ଜବରଦଖଲ କରିଥିବା ଜଣେ ମହିଳାଙ୍କ ଠାରୁ ଜମି ଆଣିବା, ୨୦୨୨ ନଭେମ୍ବର ୧୯ରେ ବିଏମ୍‌ସି ଦେଇଥିବା ସତ୍ୟପାଠ ଅନୁଯାୟୀ ୬ମାସ ମଧ୍ୟରେ ହ୍ରଦରୁ ନିର୍ଗତ ହୋଇଥିବା ୧୦ନମ୍ବର ଡ୍ରେନ୍‌ର ପୂର୍ବସ୍ଥିତି ଫେରାଇ ଆଣିବା ସହ ଡ୍ରେନ୍‌ର ଉଭୟ ପାର୍ଶ୍ୱରେ ସିମେଣ୍ଟ କଂକ୍ରିଟ କାନ୍ଥ କରିବା, ଉଭୟପଟେ ତାରଜାଲି ଲଗାଇବା, ବେହେରାସାହି ବିପରୀତ ରୋଡ୍‌ରେ ଥିବା ହୋଟେଲରୁ ବାହାରୁଥିବା ଜଳ ମୁଖ୍ୟ ଡ୍ରେନ୍‌ରେ ମିଶୁଛି। ଏହି ଜଳରେ ଆବଶ୍ୟକତା ପରିମାଣଠାରୁ ଅଧିକ କ୍ଷତିକାରଣ ତତ୍ତ୍ୱ ଥିବାରୁ ରାଜ୍ୟ ପ୍ରଦୂ୍ୟଷଣ ନିୟନ୍ତ୍ରଣ ବୋର୍ଡକୁ ସମ୍ପୃକ୍ତ ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri