ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍‌ଲିମ ବି କରନ୍ତି ପୂଜା

ଇସ୍‌ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ଜାଣନ୍ତୁ କିଛି ଭିନ୍ନ କଥା। ଯାହା କେବେ ଆଗରୁ ଜାଣି
ଭାରତରେ ଅନେକ ଶକ୍ତିପୀଠ ଥିବା ବେଳେ ଦେଶ ବାହାରେ ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ମଧ୍ୟ ରହିଛି ଶକ୍ତିପୀଠ। ଏହି ମନ୍ଦିରରେ କେବଳ ହିନ୍ଦୁ ନୁହନ୍ତି, ମୁସ୍‌ଲିମ୍‌ ଭଉଣୀଭାଇମାନେ ମଧ୍ୟ ଏହି ମନ୍ଦିରରେ ପୂଜା କରିଥାନ୍ତି। ପାକିସ୍ତାନର ବ୍ଲୁଚିସ୍ତାନସ୍ଥିତ ଏହି ପବିତ୍ର ମନ୍ଦିର ହିଙ୍ଗୁଳା ମାତାଙ୍କ ମନ୍ଦିର।
ପୌରାଣିକ ଅନୁଯାୟୀ, ଯେତେବେଳେ ଭଗବାନ ଶିବ ମାତା ସତୀଙ୍କ ମୃତ ଶରୀର ନିଜ କୋଳକୁ ନେଇଥିଲେ, ଏହି ସମୟରେ ବିଷ୍ଣୁ ଭଗବାନ ସତୀ ମାତାଙ୍କ ମୁଣ୍ଡ କାଟିବା ପାଇଁ ଚକ୍ର ପକାଇଥିଲେ। ଏହି ଚକ୍ର ସିଧା ଯାଇ ସତୀ ମାତାଙ୍କ ମୁଣ୍ଡ କାଟି ଦେଇଥିଲା। ମୁଣ୍ଡ କଟିବା ପରେ ମାତା ସତୀଙ୍କ ମୁଣ୍ଡ ସିଧା ପଡ଼ିଥିଲା ପୃଥିବୀ ଉପରେ। କୁହାଯାଏ, ପୃଥିବୀରେ ମାତାଙ୍କ ମୁଣ୍ଡ ଏହି ସ୍ଥାନରେ ପଡ଼ିଥିଲା। ପରେ ହିଙ୍ଗୁଳା ମାତାଙ୍କ ମନ୍ଦିର ନାମରେ ନାମିତ ହୋଇଥିଲା।
ହିଙ୍ଗୁଳା ମନ୍ଦିର ପାକିସ୍ତାନର ବ୍ଲୁଚିସ୍ତାନରୁ ୧୨୦ କିଲୋମିଟର ଦୂର ହିଙ୍ଗୁଳ ନଦୀ କୂଳରେ ଅବସ୍ଥିତ। ପ୍ରାୟ ୫ଟି ଶକ୍ତିପୀଠ ମଧ୍ୟରେ ଏହି ସ୍ଥାନର ନାମ ସାମିଲ ରହିଛି। ପାକିସ୍ତାନ ବିଭାଜନ ପୂର୍ବରୁ ଭାରତର ପଶ୍ଚିମ ସୀମା ଆଫଗାନିସ୍ତାନ ଏବଂ ଇରାନ ପର୍ଯ୍ୟନ୍ତ ଥିଲା। ସେତେବେଳେ ହିଙ୍ଗଲାଜ ମନ୍ଦିର ହିନ୍ଦୁମାନଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ଥିଲା। ଖାଲି ଏତିକି ନୁହେଁ, ଏଠାକାର ମୁସ୍‌ଲିମ ସମ୍ପଦ୍ରାୟର ଲୋକମାନେ ମଧ୍ୟ ମା’ ହିଙ୍ଗୁଳା ଦେବୀଙ୍କ ପୂଜା କରୁଥିଲେ। ଏହି ସମ୍ପ୍ରଦାୟର ଲୋକମାନେ ହିଙ୍ଗୁଳା ମାତାଙ୍କୁ ନାନି କହି ଲାଲ କପଡ଼ା, ଧୂପ, ମହମବତୀ ଆଦି ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏହି ସ୍ଥାନକୁ ‘ନାନି ପୀର’ ମଧ୍ୟ କୁହାଯାଏ। ନବରାତ୍ରି ସମୟରେ ଏଠାରେ ବିରାଟ ମେଳାର ଆୟୋଜନ ହୋଇଥାଏ। ମାତ୍ର ଚଳିତବର୍ଷ କରୋନା ପାଇଁ ଏହା ବନ୍ଦ ରହିଛି।

Share