୭୫ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ

ମସ୍କୋ,୨୭।୯: ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ହ୍ବିସିଲ୍‌ବ୍ଲୋୟର ଏଡ୍‌ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରାଯାଇଛି। ୨୦୧୩ରେ ସ୍ନୋଡେନ୍‌ କେତେକ ଗୋପନ ଫାଇଲ୍‌ ପ୍ରଘଟ କରିବା ଫଳରେ ଆମେରିକାର ନ୍ୟାଶନାଲ ସିକ୍ୟୁରିଟି ଏଜେନ୍ସି (ଏନ୍‌ଏସ୍‌ଏ) ପକ୍ଷରୁ ବିଭିନ୍ନ ଦେଶରେ ଚାଲିଥିବା ଗୋପନ ସର୍ଭିଲେନ୍ସ ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ୩୯ ବର୍ଷୀୟ ସ୍ନୋଡେନ୍‌ ଆମେରିକା ଛାଡ଼ି ରୁଷିଆରେ ଶରଣ ନେଇଥିଲେ। ଗୁପ୍ତଚରଗିରି ମାମଲାରେ ବିଚାରର ସମ୍ମୁଖୀନ ହେବା ଲାଗି ଆମେରିକା କର୍ତ୍ତୃପକ୍ଷ ତାଙ୍କୁ ନିଜ ଦେଶକୁ ଫେରାଇନେବାକୁ ଚାହୁଁଥିଲା ବେଳେ ପୁଟିନ୍‌ ତାଙ୍କୁ ନିଜ ଦେଶର ନାଗରିକତ୍ୱ ପ୍ରଦାନ କରିଛନ୍ତି।

Share