ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ: ଶୁଟିଂ ସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ନିଜର ଉଚ୍ଚକୋଟୀର ଅଭିନୟରେ ସେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ ଅନେକ ଜାଣନ୍ତି। ଚଳଚ୍ଚିତ୍ରକୁ ଛାଡ଼ିଲେ ଅନେକ ଧାରାବାହିକରେ କାମ କରିଛନ୍ତି ଆଲୋକ। ‘ରିସ୍ତେ, ସପନା ବାବୁଲ କା, ବିଦାୟୀ, ୟହାଁ ମେ ଘର ଘର ଖେଲି ଏବଂ ୟେ ରିସ୍ତା କ୍ୟା କହଲାତା ହେ’ଆଦି ସିରିଏଲରେ ନଜର ଆସିଥିବା ଆଲୋକ ଏକଦା ତାଙ୍କ ବୋହୂଙ୍କ ପ୍ରେମରେ ପଡ଼ିଥିଲେ। ଏହା ରିଏଲ୍‌ରେ ନୁହେଁ ବରଂ ରିଲ୍‌ରେ।

ଧାରାବାହିକ ‘ବୁନିଆଦ’ରେ ଆଲୋକଙ୍କ ବୋହୂ ଭୂମିକାରେ ନଜର ଆସିଥିଲେ ନୀନା ଗୁପ୍ତା। ଆଲୋକଙ୍କ ଚରିତ୍ରର ନାମ ଥିଲା ମାଷ୍ଟର ହବେଲି। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା। କିଛିଦିନ ପର୍ଯ୍ୟନ୍ତ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସେ। ମାତ୍ର ଏହା ବେଶି ଦିନ ଚାଲି ନ ଥିଲା। ପରେ ଉଭୟ ଅଲଗା ହୋଇଯାଇଥିଲେ।

କେତେବେଳେ ଅଭିନୟ ତ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମା ପାଲଟୁଥିବା ଆଲୋକଙ୍କ ନାମ #ମିଟୁ ମୁଭ୍‌ମେଣ୍ଟରେ ବି ସାମ୍ନାକୁ ଆସିଛି। ଟେଲିଭିଜନ ପ୍ରଯୋଜକ ବିନ୍ତା ନନ୍ଦା ତାଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri