Posted inଜାତୀୟ

ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ମାମଲାରେ ନୂଆମୋଡ଼

ଲକ୍ଷ୍ନୌ,୨୯।୮: ପ୍ରେମ ସମ୍ପର୍କ ଏବଂ ଦୁର୍ନୀତି ସମେତ ଅନେକ ଗୁରୁତର ଅଭିଯୋଗରେ ଘେରି ରହିଥିବା ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କୁ ଆଶ୍ୱସ୍ତି ମିଳିଛି। ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ତାଙ୍କ ବିରୋଧରେ ସ୍ବାମୀ ଆଲୋକ ମୌର୍ଯ୍ୟ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ତଦନ୍ତ କମିଟି ସମ୍ମୁଖରେ ଆଲୋକ ଏହି ବିଷୟରେ ଏକ ଆବେଦନ ଦାଖଲ କରିଥିଲେ। କମିଟି ଏକ କିମ୍ବା ଦୁଇ ଦିନ ମଧ୍ୟରେ ବିଭାଗୀୟ କମିଶନରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ।
ଜ୍ୟୋତିଙ୍କ ବିରୋଧରେ ଦୁର୍ନୀତି ସହ ଜଡିତ ହେବା ସହିତ ଆଲୋକ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ସରକାରଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ସରକାରଙ୍କ ନିର୍ଦ୍ଦେଶରେ ବିଭାଗୀୟ କମିଶନର ବିଜୟ ବିଶ୍ୱ ପନ୍ତ ଅତିରିକ୍ତ କମିଶନର ଅମୃତ ଲାଲ ବିନ୍ଦଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଅନୁସନ୍ଧାନ କମିଟି ଗଠନ କରିଥିଲେ।
କମିଟି ପୂର୍ବରୁ ଅଗଷ୍ଟ ୯ରେ ପଚରାଉଚରା ପାଇଁ ଆଲୋକଙ୍କୁ ଡାକିଥିଲା। ସେହି ସମୟରେ ବିବୃତ୍ତି ରେକର୍ଡ କରିବା ଏବଂ ପ୍ରମାଣ ଯୋଗାଇବା ପାଇଁ ଆଲୋକ ୨୦ ଦିନ ସମୟ ମାଗିଥିଲେ। ଏହା ପରେ ୨୮ ଅଗଷ୍ଟରେ ଆଲୋକଙ୍କୁ ଡକାଗଲା। ଏହି କ୍ରମରେ ଆଲୋକ କମିଟି ନିକଟରେ ହାଜର ହୋଇଥିଲେ। କିନ୍ତୁ ବିବୃତ୍ତି ରେକର୍ଡ କରିବା ଏବଂ ଅଭିଯୋଗ ସପକ୍ଷରେ ପ୍ରମାଣ ପ୍ରଦାନ କରିବା ପରିବର୍ତ୍ତେ ସେ ସଦସ୍ୟମାନଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରିଥିଲେ। ଏଥିରେ ଲେଖାଥିଲା ଯେ, ସେ ବିନା କୌଣସି ଚାପରେ ଅଭିଯୋଗ ପ୍ରତ୍ୟାହାର କରୁଛନ୍ତି। ଏହା ବ୍ୟତୀତ ସେ କିଛି କହିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ଜ୍ୟୋତି ମୌର୍ଯ୍ୟଙ୍କୁ ପଚରାଉଚରା ପାଇଁ ଡକାଯିବ ନାହିଁ କିମ୍ବା ଏହା ଉପରେ ମଧ୍ୟ ସେ ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି ଯେ, ଜ୍ୟୋତିଙ୍କୁ ପ୍ରଶ୍ନ କରିବା ପାଇଁ କୌଣସି ଆଧାର ବାକି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri