ଶାହାରୁଖ୍‌ଙ୍କ ‘ପଠାନ’ ପାଇଁ ଟଙ୍କାଟିଏ ନେଲେନି ସଲମାନ୍‌: କହିଲେ ଭାଇ ପାଇଁ…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଦୀର୍ଘଦିନ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି। ଫିଲ୍ମ ‘ପଠାନ’ ପାଇଁ ଏବେ ସେ ଚର୍ଚ୍ଚାରେ। ଏଥିରେ ଶାହାରୁଖ୍‌ଙ୍କ ସମେତ ସଲମାନ୍‌ ଖାନ୍‌ଙ୍କୁ ମଧ୍ୟ ଏକ ଛୋଟିଆ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଦୁଇ କଳାକାରଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ତେବେ ଫିଲ୍ମରେ ସଲମାନ୍‌ଙ୍କ ଅତିଥି ଚରିତ୍ରକୁ ନେଇ ଏକ ନୂଆ କଥା ଶୁଣିବାକୁ ମିଳୁଛି।
ଆଦିତ୍ୟ ଚୋପ୍ରାଙ୍କ ଏହି ଫିଲ୍ମରେ ୧୦ ଦିନର ଅତିଥି ଚରିତ୍ର ପାଇଁ ସଲମାନ୍‌ କଠିନ ପରିଶ୍ରମ କରୁଛନ୍ତି। ତେବେ ସଲମାନ୍‌ ‘ପଠାନ’ ପାଇଁ କୌଣସି ପାଉଣା ନେବେ ନାହିଁ ବୋଲି ଶୁଣିବାକୁ ମିଳୁଛି। ଅର୍ଥାତ୍‌ ସଲମାନ୍‌ ଶାହାରୁଖ୍‌ଙ୍କ ଏହି ଫିଲ୍ମ ପାଇଁ କିଛି ଅର୍ଥ ନେବେ ନାହିଁ। ଏ ନେଇ ସଲମାନ୍‌ କହିଛନ୍ତି, ଶାହାରୁଖ୍‌ ଭାଇଙ୍କ ଭଳି। ମୁଁ ତାଙ୍କ ପାଇଁ କିଛି ବି କରିବି।
ଫିଲ୍ମରେ ଶାହାରୁଖ୍‌ଙ୍କୁ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ଅଭିନେତ୍ରୀ ସାଜିଛନ୍ତି ଦୀପିକା ପାଦୁକୋନ। ଜନ୍‌ ଅବ୍ରାହମ୍‌ଙ୍କୁ ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଦେଖିବାକୁ ମିଳିବ।

Share