ଘୋଷଣା ହେଲା ‘ବିଗ୍ ବସ୍‌-୧୪’ ଗ୍ରାଣ୍ଡ ପ୍ରିମିୟରର ତାରିଖ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ରିୟଲିଟି ଶୋ’ ‘ବିଗ୍ ବସ୍‌-୧୪’ ଅପେକ୍ଷାର ଅନ୍ତ ଘଟିଛି । ଏହା ଖୁବ୍ ନିକଟରେ ଅନ୍‌ଏୟାର ହେବ ବୋଲି ଘୋଷଣା କରାଯାଇଛି । ଏଥର ବି ମେକର୍ସ ଏଣ୍ଟରଟେନମେଣ୍ଟକୁ ଖୁବ୍ ଗୁରୁତ୍ୱ ଦେଇଛନ୍ତି । କଲର୍ସ ଟେଲିଭିଜନ ତା’ର ଅଫିସିଆଲ୍ ଆନାଉନ୍ସମେଣ୍ଟରେ କହିଛି ‘ବିଗ୍ ବସ୍‌-୧୪’ର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୩ରେ ହେବ । କଲର୍ସର ଟୁଇଟର ହ୍ୟାଣ୍ଡେଲରେ ଏହାର ନୂଆ ପ୍ରମୋ ଜାରି କରାଯାଇଛି । ଅକ୍ଟୋବର ୩ ଅର୍ଥାତ୍ ଶନିବାର ଏହା ସମସ୍ତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କଲର୍ସ ଟେଲିଭିଜନ ଆଶା ରଖିଛି । ପ୍ରମୋରେ ସଲମାନ ମାସ୍କ ପିନ୍ଧିଥିବା ଦେଖାଯାଇଛି । ଆଉ ସେ ଖୁମ୍ ମଜା ବି କରୁଛନ୍ତି । ହେଲେ ଏହି ଶୋ’ରେ କେଉଁମାନେ ଭାଗ ନେଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share