ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ଫୋନ୍‌ କରନ୍ତି ସଲମାନ

ଅଭିନେତ୍ରୀ ଲାରା ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି । ‘ବେଲ୍ବଟମ’ ଫିଲ୍ମରେ ଶେଷଥର ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରେ ସେ ସଲମାନ ଖାନଙ୍କ ଅଭ୍ୟାସ ବିଷୟରେ କହିଥିଲେ, ଯାହା ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ ବୋଲି ଲାରା କହଥିଲେ।
୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ଲାରା ସଲମାନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସେ କହିଥିଲେ, ସଲମାନ ରାତି ଅଧରେ ତାଙ୍କୁ ନିଦରୁ ଉଠାନ୍ତି। ସେ ଏହି ଅଭ୍ୟାସ ବଦଳାଇ ନାହାନ୍ତି। ମଧ୍ୟ ରାତିରେ ସେ ଲାରାଙ୍କୁ ଫୋନ କରନ୍ତି ଏବଂ ଲାରା ତାଙ୍କ ଫୋନ ଉଠାନ୍ତି।

Share