ନାଁ ବଦଳାଇପାରନ୍ତି ଅଲ୍ଲୁ

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ରହିଛି। ବକ୍ସ ଅଫିସରେ ‘ପୁଷ୍ପା ୨’ ଫିଲ୍ମ ସୁପର ଡୁପର ହିଟ୍‌ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ନିକଟରେ ଅଲ୍ଲୁ ନିଜର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘କୋଇମୋଇ’ ଏବଂ ‘ସିନେ ଜୋଶ’ର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ତାଙ୍କ ନାମ ସାମାନ୍ୟ ବଦଳାଇବାକୁ ନେଇ ଏବେ ଚିନ୍ତା କରୁଛନ୍ତି। ଜଣେ ଅଙ୍କ ଜ୍ୟୋତିଷଙ୍କ ପରାମର୍ଶ ଆଧାରରେ ଅଲ୍ଲୁ ନିଜ ନାମର ଇଂଲିଶ ସ୍ପେଲିଂକୁ ବଦଳାଇବା ସହ ୨ଟି ଇଂଲିଶ ଆଲ୍‌ଫାବେଟ ‘ୟୁ’ ଏବଂ ୨ଟି ଇଂଲିଶ ଆଲ୍‌ଫାବେଟ ‘ଏନ୍‌’କୁ କିପରି ଯୋଡ଼ାଯିବ ସେନେଇ ଚିନ୍ତା କରୁଛନ୍ତି। ଅଲ୍ଲୁ ନିଜର ସଫଳତାକୁ ଆହୁରି ବଢ଼ାଇବା ସହ ତାଙ୍କ କ୍ୟାରିୟରକୁ ଅଧିକ ମଜଭୁତ କରିବା ପାଇଁ ନିଜ ନାମର ସ୍ପେଲିଂକୁ ବଦଳାଇବାକୁ ଚିନ୍ତା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ରିପୋର୍ଟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅଲ୍ଲୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହାନ୍ତି। ଆଗାମୀ ଦିନରେ ଅଲ୍ଲୁଙ୍କୁ ଏଟଲିଙ୍କ ନିର୍ଦ୍ଦେଶିତ ‘ଏଏ୨୨’ ଫିଲ୍ମରେ ଦେଖିବାକୁ ମିଳିବ। ଆସନ୍ତା ୮ରେ ଅଲ୍ଲୁଙ୍କ ଜନ୍ମଦିନ ଅବସରରେ ଉକ୍ତ ଫିଲ୍ମରେ ତାଙ୍କ ଲୁକ୍‌ ଉପରୁ ପରଦା ଉଠିପାରେ ବୋଲି ସିନେ ସମୀକ୍ଷକମାନେ କଳ୍ପନାଜଳ୍ପନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ଆଉ ଫେରିବି କି ନାହିଁ ଜାଣିନାହିଁ: ହଠାତ୍‌ ବ୍ରେକ୍‌ ନେଲେ ନେହା

ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍‌ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ,...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

କରିସ୍ମା କପୁରଙ୍କୁ ସୁପ୍ରିମକୋର୍ଟ ଦେଲେ ଏମିତି ଆଦେଶ: ଦେବାକୁ ପଡ଼ିବ…

ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଏହି ହାଇ-ପ୍ରୋଫାଇଲ ଆଇନଗତ ଲଢ଼େଇ ସୁପ୍ରିମକୋର୍ଟରେ...

ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ଧନୁଷ-ମୃଣାଳ ଠାକୁର! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri