ଖାଲି ପୁଷ୍ପା ନୁହେଁ, ଅଲ୍ଲୁ ଅର୍ଜ୍ଜୁନଙ୍କ ଏହି ୮ ଫିଲ୍ମ ବି ହୋଇଛି ହିଟ୍‌

ମୁମ୍ବାଇ: ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍‌ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରାଇଛି।

ଆର୍ଯ୍ୟ: ଏହି ଫିଲ୍ମଟି ଆର୍ଯ୍ୟ ନାମକ ଜଣେ ଯୁବକଙ୍କ କାହାଣୀ। ଯିଏ ପ୍ରେମିକାଙ୍କୁ ତାଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଛାତରୁ ଡେଇଁବାକୁ ଧମକ ଦେଇଥିଲେ। ଖୁବ୍‌ଶୀଘ୍ର ଆର୍ଯ୍ୟ ତାଙ୍କୁ ପ୍ରସ୍ତାବ ଦେଲେ କିନ୍ତୁ ସେ ଅନିଚ୍ଛା ପ୍ରକାଶ କଲେ। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୁ ମେହେଟ୍ଟା, ସୁନୀଲ, ଶିବ ବାଲାଜୀ, ରାଜନ ପି ଦେବ ଏବଂ ବେଣୁ ମାଧବ ମଧ୍ୟ ଅଭିନୟ କରିଛନ୍ତି। ଆର୍ଯ୍ୟ-୨ ମଧ୍ୟ ଆସିଥିଲା । ଏହାକୁ ବି ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ।

ସେହିପରି ଅଲ୍ଲୁ ଅର୍ଜ୍ଜୁନଙ୍କ ଆଉ ଏକ ଫିଲ୍ମ ହେଉଛି ଆଲା ବୈକୁଣ୍ଠପୁରମୁଲୋ। ଏହି ଫିଲ୍ମରେ ଏମିତ୍ର ଏକ ଭୂମିକାରେ ଅଭିନୟ କରିଥିଲେ ଯିଏ କି ତାଙ୍କ ଜନ୍ମର ସତ୍ୟତା ଜାଣିଥିଲେ। ଏଥିରେ ଯୁବକ ଜଣକ କ୍ରମାଗତ ଭାବରେ ନିଜ ପିତାଙ୍କ ଅବମାନନାର ଶିକାର ହୋଇ ବଢ଼ିଥିଲେ। ଯେତେବେଳେ ସେ ତାଙ୍କର ପ୍ରକୃତ ପିତାମାତାଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ସେହି ପରିବାରରେ ନିଜ ପାଇଁ ଏକ ସ୍ଥାନ ତିଆରି କରିବାକୁ ସ୍ଥିର କରନ୍ତି ଯେଉଁଠାରେ ସେ ପ୍ରକୃତରେ ଅଟନ୍ତି। ତ୍ରିବିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୂଜା ହେଗଡେ, ନିଭଥା ପେଥୁରଜ, ଜୟରାମ, ସୁଶାନ୍ତ ଅନୁମୋଲୁ ଏବଂ ବୈଷ୍ଣବ ଚୈତନ୍ୟ ଅଭିନୟ କରିଛନ୍ତି।

ଏହା ବ୍ୟତୀତ ଏସ୍‌/ଓ ସତ୍ୟମୂର୍ତ୍ତି, ଦେଶମୁଦୁରୁ, ବେଦମ୍‌, ରେସ୍‌ ଗୁରମ, ସରାଇନୁଡୁ, ଜୁଲାଇ, ପୁଷ୍ପା ଦି ରାଇଜ୍‌ରେ ଅଲ୍ଲୁଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?