ଫିସ୍‌ ବଢାଇଲେ ଅଲ୍ଲୁ ଅର୍ଜୁନ, ଏବେ ଗୋଟିଏ ଫିଲ୍ମକୁ ନେବେ…

ସାଉଥ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଭାରତୀୟ ସିନେମାରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହେବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ନିକଟରେ ୩୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ମହାମାରୀ ସମୟରେ ଏତେ ରୋଜଗାର କରିବାର ଏକମାତ୍ର ଫିଲ୍ମ ହୋଇପାରିଛି। ଅଲ୍ଲୁ ଅର୍ଜୁନ ଏଟ୍‌ଲିଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଫିଲ୍ମଟି ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ହେବାକୁ ଯାଉଛି। ଏହି ପ୍ରଡକ୍ସନ ପୂର୍ବରୁ ୨.୦, ଏବଂ ଦରବାର୍‌ ଭଳି ଫିଲ୍ମ ନିର୍ମାଣ କରିଥିଲେ। ଲାଇକା ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ଅଲ୍ଲୁଙ୍କୁ ୧୦୦ କୋଟି ଟଙ୍କା ଅଫର ଦେଇଛନ୍ତି। ତେବେ, ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, ସମୟ ଆସିଲେ ଏହା ଜଣା ପଡିବ।
ଏଥି ସହିତ, ‘ପୁଷ୍ପା: ଦି ରାଇଜ’ର ଚମତ୍କାର ସଫଳତା ଅଲ୍ଲୁଙ୍କ ମେଗା ଷ୍ଟାରଡମ ଆହୁରି ବୃଦ୍ଧି ପାଇଛି। ଏଥି ସହିତ, ମକର ସଂକ୍ରାନ୍ତି ଅବସରରେ ଅଲ୍ଲୁ ଇନଷ୍ଟାଗ୍ରାମରେ ତାଙ୍କର ୧୫ ନିୟୁତ ଫଲୋଅର୍ସ ପୂରଣ କରିଥିଲେ। ‘ପୁଷ୍ପା ରାଜ’ ଭାବରେ ଅଲୁ ଅର୍ଜୁନ ଏବଂ ‘ଶ୍ରୀବାଲି’ର ଭୂମିକାରେ ରଶ୍ମିକା ମନ୍ଦନା ସମସ୍ତଙ୍କ ହୃଦୟ ଜିତିଛନ୍ତି ଏବଂ ଉଭୟଙ୍କ ଯାଦୁ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।

Share