ଆଜି ‘ପୁଷ୍ପା ଦ ରାଇଜ’, ‘୮୩’ର ପ୍ରିମିୟର, ଜାଣନ୍ତୁ କେଉଁ ଚ୍ୟାନେଲରେ ଦେଖିବେ…

ମୁମ୍ବାଇ: ୨୦୨୧ ବର୍ଷର ଦୁଇଟି ସୁପରଡୁପର ହିଟ୍‌ ଫିଲ୍ମ ‘ପୁଷ୍ପା ଦ ରାଇଜ’ ଏବଂ ‘୮୩’ଆଜି ଟିଭିରେ ପ୍ରସାରିତ ହେବ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଦର୍ଶକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଛୋଟ ପରଦାରେ ଆଲୁ ଅର୍ଜୁନ ଷ୍ଟାରର ‘ପୁଷ୍ପା ଦ ରାଇଜ’ର ହିନ୍ଦୀ ସଂସ୍କରଣ ଆସୁଛି। ଏଥିସହିତ ରଣବୀର ସିଂଙ୍କ ‘୮୩’ ଏହା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସୁଛି। ଏହି ଦୁଇଟି ଫିଲ୍ମ ବିଶ୍ୱ ଟେଲିଭିଜନ ପ୍ରିମିୟର୍‌ ମାର୍ଚ୍ଚ ୨୦ ରବିବାର ଅର୍ଥାତ୍‌ ଦେଖିବାକୁ ମିଳିବ।

ପୁଷ୍ପା ଗତ ୨୪ ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଏଥି ସହିତ ଗୋଟିଏ ସପ୍ତାହ ପରେ ରଣବୀର ସିଂଙ୍କ ‘୮୩’ ମଧ୍ୟ ମଇଦାନକୁ ଆସିଥିଲା। ଉଭୟ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ପୁଷ୍ପାକୁ ଅଧିକ ରେସ୍‌ପନ୍ସ ମିଳିଥିଲା। ଏହି ଦୁଇଟି ଫିଲ୍ମର ଆୟ ୧୦୮ କୋଟି ଥିଲା। କିନ୍ତୁ ପୁଷ୍ପା ଅନ୍ୟ ଭାଷାରେ ବହୁତ ରୋଜଗାର କରି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।

ଆଜି ଆକ୍ସନ ଏଣ୍ଟରଟେନର ପ୍ରସାରଣ ମନୀଷ ଶାହାଙ୍କ ଚ୍ୟାନେଲ ଢିଞ୍ଚକ ଟିଭିରେ ଫିଲ୍ମ ‘୮୩’ ରାତି ୮ଟାରେ ପ୍ରସାରିତ ହେବ। ସେହିପରି କବୀର ଖାନଙ୍କ ସ୍ପୋର୍ଟସ ପିରିୟଡ ଫିଲ୍ମ ଷ୍ଟାର ଗୋଲ୍ଡରେ ଦେଖିବାକୁ ମିଳିବ ‘ପୁଷ୍ପା ଦ ରାଇଜ’। ଏହା ମଧ୍ୟ ରାତି ୮ଟାରେ ପ୍ରସାରିତ ହେବ।

 

Share