ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ଲାଗି ଅଲ୍ଲୁ ଜିତିଲେ ଜାତୀୟ ପୁରସ୍କାର

ବମ୍ବେ: ୨୦୨୧ରେ ଫିଲ୍ମ ‘ପୁଷ୍ପା’ ଜରିଆରେ ଦର୍ଶକଙ୍କ ବାହାବାଃ ସାଉଁଟିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ଏହି ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ତାଙ୍କୁ ଏହି ସମ୍ମାନ ମିଳିଛି।

ମଙ୍ଗଳବାର ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସମସ୍ତ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଜାତୀୟ ଫିଲ୍ମ ପୁରସ୍କାର ଲାଗି ବିଜେତାମାନଙ୍କ ନାମ ଅଗଷ୍ଟ ୨୪ରେ ଜାରି କରାଯାଇଥିଲା। ଏଥିରେ ଅଲ୍ଲୁଙ୍କ ନାମ ଥିବା ଜଣାପଡ଼ଇଥିଲା। ତେବେ ଚୟନ ପରେ ତାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share