‘ପୁଷ୍ପା ୨’ ରିଲିଜ୍‌ ପୂର୍ବରୁ ‘ପୁଷ୍ପା ୩’ ନେଇ ଘୋଷଣା, ଅଲୁ ଅର୍ଜୁନ କଲେ କନଫର୍ମ

ମୁମ୍ବାଇ: ୨୦୨୧ରେ ଯେତେବେଳେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ୍‌ ହେଲା, ଫ୍ୟାନ୍ସ ଏଥିରେ ଦିଓ୍ବାନା ହୋଇଗଲେ। ସେତେବେଳେ ସମସ୍ତଙ୍କ ଓଠରେ ଏକମାତ୍ର ସଂଳାପ ବାରବାର ଶୁଣାଗଲା ‘ଝୁୁକେଗା ନେହି ଶାଲା’। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଲୁଙ୍କ ସହ ରଶ୍ମିକା ମନ୍ଦନା ବି ନଜର ଆସିଥିଲେ। ଲୋକେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଏହାକୁ ନିର୍ଦ୍ଦେଶନା ଦେଇଥିଲେ ସୁକୁମାର। ଫିଲ୍ମର ଏହି ଲୋକପ୍ରିୟତା ଦେଖି ନିର୍ମାତା ପୁଷ୍ପା ୨ ପ୍ରସ୍ତୁତ କରିଛନ୍ତି। ଆଗକୁ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏବେ ଏହାର ସୁଟିଂ ଜାରି ରହିଛି। ଏହାରି ଭିତରେ ଅଲୁ ନିଜ ଫ୍ୟାନ୍ସଙ୍କୁ ଆଉ ଏକ ବଡ ସରପ୍ରାଇଜ୍‌ ଦେଇଛନ୍ତି। ପୁଷ୍ପା ୨ ପୂର୍ବରୁ ପୁଷ୍ପା ୩ ଆସିବା ନେଇ ସେ ବଡ ଘୋଷଣା କରିଛନ୍ତି।

କହିରଖୁଛୁ କି, ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ‘ପୁଷ୍ପା ଦି ରାଇଜ’ର ସ୍କ୍ରିନିଂ ପାଇଁ ଫେବୃଆରୀ ୧୬ରେ ବର୍ଲିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ । ସେଠାରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଷ୍ପା ୩ ଆସିବା ନେଇ କନଫର୍ମ କରିଥିଲେ। ସେ କହିଥିଲେ, ଆପଣ ନିଶ୍ଚିତ ଭାବରେ ‘ପୁଷ୍ପା ୩’ ଆଶା କରିପାରିବେ। ଆମେ ଏହାକୁ ଫ୍ରାଞ୍ଚାଇଜ କରିବାକୁ ଚାହୁଁ। ଏଥିରୁ ଯାହା ସ୍ପଷ୍ଟ ହେଉଛି କି ପୁଷ୍ପା ୩ ଆସିବାରେ ବିଳମ୍ବ ହେବନାହିଁ।

Share