‘ପୁଷ୍ପା ୨’ ରିଲିଜ୍‌ ପୂର୍ବରୁ ‘ପୁଷ୍ପା ୩’ ନେଇ ଘୋଷଣା, ଅଲୁ ଅର୍ଜୁନ କଲେ କନଫର୍ମ

ମୁମ୍ବାଇ: ୨୦୨୧ରେ ଯେତେବେଳେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ ରିଲିଜ୍‌ ହେଲା, ଫ୍ୟାନ୍ସ ଏଥିରେ ଦିଓ୍ବାନା ହୋଇଗଲେ। ସେତେବେଳେ ସମସ୍ତଙ୍କ ଓଠରେ ଏକମାତ୍ର ସଂଳାପ ବାରବାର ଶୁଣାଗଲା ‘ଝୁୁକେଗା ନେହି ଶାଲା’। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଲୁଙ୍କ ସହ ରଶ୍ମିକା ମନ୍ଦନା ବି ନଜର ଆସିଥିଲେ। ଲୋକେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ। ଏହାକୁ ନିର୍ଦ୍ଦେଶନା ଦେଇଥିଲେ ସୁକୁମାର। ଫିଲ୍ମର ଏହି ଲୋକପ୍ରିୟତା ଦେଖି ନିର୍ମାତା ପୁଷ୍ପା ୨ ପ୍ରସ୍ତୁତ କରିଛନ୍ତି। ଆଗକୁ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏବେ ଏହାର ସୁଟିଂ ଜାରି ରହିଛି। ଏହାରି ଭିତରେ ଅଲୁ ନିଜ ଫ୍ୟାନ୍ସଙ୍କୁ ଆଉ ଏକ ବଡ ସରପ୍ରାଇଜ୍‌ ଦେଇଛନ୍ତି। ପୁଷ୍ପା ୨ ପୂର୍ବରୁ ପୁଷ୍ପା ୩ ଆସିବା ନେଇ ସେ ବଡ ଘୋଷଣା କରିଛନ୍ତି।

କହିରଖୁଛୁ କି, ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ‘ପୁଷ୍ପା ଦି ରାଇଜ’ର ସ୍କ୍ରିନିଂ ପାଇଁ ଫେବୃଆରୀ ୧୬ରେ ବର୍ଲିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ । ସେଠାରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଷ୍ପା ୩ ଆସିବା ନେଇ କନଫର୍ମ କରିଥିଲେ। ସେ କହିଥିଲେ, ଆପଣ ନିଶ୍ଚିତ ଭାବରେ ‘ପୁଷ୍ପା ୩’ ଆଶା କରିପାରିବେ। ଆମେ ଏହାକୁ ଫ୍ରାଞ୍ଚାଇଜ କରିବାକୁ ଚାହୁଁ। ଏଥିରୁ ଯାହା ସ୍ପଷ୍ଟ ହେଉଛି କି ପୁଷ୍ପା ୩ ଆସିବାରେ ବିଳମ୍ବ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri