୫୩ ମୃତବ୍ୟକ୍ତିଙ୍କ ନାମରେ ଉଠାଯାଉଥିଲା ଭତ୍ତା

କାଲିମେଳା,୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ତଥା ଜନଶୁଣାଣି ଶିବିର ପଞ୍ଚାୟତ ସମିତି ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ନାୟକ, ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକ୍ଷୀ, ବିଡିଓ ରାମକୃଷ୍ଣ ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ସାମଲ, ବ୍ଲକ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ମହାପାତ୍ର, ଏପିଓ ମନୋଜ ବିଡିକା, ବ୍ଲକ ସାମାଜିକ କର୍ମୀ ମୁରଲୀ କ୍ରିଷ୍ଣା, ଜିଲା ପରିଷଦ ସଭ୍ୟ ସୁରଭି ଭୌମିକଙ୍କ ସହ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆର୍‌ଏସ୍‌, ବିଭାଗର ଅଧିକାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଜନଶୁଣାଣିରେ ବ୍ଲକର ୮ଟି ପଞ୍ଚାୟତରେ ଚାଲିଥିବା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ବାବଦରେ ଆଲୋଚନା ହୋଇଥିଲା। ବ୍ଳକରେ ଭତ୍ତା ପାଉଥିବା ୫୩ଜଣ ହିତାଧିକାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କୁ ଭତ୍ତା ବଣ୍ଟନ କରାଯାଉଥିବା ଏହି ସମୀକ୍ଷାରୁ ଜଣାପଡ଼ିଥିଲା। ଉଣ୍ଡରୁକୋଣ୍ଡା ପଞ୍ଚାୟତ ସେହି ଗ୍ରାମର ଗଙ୍ଗୀ ମାଡକାମି ୧୮ା୪ା୨୦୨୨ରେ ମୃତ୍ୟୁବରଣ କରିଥିଲେ ସୁଦ୍ଧା ସେ ଏଯାବତ୍‌ ଭତ୍ତା ପାଉଥିଲେ। ତାଙ୍କ ଭତ୍ତା କାର୍ଡ ନମ୍ବର ଓଆର୍‌-ଏସ୍‌ -୦୪୬୮୨୧୭୬। ସେହିପରି ଉଣ୍ଡରୁକୋଣ୍ଡା ଗ୍ରାମର ଭୀମା ପଡିଆମିି ୮ା୧୨ା୨୧ରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କୁ ମଧ୍ୟ ଏଯାଏ ଭତ୍ତା ମିଳୁଛି । ପଡ଼ିଆ ପଞ୍ଚାୟତର ରାଜା ମାଡକାମି, ସୁବାରାଓ ପାଣ୍ଡି, ଏମ୍‌ପିଭି-୪୮ ଗ୍ରାମର ପୂର୍ଣ୍ଣିମା ମଣ୍ଡଳଙ୍କ ଭଳି ମୋଟ ୫୩ ଜଣ ମୃତବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ତଥ୍ୟରୁ ଜଣାପଡ଼ିଛି। ଏହି ଭତ୍ତା ଟଙ୍କାକୁ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଧ୍ୟ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଜନଶୁଣାଣିରୁ ସ୍ପଷ୍ଟ ହୋଇଛି। ମୋ ପୋଖରୀ ଯୋଜନା, ଚାଷ ଜମି ସମତଳ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ଅର୍ଥ ବାଟମାରଣା ହୋଇଛି। ପଡ଼ିଆ ପଞ୍ଚାୟତ ବେଟୀ ସୁକୁରାଙ୍କ ମୋ ପୋଖରୀ ଯୋଜନାରେ ଧାର୍ଯ୍ୟ ଅର୍ଥଠାରୁ ଅଧିକ ୩୨,୮୮୭ ଟଙ୍କା ପୈଠ କରାଯାଇଛି l ସେହିପରି ଗୋଲାଗୁଡ଼ା ଗ୍ରାମରେ ୨୦ଟି ଚାଷଜମି ସମତଳ କରିବା ପାଇଁ ଧାର୍ଯ୍ୟ ଅର୍ଥଠାରୁ ୭୪,୭୫୪ ଟଙ୍କା ଅଧିକ ପ୍ରଦାନ କରାଯାଇଥିବା ଜଣାପଡ଼ିଛି l ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟାକେଲଗୁଡ଼ା ଗ୍ରାମରେ ୨୦ଟି ଜମି ସମତଳ ପାଇଁ ଧାର୍ଯ୍ୟ ଅର୍ଥଠାରୁ ଅଧିକ ୮୧୨୨ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆଇଟିଡିଏ ପକ୍ଷରୁ ଶିମିଳିବାଞ୍ଛା ପଞ୍ଚାୟତ ଭାଲମପାଥି ଗ୍ରାମରେ ଓଟିଏଲ୍‌ପି ଦ୍ୱାରା କାଜୁ ଚାରାରୋପଣ ପାଇଁ ୩ ହଜାର ଚାରା ଲାଗିବାକୁ ଥିବାବେଳେ ମାତ୍ର ଗୋଟିଏ ଗଛ ରହିଛି। ଏ ବାବଦରେ ୨୮ ଲକ୍ଷ ୫୬ ହଜାର ଟଙ୍କା ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୨୭ ହାଜର ୫୫୭ ଟଙ୍କା ଉଠାଣ କରାଯାଇଛି। ଉକ୍ତ କାର୍ଯ୍ୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ସ୍ଥାନୀୟ ଜବ୍‌କାର୍ଡଧାରୀଙ୍କ ଦ୍ୱାରା କରାଯିବା ବ୍ୟବସ୍ଥା ଥିବା ବେଳେ ଜିଲା ବାହାରୁ ଶ୍ରମିକ ଆଣି କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକରେ ଲାଇନ ବିଭାଗ ପକ୍ଷରୁ ହେଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟଗୁଡ଼ିକର ଫଳକ ଲଗା ନ ଯାଇ ବିଲ୍‌ ପ୍ରସ୍ତୁତ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବ୍ଲକରେ ଲାଇନ ବିଭାଗ ପକ୍ଷରୁ ହେଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟଗୁଡ଼ିକର ଫଳକ ଲଗା ନ ଯାଇ ବିଲ୍‌ ପ୍ରସ୍ତୁତ କରି ଅର୍ଥ ହଡ଼ପ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ଅତିରିକ୍ତ ଜିଲାପାଳ ଗୁରୁତର ସହ ଗ୍ରହଣ କରି ବିଡିଓଙ୍କୁ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଉଣ୍ଡରୁକୋଣ୍ଡା ଓ ଗିରକାନପାଲି ପିଇଓ ଏନ୍‌. ହୃଷୀକେଶ ରାଓଙ୍କୁ ବେଷ୍ଟ ପିଇଓ, ବେଷ୍ଟ ଯନ୍ତ୍ରୀ ଭାବେ ବାପନପଲି ପଞ୍ଚାୟତର କାମିନୀକାନ୍ତ ସିଓ, ବେଷ୍ଟ ଜିଆର୍‌ଏସ୍‌ ଭାବେ ସେହି ପଞ୍ଚାୟତର ଏଲ୍‌. ତ୍ରିନାଥଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri