ବିନା ଟେଣ୍ଡରରେ ଜାଗା ଆବଣ୍ଟନ:ବଡ଼ ଡିଲ୍‌ ଅଭିଯୋଗ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧ ଭାବେ ପରିଗଣିତ। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନକୁ ଏଥର ନୂଆ ଭାଜପା ସରକାର ୧୦ଲକ୍ଷ ଟଙ୍କାରୁ ୧କୋଟିକୁ ବୃଦ୍ଧି କରିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ବର୍ଷ ଅପେକ୍ଷା ଏଥର ଧନୁଯାତ୍ରା ମହୋତ୍ସବରେ ଅନେକ ନୂତନତ୍ୱ ଦେଖିବାକୁ ମିଳିଛି। ସାଜସଜ୍ଜା ଅତି ଆକର୍ଷଣୀୟ ହୋଇଛି। ଏହାକୁ ମଥୁରାବାସୀ ମଧ୍ୟ ସ୍ବାଗତ କରିଛନ୍ତି ଏବଂ ମହୋତ୍ସବର ପ୍ରଥମ ଦିବସରୁ ମଥୁରାନଗରୀରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। କିନ୍ତୁ ଏହି ମହୋତ୍ସବରେ ମୀନାବଜାର ପଡୁଥିବା ଜର୍ଜ ହାଇସ୍କୁଲ ପଡ଼ିଆ କେନ୍ଦ୍ରଭାଗରେ ଥିବା କିଛି ଅଂଶକୁ ବିନା ଟେଣ୍ଡରରେ ଆବଣ୍ଟନ କରାଯାଇଛି। ଏହାଦ୍ୱାରା ଧନୁଯାତ୍ରା ପରିଚାଳନାରେ ସ୍ବଚ୍ଛତାକୁ ନେଇ ନାନା ସନ୍ଦେହ ଉପୁଜିଛି। ଏହାକୁ ନେଇ ସ୍ଥାନୀୟ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ମଙ୍ଗଳବାର ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କୁ ଫେରାଦ ହୋଇଥିଲେ। ଉପଜିଲାପାଳ ପାଣ୍ଡେଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ (ଆସିଷ୍ଟାଣ୍ଟ କଲେକ୍ଟର) ଈପ୍‌ସିତା ମିଶ୍ର ସେମାନଙ୍କଠାରୁ ଏକ ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ମୀନାବଜାର ପଡ଼ିଆରେ କିଛିଅଂଶରେ ବିନା ଟେଣ୍ଡରରେ ଜମି ଆବଣ୍ଟନ ସହିତ ଅନ୍ୟ ଅବ୍ୟବସ୍ଥା ଉପରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଉପଜିଲାପାଳ ପାଣ୍ଡେଙ୍କୁ ପଚାରିବାରୁ ସେ କହିଥିଲେ, ପଡ଼ିଆର ଯେଉଁ ଜାଗା କଥା ଉଠୁଛି, ସେହି ଜାଗାରେ କଳାକୁଞ୍ଜ ଲାଗୁଥିଲା ଏବଂ ତାକୁ ଲୋକେ ମାଗଣାରେ ଦେଖୁଥିଲେ। କିନ୍ତୁ ସେହି ଜାଗାରେ ଯିଏ କଳାକୁଞ୍ଜ ଲଗାଉଥିଲେ, ସେ ଏଥର ରାଜି ହୋଇ ନ ଥିଲେ। ଫଳରେ ସମ୍ପୃକ୍ତ ଜାଗାକୁ ଧନୁଯାତ୍ରା ଟେଣ୍ଡର କମିଟିର ନିଷ୍ପତ୍ତି କ୍ରମେ ବର୍ଗଫୁଟ୍‌ ୧୦୭ଟଙ୍କା ହାରରେ ୩ଲକ୍ଷ ୨୫ହଜାର ଟଙ୍କା ମଧ୍ୟରେ ଦିଆଯାଇଛି ବୋଲି ପାଣ୍ଡେ କହିଥିଲେ। ତେବେ ମୀନାବଜାର ପଡ଼ିଆ ପାଇଁ ଟେଣ୍ଡର ଆହ୍ବାନ କରାଯାଉଥିବାବେଳେ ସମ୍ପୃକ୍ତ ସ୍ଥାନକୁ କାହିଁକି ସେହି ଟେଣ୍ଡରରେ ସାମିଲ କରାଗଲାନାହିଁ ଏବଂ ଯେଉଁଠି ମାଗଣା କଳାକୁଞ୍ଜ ଚାଲିଥିଲା, ସେହି ସ୍ଥାନକୁ ବିନା ଟେଣ୍ଡରରେ କାହା ସ୍ବାର୍ଥ ଏବଂ କେଉଁ ଅନୁକମ୍ପାରେ ବିନା ବିଜ୍ଞପ୍ତିରେ ଅନ୍ୟ ଜଣଙ୍କୁ ଦିଆଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ଯେଉଁ ଜାଗାକୁ ବିନା ଟେଣ୍ଡରରେ ୩ଲକ୍ଷ ୨୫ହଜାର ଟଙ୍କା ମଧ୍ୟରେ ଦିଆଯାଇଛି, ଟେଣ୍ଡରରେ ଦିଆଯାଇଥିଲେ ତାହା ଆହୁରି ଢ଼େର୍‌ ଅଧିକ ହୋଇଥାନ୍ତା ବୋଲି ଲୋକେ ମତ ରଖିଥିବାବେଳେ ଏଥିରେ ଏକ ବଡ଼ ଡିଲ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ମୀନାବଜାରରେ ପଡ଼ିଥିବା ଝୁଲା(ରେହେଟି), ଦୋଳିରେ ମଧ୍ୟ ଧାର୍ଯ୍ୟଦରରୁ ଅଧିକ ଦରରେ ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସଚେତନ ନାଗରିକ ମଞ୍ଚର ପ୍ରତିନିଧିମାନେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ଭେଟିଥିଲେ। ବିନା ଟେଣ୍ଡରରେ ଜମି ଆବଣ୍ଟନ ପ୍ରସଙ୍ଗ ସହିତ ଅନ୍ୟ ଅବ୍ୟବସ୍ଥା ନେଇ ପ୍ରତିନିଧିବୃନ୍ଦ ଜିଲା ଓକିଲ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ।
ଉଲ୍ଲେଖନୀୟ, ପଡ଼ିଆର ଯେଉଁ ଜାଗାକୁ ନେଇ ଏବେ କଥା ଉଠୁଛି, ସେହି ସ୍ଥାନ ବହୁବିଧ ସରକାରୀ ସେବା ଉଦ୍ଦେଶ୍ୟରେ ସଂରକ୍ଷିତ ରହିଥାଏ ଏବଂ ପଡ଼ିଆର ଅନ୍ୟ ଜାଗାକୁ ଟେଣ୍ଡର ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ସଂରକ୍ଷିତ ଜାଗାରେ ପୋଲିସ ସୂଚନା କେନ୍ଦ୍ର, ଅଗ୍ନିଶମ ସେବାକେନ୍ଦ୍ର ସମେତ ଦର୍ଶକଙ୍କ ପାଇଁ ସେଲ୍ଫି ପଏଣ୍ଟ ଏବଂ ମାଗଣା କଳାକୁଞ୍ଜ କରାଯାଇଥାଏ। କିନ୍ତୁ ସମ୍ପୃକ୍ତ ସ୍ଥାନରେ ଏବେ ତାହା ଦେଖିବାକୁ ମିଳି ନ ଥିବାବେଳେ ବିନା ଟେଣ୍ଡରରେ ସେହି ଜାଗାକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେଠାରେ ଯେଉଁସବୁ ଷ୍ଟଲ ଲାଗିଛି, ତାହା ମାଗଣା ନୁହେଁ, ସେଠାରେ ଚଢ଼ାଦରରେ ଟିକେଟ୍‌ ଶୋ ଚାଲିଛି ବୋଲି ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି। ଗୋଟିଏ ପଟେ ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ୧୦ଗୁଣା ବୃଦ୍ଧି କରିଥିବାବେଳେ ଅନ୍ୟପଟେ ଲୋକଙ୍କୁ ସେବା ଯୋଗାଇବା ଏବଂ ମାଗଣା କଳାକୁଞ୍ଜ ପାଇଁ ଯେଉଁ ସ୍ଥାନ ସଂରକ୍ଷିତ ଥିଲା, ସେହି ସ୍ଥାନକୁ ବିନା ଟେଣ୍ଡରରେ ଅନ୍ୟ ଜଣଙ୍କୁ ଯୋଗାଇବା ଏବଂ ସେଠାରେ ଟିକେଟ୍‌ ଶୋ ଚାଲିବା ଘଟଣା ଏଥର ଧନୁଯାତ୍ରାରେ ମୁଖ୍ୟଚର୍ଚ୍ଚାର ବିଷୟ ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟମରେ ସଚେତନ ନାଗରିକ ମଞ୍ଚର ଭବାନୀ ପ୍ରସାଦ ସାହୁ, ନିଖିଳ ପାଣିଗ୍ରାହୀ, କିଶୋର ସାହୁ, ମନୋହର ପ୍ରଧାନ, ଶୟନ ପଣ୍ଡା, ସୁଦାମ ସାହୁ, ଗଙ୍ଗା ପୂଝାରୀ, ଗୋବିନ୍ଦ ଶର୍ମା, ଜି.ଭି ରାଓ, ଲାଲା ଦୀପ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri