ବିନା ଟେଣ୍ଡରରେ ଜାଗା ଆବଣ୍ଟନ:ବଡ଼ ଡିଲ୍‌ ଅଭିଯୋଗ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧ ଭାବେ ପରିଗଣିତ। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନକୁ ଏଥର ନୂଆ ଭାଜପା ସରକାର ୧୦ଲକ୍ଷ ଟଙ୍କାରୁ ୧କୋଟିକୁ ବୃଦ୍ଧି କରିଛନ୍ତି। କେବଳ ସେତିକି ନୁହେଁ, ଅନ୍ୟ ବର୍ଷ ଅପେକ୍ଷା ଏଥର ଧନୁଯାତ୍ରା ମହୋତ୍ସବରେ ଅନେକ ନୂତନତ୍ୱ ଦେଖିବାକୁ ମିଳିଛି। ସାଜସଜ୍ଜା ଅତି ଆକର୍ଷଣୀୟ ହୋଇଛି। ଏହାକୁ ମଥୁରାବାସୀ ମଧ୍ୟ ସ୍ବାଗତ କରିଛନ୍ତି ଏବଂ ମହୋତ୍ସବର ପ୍ରଥମ ଦିବସରୁ ମଥୁରାନଗରୀରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। କିନ୍ତୁ ଏହି ମହୋତ୍ସବରେ ମୀନାବଜାର ପଡୁଥିବା ଜର୍ଜ ହାଇସ୍କୁଲ ପଡ଼ିଆ କେନ୍ଦ୍ରଭାଗରେ ଥିବା କିଛି ଅଂଶକୁ ବିନା ଟେଣ୍ଡରରେ ଆବଣ୍ଟନ କରାଯାଇଛି। ଏହାଦ୍ୱାରା ଧନୁଯାତ୍ରା ପରିଚାଳନାରେ ସ୍ବଚ୍ଛତାକୁ ନେଇ ନାନା ସନ୍ଦେହ ଉପୁଜିଛି। ଏହାକୁ ନେଇ ସ୍ଥାନୀୟ ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ମଙ୍ଗଳବାର ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କୁ ଫେରାଦ ହୋଇଥିଲେ। ଉପଜିଲାପାଳ ପାଣ୍ଡେଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ (ଆସିଷ୍ଟାଣ୍ଟ କଲେକ୍ଟର) ଈପ୍‌ସିତା ମିଶ୍ର ସେମାନଙ୍କଠାରୁ ଏକ ସ୍ମାରକପତ୍ର ଗ୍ରହଣ କରିଥିଲେ। ସ୍ମାରକପତ୍ରରେ ମୀନାବଜାର ପଡ଼ିଆରେ କିଛିଅଂଶରେ ବିନା ଟେଣ୍ଡରରେ ଜମି ଆବଣ୍ଟନ ସହିତ ଅନ୍ୟ ଅବ୍ୟବସ୍ଥା ଉପରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଉପଜିଲାପାଳ ପାଣ୍ଡେଙ୍କୁ ପଚାରିବାରୁ ସେ କହିଥିଲେ, ପଡ଼ିଆର ଯେଉଁ ଜାଗା କଥା ଉଠୁଛି, ସେହି ଜାଗାରେ କଳାକୁଞ୍ଜ ଲାଗୁଥିଲା ଏବଂ ତାକୁ ଲୋକେ ମାଗଣାରେ ଦେଖୁଥିଲେ। କିନ୍ତୁ ସେହି ଜାଗାରେ ଯିଏ କଳାକୁଞ୍ଜ ଲଗାଉଥିଲେ, ସେ ଏଥର ରାଜି ହୋଇ ନ ଥିଲେ। ଫଳରେ ସମ୍ପୃକ୍ତ ଜାଗାକୁ ଧନୁଯାତ୍ରା ଟେଣ୍ଡର କମିଟିର ନିଷ୍ପତ୍ତି କ୍ରମେ ବର୍ଗଫୁଟ୍‌ ୧୦୭ଟଙ୍କା ହାରରେ ୩ଲକ୍ଷ ୨୫ହଜାର ଟଙ୍କା ମଧ୍ୟରେ ଦିଆଯାଇଛି ବୋଲି ପାଣ୍ଡେ କହିଥିଲେ। ତେବେ ମୀନାବଜାର ପଡ଼ିଆ ପାଇଁ ଟେଣ୍ଡର ଆହ୍ବାନ କରାଯାଉଥିବାବେଳେ ସମ୍ପୃକ୍ତ ସ୍ଥାନକୁ କାହିଁକି ସେହି ଟେଣ୍ଡରରେ ସାମିଲ କରାଗଲାନାହିଁ ଏବଂ ଯେଉଁଠି ମାଗଣା କଳାକୁଞ୍ଜ ଚାଲିଥିଲା, ସେହି ସ୍ଥାନକୁ ବିନା ଟେଣ୍ଡରରେ କାହା ସ୍ବାର୍ଥ ଏବଂ କେଉଁ ଅନୁକମ୍ପାରେ ବିନା ବିଜ୍ଞପ୍ତିରେ ଅନ୍ୟ ଜଣଙ୍କୁ ଦିଆଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ଯେଉଁ ଜାଗାକୁ ବିନା ଟେଣ୍ଡରରେ ୩ଲକ୍ଷ ୨୫ହଜାର ଟଙ୍କା ମଧ୍ୟରେ ଦିଆଯାଇଛି, ଟେଣ୍ଡରରେ ଦିଆଯାଇଥିଲେ ତାହା ଆହୁରି ଢ଼େର୍‌ ଅଧିକ ହୋଇଥାନ୍ତା ବୋଲି ଲୋକେ ମତ ରଖିଥିବାବେଳେ ଏଥିରେ ଏକ ବଡ଼ ଡିଲ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ମୀନାବଜାରରେ ପଡ଼ିଥିବା ଝୁଲା(ରେହେଟି), ଦୋଳିରେ ମଧ୍ୟ ଧାର୍ଯ୍ୟଦରରୁ ଅଧିକ ଦରରେ ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସଚେତନ ନାଗରିକ ମଞ୍ଚର ପ୍ରତିନିଧିମାନେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ଭେଟିଥିଲେ। ବିନା ଟେଣ୍ଡରରେ ଜମି ଆବଣ୍ଟନ ପ୍ରସଙ୍ଗ ସହିତ ଅନ୍ୟ ଅବ୍ୟବସ୍ଥା ନେଇ ପ୍ରତିନିଧିବୃନ୍ଦ ଜିଲା ଓକିଲ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ।
ଉଲ୍ଲେଖନୀୟ, ପଡ଼ିଆର ଯେଉଁ ଜାଗାକୁ ନେଇ ଏବେ କଥା ଉଠୁଛି, ସେହି ସ୍ଥାନ ବହୁବିଧ ସରକାରୀ ସେବା ଉଦ୍ଦେଶ୍ୟରେ ସଂରକ୍ଷିତ ରହିଥାଏ ଏବଂ ପଡ଼ିଆର ଅନ୍ୟ ଜାଗାକୁ ଟେଣ୍ଡର ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ସଂରକ୍ଷିତ ଜାଗାରେ ପୋଲିସ ସୂଚନା କେନ୍ଦ୍ର, ଅଗ୍ନିଶମ ସେବାକେନ୍ଦ୍ର ସମେତ ଦର୍ଶକଙ୍କ ପାଇଁ ସେଲ୍ଫି ପଏଣ୍ଟ ଏବଂ ମାଗଣା କଳାକୁଞ୍ଜ କରାଯାଇଥାଏ। କିନ୍ତୁ ସମ୍ପୃକ୍ତ ସ୍ଥାନରେ ଏବେ ତାହା ଦେଖିବାକୁ ମିଳି ନ ଥିବାବେଳେ ବିନା ଟେଣ୍ଡରରେ ସେହି ଜାଗାକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେଠାରେ ଯେଉଁସବୁ ଷ୍ଟଲ ଲାଗିଛି, ତାହା ମାଗଣା ନୁହେଁ, ସେଠାରେ ଚଢ଼ାଦରରେ ଟିକେଟ୍‌ ଶୋ ଚାଲିଛି ବୋଲି ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି। ଗୋଟିଏ ପଟେ ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ୧୦ଗୁଣା ବୃଦ୍ଧି କରିଥିବାବେଳେ ଅନ୍ୟପଟେ ଲୋକଙ୍କୁ ସେବା ଯୋଗାଇବା ଏବଂ ମାଗଣା କଳାକୁଞ୍ଜ ପାଇଁ ଯେଉଁ ସ୍ଥାନ ସଂରକ୍ଷିତ ଥିଲା, ସେହି ସ୍ଥାନକୁ ବିନା ଟେଣ୍ଡରରେ ଅନ୍ୟ ଜଣଙ୍କୁ ଯୋଗାଇବା ଏବଂ ସେଠାରେ ଟିକେଟ୍‌ ଶୋ ଚାଲିବା ଘଟଣା ଏଥର ଧନୁଯାତ୍ରାରେ ମୁଖ୍ୟଚର୍ଚ୍ଚାର ବିଷୟ ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟମରେ ସଚେତନ ନାଗରିକ ମଞ୍ଚର ଭବାନୀ ପ୍ରସାଦ ସାହୁ, ନିଖିଳ ପାଣିଗ୍ରାହୀ, କିଶୋର ସାହୁ, ମନୋହର ପ୍ରଧାନ, ଶୟନ ପଣ୍ଡା, ସୁଦାମ ସାହୁ, ଗଙ୍ଗା ପୂଝାରୀ, ଗୋବିନ୍ଦ ଶର୍ମା, ଜି.ଭି ରାଓ, ଲାଲା ଦୀପ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ଚାଷୀଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର,୧୩।୧(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର...

ଗଞ୍ଜାମ ସହରରେ ନିର୍ମାଣ  ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ।...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

ଚୋରି ରୋକିବାକୁ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଲାଗିଲା ସିସିଟିଭି

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍‌ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri