ଏଲୋପାଥିକ ଭର୍ସେସ ଆୟୁର୍ବେଦିକ: ରାମଦେବଙ୍କ ନାଁରେ ମାନହାନୀ ମାମଲା

ଡେରାଡୁନ,୨୬।୫: ଯୋଗଗୁରୁ ସ୍ବାମୀ ରାମଦେବଙ୍କ ବିବାଦ ଥମିବାର ନା ନେଉନି। ଏଲୋପାଥୀ ଓ ଡାକ୍ତରଙ୍କ ଉପରେ ବିବାଦୀୟ ବୟାନ ଦେଇ ଏବେ ସେ ବିବାଦୀୟ ଘେରକୁ ଚାଲି ଆସିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ଉତ୍ତରାଖଣ୍ଡ ପକ୍ଷରୁ ରାମଦେବ ବାବାଙ୍କ ନାଁରେ ମାନହାନୀ ମୋକଦ୍ଦମା ରୁଜୁ କରାଯାଇଛି। ବୁଧବାର ଆଇଏମ୍‌ଏ ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ ପଠାଯାଇଛି। ୧୫ ଦିନ ଭିତରେ ସ୍ବାମୀ ରାମଦେବ ନିଜ ବୟାନକୁ ଖଣ୍ଡନ କରି ଏକ ଭିଡିଓ ଓ ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିବାକୁ ଏହି ନୋଟିସରେ ଉଲ୍ଲେଖ କରାଯାଇଛି। ଯଦି ୧୫ଦିନ ଭିତରେ ରାମଦେବ କ୍ଷମାପ୍ରାର୍ଥନା ନ କରିନ୍ତି ତେବେ ତାଙ୍କ ବିରୋଧରେ ହଜାରେ କୋଟି ଟଙ୍କା ଦାବି କରାଯିବ। ଏତଦ୍‌ ବ୍ୟତୀତ ୭୨ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରୁ କରୋନିଲ କିଟ୍‌ର ବିଭ୍ରାନ୍ତିକର ବିଜ୍ଞାପନ ହଟାଇବାକୁ କୁହାଯାଇଛି। କାରଣ କୋଭିଡ ଟିକା ନେବା ପରେ କରୋନିଲର ପାର୍ଶ୍ୱପ୍ରତିକ୍ରିୟା ରହିଛି ବୋଲି ଦାବି କରାଯାଇଛି।

Share