ମେଣ୍ଟ: ତଥାପି ଚିତ୍ର ଅସ୍ପଷ୍ଟ

ଭୁବନେଶ୍ୱର,୧୫ା୩(ସୁନିତ୍‌ ମିଶ୍ର):ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଏନେଇ ଅଦ୍ୟାବଧି କିଛି ଚୂଡ଼ାନ୍ତ ହୋଇପାରି ନାହିଁ। ୪ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ଭାଜପା ରାଜ୍ୟ ନେତୃବୃନ୍ଦ ଗୁରୁବାର ଓଡ଼ିଶା ଫେରିବା ପରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ସମସ୍ତଙ୍କ ଧାରଣା ଥିଲା। ହେଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ରଖିଥିବା ମତ ମେଣ୍ଟ ଚିତ୍ରକୁ ଆହୁରି ଅସ୍ପଷ୍ଟ କରିଦେଇଛି। ତେବେ ମେଣ୍ଟ ନ ହେବା କଥା ସେ ଦୃଢ଼ତାର ସହ କହୁନାହାନ୍ତି। ସମାନଭାବେ ଗୁରୁବାର ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ମଧ୍ୟ ମେଣ୍ଟ ବିଷୟରେ କିଛି ସ୍ପଷ୍ଟ ହେବ ବୋଲି ଅନେକ ଭାବୁଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବୈଠକରେ କିଛି ଆଲୋଚନା ହୋଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ଓ ଜିଲା ପର୍ଯ୍ୟବେକ୍ଷକମାନେ ଜିଲାଓ୍ବାରି ସାଙ୍ଗଠନିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ରଣକୌଶଳ ଆଦି ଉପରେ ସବିଶେଷ ରିପୋର୍ଟ ଦେଇଥିବା ବିଷୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ମେଣ୍ଟ ପ୍ରସଙ୍ଗରେ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଏଡ଼ାଇଯାଇଛନ୍ତି। କିନ୍ତୁ ବୈଠକରୁ ଫେରିଥିବା କେତେଜଣ ବିଜେଡି ନେତା ମେଣ୍ଟ ହେବା ନିଶ୍ଚିତ ବୋଲି ମତ ରଖିଛନ୍ତି। ଏଭଳି ସ୍ଥିତିରେ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।
ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ମେଣ୍ଟ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଏହା ପରଠାରୁ ମେଣ୍ଟ ନେଇ ଦଳୀୟ ନେତାମାନେ କୌଣସି ସୂଚନା ପାଉ ନ ଥିବାବେଳେ ଗୁରୁବାର ଦ୍ୱିତୀୟ ଥର ବୈଠକ କରିବା ଲାଗି ବୁଧବାର ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକମାନଙ୍କୁ ସୂଚନା ଦେଇଥିଲେ। ଏହି କ୍ରମରେ ସବୁ ଜିଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ନେତାମାନେ ନବୀନ ନିବାସରେ ପହଞ୍ଚିଥିଲେ। ହେଲେ ମେଣ୍ଟ ବାବଦରେ ଆଲୋଚନା ହେବ ବୋଲି ଯାହା ବୈଠକରେ ଯୋଗଦେଇଥିବା ନେତାମାନେ ଚିନ୍ତା କରୁଥିଲେ ସେଭଳି କିଛି ହେଲା ନାହିଁ। ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ବ୍ୟକ୍ତିଗତ ଭାବେ ଡାକି ସେମାନେ ଦାୟିତ୍ୱରେ ଥିବା ଜିଲାଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ପୁଣି ଥରେ ୨ରୁ ୩ ଜଣଙ୍କୁ ଏକାଠି ଡାକି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ବୁଝିବା ସହ କେଉଁ ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ସ୍ଥିତି କିପରି ରହିଛି ତା’ର ରିପୋର୍ଟ ସଂଗ୍ରହ କରିଥିଲେ। ଏହାଠାରୁ ଅଧିକ କିଛି ସେମାନଙ୍କ ସହ ଆଲୋଚନା କରାଯାଇ ନ ଥିବା ଜଣାପଡ଼ିଛି। ଅନ୍ୟପଟେ ମେଣ୍ଟ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ଉଠାଇ ନ ଥିବା ଜଣାପଡ଼ିଛି। ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିବା ବୈଠକ ୨ ଘଣ୍ଟା ଧରି ଚାଲିଥିଲା। ଏହାପରେ ସମସ୍ତେ ଫେରିଯାଇଥିଲେ। ସେଭଳି ଗତ ୪ ଦିନ ହେଲା କେନ୍ଦ୍ରରୁ ଡକରା ପାଇବା ପରେ ଭାଜପା ରାଜ୍ୟ ସଭାପତି, ଦଳର ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଦିଲ୍ଲୀ ଗସ୍ତ କରିଥିଲେ। ୪ ଦିନ ଧରି ଏମାନେ ଦିଲ୍ଲୀରେ ରହିଥିବା ବେଳେ ମେଣ୍ଟ ନେଇ କ’ଣ ନିଷ୍ପତ୍ତି ବା ଚୂଡ଼ାନ୍ତ ହେଉଛି ସେନେଇ ସମସ୍ତେ ନିଜ ନିଜ ସ୍ତରରେ ରିପୋର୍ଟ ସଂଗ୍ରହ କରିବାକୁ ଲାଗିପଡ଼ିଥିଲେ। ଶେଷରେ ଗୁରୁବାର ଅପରାହ୍ନରେ ମନମୋହନ ଓଡ଼ିଶା ଫେରିଥିବା ବେଳେ ମେଣ୍ଟ ନେଇ କି ଆଲୋଚନା ହେଲା ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲା। ସେ କହିଥିଲେ, ଭାଜପା ଓଡ଼ିଶାରେ ଏକାକୀ ସରକାର କରିବ। ଲୋକମାନଙ୍କ ଶୁଭେଚ୍ଛା, ସହଯୋଗ ଏବଂ ସେମାନଙ୍କ ଦାୟିତ୍ୱରେ ଭାଜପା ରାଜ୍ୟରେ ନିର୍ବାଚନ ଲଢ଼ିବ। ଓଡ଼ିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢାଯିବ। ମେଣ୍ଟ କଥା ଥିଲେ, ଆଉ କାହା ସହିତ ମିଶି ସରକାର କରିବୁ ବୋଲି କହିଥାଆନ୍ତି। ଏହାପରେ ମନମୋହନ ନିଜ ଏକ୍ସରେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ଭାଜପା ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ। ଏଥର ଓଡ଼ିଶାର ଅସ୍ମିତା ଏବଂ ସ୍ବାଭିମାନ ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟିତ୍ୱ ନେଇ ନିର୍ବାଚନ ଲଢ଼ିବେ ଏବଂ ସରକାର ଗଠନ କରିବ ବୋଲି ସେ ଉଲ୍ଲେଖ କରିଥିଲେ। ହେଲେ ଏହାର କିଛି ସମୟ ପରେ ମନମୋହନ ତାଙ୍କ ଟୁଇଟ୍‌କୁ ଡିଲିଟ୍‌ କରିଦେଲେ। ଆଉ ଥରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ଯେ, ସେ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାକୁ ବ୍ୟାଖ୍ୟା କରିି ତା’ର ନ୍ୟାରେଟିଭ କରିବା ଉଚିତ ନୁହେଁ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାହା କହିବେ ତାହା ହେଉଛି ଚୂଡ଼ାନ୍ତ ନିଷ୍ପତ୍ତି। ପାର୍ଲାମେଣ୍ଟ ପାର୍ଟି ଯାହା କହିବ ତାହା ହେଉଛି ଚୂଡ଼ାନ୍ତ। ତାଙ୍କ କଥାର ଅନ୍ୟ ଅର୍ଥ ନ କାଢ଼ିି ଯାହା ରାଷ୍ଟ୍ରୀୟ ସଭାପତି ନିଷ୍ପତ୍ତି କରିବେ ତାକୁ ଖବର କରନ୍ତୁ ବୋଲି ମନମୋହନ କହିଛନ୍ତି।
ତେଣୁ ମେଣ୍ଟ ହେବ ନାହିଁ ବୋଲି ଯେତେବେଳେ ଭାଜପା ନେତା ମତ ରଖୁଥିବା କଥା ଗଣମାଧ୍ୟମ ପ୍ରକାଶ କଲା ସେତେବେଳେ କେନ୍ଦ୍ରରୁ କୁଆଡ଼େ ଦଳର ରାଜ୍ୟ ସଭାପତିଙ୍କୁ ତାଗିଦ କରାଗଲା ଯେଉଁଥିଲାଗି ସେ ନିଜ ମତ ପରିବର୍ତ୍ତନ କରିବା ସହ ଟୁଇଟ୍‌ ଡିଲିଟ୍‌ କରିଥିବା ଦଳର କେତେଜଣ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ମେଣ୍ଟ ହେବା ନେଇ ବୈଠକ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ନେତୃତ୍ୱ କାହିଁକି ଓଡ଼ିଶାରେ ମେଣ୍ଟ ହେବା କଥାରେ ପୂର୍ଣ୍ଣଚ୍ଛେଦ ଟାଣୁନାହାନ୍ତି କି କିଛି ଚୂଡ଼ାନ୍ତ କରୁନାହାନ୍ତି ତାକୁ ନେଇ ମଧ୍ୟ ନେତା ଓ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେଣି। ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା, ଶେଷ ମୁହୂର୍ତ୍ତରେ ମେଣ୍ଟ ନେଇ ଘୋଷଣା କରାଗଲେ ଦଳ ପରିବର୍ତ୍ତନ କରି ଯେଉଁମାନେ ଯିବାକୁ ଚାହିଁବେ ସେଥିରେ ସାମାନ୍ୟ ରୋକ୍‌ ଲଗାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?