ସହଜରେ ଚିହ୍ନଟ ହେବ ଆଲର୍ଜି

ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ହେଲେ ଏପରି ସମସ୍ୟା ପ୍ରତି ସଚେତନ ରହିବା ନିହାତି ଦରକାର। ତେବେ ଆଲର୍ଜି ସମସ୍ୟାକୁ ଏଣିକି ସହଜରେ ଚିହ୍ନଟ କରିହେବ। ଏ ନେଇ ସଫଳତା ହାସଲ କରିଛନ୍ତି ମେଲବୋର୍ଣ୍ଣସ୍ଥିତ ଓ୍ବାକ୍ତର ଆଣ୍ଡ ଏଲିଜା ହଲ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ରିସର୍ଚ୍ଚର ବିଶେଷଜ୍ଞମାନେ। ତେବେ ନବଜାତ ଶିଶୁ ଭବିଷ୍ୟତରେ ଆଲର୍ଜିର ପରି ସମସ୍ୟାର ସମ୍ମୁଖୀନ ହେବ କି ନାହିଁ ସେ ବିଷୟରେ ପ୍ରାରମ୍ଭରୁ ହିଁ ଜାଣିହେବ ବୋଲି ଉକ୍ତ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନବଜାତ ଶିଶୁର ନାଭିରେ ଲାଗିଥିବା ଲାଳକୁ ପରୀକ୍ଷା କରି ଏ ବିଷୟରେ ଜାଣିହେବ। ତେବେ କେବଳ ସେତିକି ନୁହେଁ, ଏହି ପରୀକ୍ଷାରୁ ଶିଶୁଟି ଭବିଷ୍ୟତରେ କେଉଁ ପ୍ରକାର ଖାଦ୍ୟ ପ୍ରତି ଅଧିକ ରୁଚି ରଖିବ ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ।