କୁଳସମାଜରୁ ବାସନ୍ଦ, ପୋଲିସର ଅସଦ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୯ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ଥାନା ପୋଲିସ ଜଣେ ସାମାଜିକ ବାସନ୍ଦ ଦିବ୍ୟାଙ୍ଗ ପରିବାରକୁ ନ୍ୟାୟ ପ୍ରଦାନ କରିବା ବଦଳରେ ଅସଦ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ଦିବ୍ୟାଙ୍ଗ ଅଭିମନ୍ୟୁ ସାହୁ ତାଙ୍କ ପତ୍ନୀ, ପୁଅ, ବୋହୁଙ୍କୁ ନେଇ ପୁରୁଷୋତ୍ତମପୁର ଏସଡିପିଓଙ୍କ ଠାରେ ଶୁକ୍ରବାର ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଏସଡିପିଓ ରଜନିକାନ୍ତ ସାମଲ ନିଜେ ପୋଲସରା ଯାଇ ଘଟଣାର ତଦନ୍ତ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଡିମ୍ବିରିଆର ଅଭିମନ୍ୟୁ ସାହୁ ଓ ସ୍ତ୍ରୀ କସ୍ତୁରୀ, ପୁଅ ପରିକ୍ଷିତ ଝିଅ ପ୍ରତିମା ସମସ୍ତେ ଦିବ୍ୟାଙ୍ଗ ଶ୍ରେଣୀର ଅଟନ୍ତି। ଗତ ୮ ବର୍ଷ ତଳେ ବୋହୁ ସୁନିତା କୁଣ୍ଡୁ ଓ ପୁଅ ପରିକ୍ଷିତଙ୍କ ମଧ୍ୟରେ ପାରିବାରିକ ମନୋମାଳିନ୍ୟ ଘଟିଥିଲା। ଏହାକୁ ନେଇ ବୋହୁ ସୁନିତା ଗ୍ରାମ ସଭାପତିଙ୍କୁ ଜଣାଇଥିଲେ। ସ୍ତ୍ରୀଙ୍କୁ ଫେରାଇ ଘରକୁ ଆଣିବା ଲାଗି ପରକ୍ଷିତ ସେତେବେଳେ ପୋଲିସକୁ ଅନୁରୋଧ କରିଥିଲେ। ଆଉ ପୋଲିସ ମଧ୍ୟ ତାଙ୍କ ସ୍ତ୍ରୀକୁ ବୁଝାଇ ଘରକୁ ଫେରାଇ ଆଣିଥିଲେ। ମାତ୍ର ପୋଲିସକୁ ଜଣାଇବାକୁ ନେଇ ତାଙ୍କ ପରିବାରକୁ ବଳାସୀଜାତି କୁଳ ସମାଜ ପକ୍ଷରୁ ବାସନ୍ଦ କରିଥିବା ନେଇ ପରକ୍ଷିତ ଅଭିଯୋଗ କରିଛନ୍ତି। ଏପରିକି ପୁଅ ବୋହୁ ଓ ପରିବାରର ସମସ୍ତଙ୍କୁ ନେଇ ଅଭିମନ୍ୟୁ ସୁଖ ଶାନ୍ତିରେ ଏକତ୍ର ରହୁଥିଲେ ମଧ୍ୟ ତାଙ୍କ ପରିବାରକୁ କୁଳ ସମାଜରୁ ବାସନ୍ଦ ରଖାଯାଇଛି। ଯାହାଦ୍ୱାରା ତାଙ୍କର ଝିଅ ବିବାହ କରିପାରୁ ନାହାନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ଦିନ ହେଲା ଥାନାକୁ ଦୌଡି ଦୌଡି ନିରାଶ ହେବା ସହ ଗଞ୍ଜାମ ଏସପି ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ମଧ୍ୟ ଭେଟି ଗୁହାରି ଜଣାଇଛନ୍ତି। ଏପରିକି ୪ ତାରିଖରେ ସମ୍ପୂର୍ଣ୍ଣ ପରିବାର ଛତ୍ରପୁର ଯାଇ ସେଠାରେ ଜିଲାପାଳ ଦିବ୍ୟଜୋତି ପରିଡା ଓ ଏସପି ଜଗମୋହନ ମିନାଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଗୁହାରି ଜଣାଇ ତାଙ୍କ ପରିବାର ଉପରେ ହୋଇଥିବା ସାମାଜିକ ବାସନ୍ଦ ଉଠାଇବା ଲାଗି ନିବେଦନ କରିଥିଲେ। ଏସପିଙ୍କ ପରାମର୍ଶ ପ୍ରକାରେ ପୋଲସରା ଥାନାକୁ ଆସିଥିଲେ। ମାତ୍ର ପୋଲସରା ପୋଲିସ ତାଙ୍କୁ ନ୍ୟାୟଦେବା ବଦଳରେ ଅସଦ ବ୍ୟବହାର କରିଥିବା ନେଇ ଦିବ୍ୟାଙ୍ଗ ପରିବାର ଅଭିଯୋଗ କରି ଏସଡିପିଓଙ୍କ ଠାରେ ଫେରାଦ ହୋଇ ଗୁହାରି କରିଛନ୍ତି। ନ୍ୟାୟ ନ ମିଳିଲେ ପୂରା ପରିବାର ସଦସ୍ୟ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri