ପୋଲିସ ନିର୍ଯାତନା ଯୋଗୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସର ନିର୍ଯାତନା ସହି ନ ପାରି ଜଣେ ଯୁବକ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ନ୍ୟାୟ ପାଇଁ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ପ୍ରତିପୋଷଣ ନିମନ୍ତେ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏହା ସହିତ ଘଟଣାରେ ଜଡିତ ଥିବା ଥାନା ଅଧିକାରିଣୀଙ୍କୁ ବଦଳି କରିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ଦାବି ଜଣାଇଛନ୍ତି ା
ଅଭିଯୋଗ ଅନୁଯାୟୀ, ଏକ ହତ୍ୟା ମାମଲାରେ ବ୍ୟବହୃତ ମୋବାଇଲ ସିମ୍‌ କାର୍ଡ ରଜ ପାଣିପାତ୍ରଙ୍କ ନାମରେ ରହିଥିଲା। ଯାହାକୁ ନେଇ ଗତ ଜାନୁଆରୀ ୧୭ତାରିଖ ରାତିରେ ଶୁଳିଆପଦା ଥାନାଧିକାରିଣୀ ସଦଳବଳ ପହଞ୍ଚତ୍ ପଚରାଉଚୁରା କରିବା ପାଇଁ ରଜଙ୍କୁ ଥାନାକୁ ନେଇଯାଇଥିଲେ। ୨ ଦିନ ପରେ ପୋଲିସ ରଜଙ୍କୁ ଛାଡ଼ିଥିଲା। ସେ ଘରେ ପହଞ୍ଚତ୍ ପୋଲିସ ତାଙ୍କୁ ମାଡ଼ ମାରିଥିବା କହିଥିଲେ। ତାଙ୍କ ଶରୀରର ଅଧିକାଂଶ ସ୍ଥାନରେ ମାଡ଼ ଦାଗ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଆଗାମୀ ଦିନରେ ପୋଲିସର ମାଡ଼ ଭୟରେ ମାନସିକ ଭାରସାମ୍ୟ ହରାଇ ୨୧ତାରିଖ ବିଳମ୍ବିତ ରାତିରେ ରଜ ଘରୁ ବାହାରି ଯାଇଥିଲେ। ତହିଁ ପରଦିନ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଖବରପାଇ ପୋଲିସ ପହଞ୍ଚତ୍ ତରବରିଆ ଭାବେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇ ଦେଇଥିଲା। ତେବେ ପୋଲିସର ନିର୍ଯାତନା ଓ ମାଡ଼ ଭୟରେ ରଜ ଆମତ୍ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ କନ୍ଦି ପାଣିପାତ୍ର ଲିଖିତ ଅଭିଯୋଗ କରିଛନ୍ତି। ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାବୁଲି ପାଣିପାତ୍ର, ଜିତୁ ପାଣିପାତ୍ର, ପ୍ରଶାନ୍ତ ପାଣିପାତ୍ର ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବାରିପଦା ସଦର ଏସ୍‌ଡିପିଓ ପ୍ରକାଶ ଜେମ୍ସ ଟପ୍ପୋଙ୍କୁ ପଚାରିବାରୁ ପୋଲିସ ପକ୍ଷରୁ କୌଣସି ନିର୍ଯାତନା ଦିଆଯାଇ ନାହିଁ କିମ୍ବା ମାଡ଼ ମରାଯାଇ ନାହିଁ। ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ। ଘଟଣାର ସତ୍ୟତା ଥିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।