ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ ଥିବା ସୁଯୋଗରେ କେହି ଦୃର୍ବୁତ୍ତ ଛାତ୍ରୀଙ୍କ ଆଖିକୁ ଏକ ଲୁଗାରେ ବାନ୍ଧିବା ସହ ହଟାଗୋଡ଼କୁ ମଧ୍ୟ ରଶିରେ ବାନ୍ଧି ଅସଦାଚରଣ କରିଥିବା ଜଣା ପଡିଛି l ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାଇ ମା’ ଓ ଭାଇ ମେଡିକାଲ ଯାଇଥିଲେ l ଛାତ୍ରୀ ଜଣକ ଦାଣ୍ଡ ଗ୍ରିଲ ଚାବି ପକାଇ ରୋଷଇ ଘରେ ଭାତ ଗାଳୁଥିଲେ l ଘରେ ଛାତ୍ରୀ ଜଣକ ଏକୁଟିଆ ଥିବା ଜାଣି ଦୃର୍ବୁତ୍ତ ବାରିପଟୁ ଆସି ପ୍ରଥମେ ଛାତ୍ରୀଙ୍କ ଆଖିକୁ ବାନ୍ଧି ଦେଇଥିଲେ ଓ ପରବର୍ତୀ ସମୟରେ ହାତଗୋଡ଼ ବାନ୍ଧିଦେଇଥିଲେ l ଭାଇ ଓ ମା’ ମେଡିକାଲରୁ ଫେରି ଘରକୁ ଆସିଲା ପରେ ଝିଅ ଡରି ସବୁକଥା କହିଥିଲେ l ଏନେଇ ପରିବାର ଲୋକ ପୋଲିସକୁ ଖବର ଦେବା ପରେ ଗଞ୍ଜାମ ଥାନା ମହିଳା ଏସଆଇ ସୁପ୍ରଭା ସାହୁ ଘଟଣା ସ୍ଥଳରେ ପହଞ୍ଚିି ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି l ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି l ଏଥିସହ ଲୁଗା ଓ ରଶି ପୋଲିସ ଜବତ କରିଛି l ରଶି ଓ ଲୁଗାର ଫିଙ୍ଗରପ୍ରିଣ୍ଟ ଓ ସନ୍ଧନୀ କୁକୁର ସାହାର୍ଯ୍ୟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ପ୍ରଥମ ଘଟଣା ବୋଲି ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମିନି ଷ୍ଟାଡିୟମରେ ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ…

ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ): କିଛି ମାସ ହେବ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଏନ୍‌ଏସି ଅଧ୍ୟକ୍ଷାଙ୍କ ବାସଭବନ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri