Advertisement

ଭୁଲ୍‌ ଇଞ୍ଜେକେସନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ – ଉଦଳା ଡାକ୍ତରଖାନାରେ ଉତ୍ତେଜନା

ଉଦଳା,୩୧ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭୁଲ୍‌ ଇଞ୍ଜେକସନ ଯୋଗୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ଉଦଳା ଥାନା ବହୁବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିରୀଡିଆଙ୍କ ସ୍ତ୍ରୀ ରାଧିକା (୪୫) ରବିବାର ଘର ବାଡ଼ିରେ କାମ କରୁଥିବା ବେଳେ ଗୋଡ଼ରେ ଏକ କଣ୍ଟା ମାଡ଼ି ଦେଇଥିଲେ। ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନା ପକ୍ଷରୁ ତାଙ୍କୁ ଇଞ୍ଜେକେସନ ଦିଆଯାଇଥିଲା। ତେବେ ଇଞ୍ଜେକେସନ ନେବାର କିଛି ସମୟ ପରେ ରାଧିକାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି। ଅନ୍ୟ କୌଣସି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ଡାକ୍ତର କହିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନବବଧୂଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭଞ୍ଜନଗର,୨୩।୫(ଡି.ଏନ.ଏ.)- ଭଞ୍ଜନଗର ସହର ପୁରୁଣା ପରିବା ମାର୍କେଟ ଗଳିରେ ରହୁଥିବା ଜଣେ ନବବିବାହିତାଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଥିଲା। ସେ ହେଲେ ବଡକୋଦଣ୍ଡାର ମାମାଲି...

ବି.ଟେକ୍‌ ପାଇଁ ପରିବାଚାଷ

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବହୁ ଘାତପ୍ରତିଘାତ ସହିବାକୁ ହୁଏ। ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳେ। ଏହି...

ଖେଳୁଥିବା ବେଳେ ଧକ୍କା ଦେଇ ଚଢ଼ିଗଲା ଟ୍ରକ୍‌, ଶିଶୁପୁତ୍ର ଗୁରୁତର

କଟକ ରୋଡ୍‌,୭।୧୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ପିଡବ୍ଲୁ କଲୋନୀ ବସ୍ତିରେ ଟ୍ରକ୍‌ ଧକ୍କାରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ କେ.ଶ୍ରୀନିବାସ ରେଡ୍ଡିଙ୍କ...

ବାଇକ୍‌ ପରି ଦୌଡୁଛି ସାଇକେଲ ପ୍ରୋମାନନ୍ଦଙ୍କ ନୂଆ ଉଦ୍ଭାବନ

ନୟାଗଡ଼ ଅଫିସ,୧୦ା୨(ଲୋକନାଥ ମିଶ୍ର): ବାଇକ୍‌ ପରି ଦୌଡୁଛି ସାଇକେଲ। ଷ୍ଟାର୍ଟ କରିବା ପରେ ଆକ୍ସିଲିରେଟର ବଢାଇବା କ୍ଷଣି ଏହାର ବେଗ ବଢ଼ୁଛି। ହର୍ନ ମଧ୍ୟ ବାଜୁଛି।...

ନିରାଡମ୍ବରରେ ପାଳନ ହେଲା ମହାନୀଳପର୍ବ

ଭୋଗରାଇ, ୧୨।୪(ଡି.ଏନ.ଏ.)-କରୋନା ଯୋଗୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଓ ଲକ୍‌ଡାଉନ ଅବଧି ବୃଦ୍ଧି ଯୋଗୁ...

ଜାଲ୍‌ ଶିକ୍ଷକଙ୍କୁ ଖୋଜୁଛି ପୋଲିସ

ବାରିପଦା ଅଫିସ,୨୩ା୬: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନାରେ ଅଭିଯୋଗ କରାଯାଇଛି। ବିଇଓ ମାଳତୀ ଟୁଡୁଙ୍କ ଅଭିଯୋଗ...

ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍‌ ତାର:ବିପଦ ଆଶଙ୍କାରେ ସାହିବାସୀ

ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍‌ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ...

ବସ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କେରଳରୁ ଫେରୁଥିବା ଜଣେ ଶ୍ରମିକଙ୍କୁ ନିଶାଦେଇ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ହୋଇଥିବା ଶ୍ରମିକ ଦାରିଙ୍ଗବାଡ଼ି ଥାନା ସିର୍କାବର୍ଗ...

Advertisement
Archives

Model This Week