ଆବାସ ଯୋଜନା ଧର୍ମକୁ ଆଖିଠାର

ବଡ଼ଗଁା,୮ା୨(ଡି.ଏନ.ଏ.): ସୁନ୍ଦରଗଡ ଜିଲାର ବଡଗଁା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ବରଙ୍ଗାକଛାର ପଞ୍ଚାୟତର ଅଧିକାଂଶ ଗ୍ରାମରେ ବହୁ ଗରିବ ବ୍ୟକ୍ତି ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କ ଉପରେ ପ୍ରଶାସନର ନଜର ପଡୁନାହିଁ। ଫଳରେ ପ୍ରତିଥର ଆବେଦନ କରି ଆସୁଥିଲେ ହେଁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ବାଦ୍‌ ଦିଆଯାଉଛି। ଏନେଇ ସରପଞ୍ଚ, ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ଠାରେ ଗୁହାରି କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ପ୍ରକାଶ ଯେ, ବରଙ୍ଗାକଛାର ପଞ୍ଚାୟତ ଭେଲୁଆବାହାଲ ଗ୍ରାମର ଖତି ମହାନନ୍ଦିଆ (୭୧)। ତାଙ୍କର ଦୁଇ ଝିଅ ବିବାହ କରି ସାରିଛନ୍ତି। ଦୁଇ ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ପରେ ବୃଦ୍ଧା ଜଣକ ଘରେ ଏକାକୀ ରହୁଛନ୍ତି। ସେ ରହୁଥିବା ଭଙ୍ଗା ଦଦରା ଘର ଭିତରେ ଦୁଇ ଫୁଟ ଉଚ୍ଚର ଉଇହୁଙ୍କା ା ବିପଦଶଙ୍କୁଳ ଅବସ୍ଥାରେ ଥିବା ବାରଣ୍ଡାରେ ରୋଷେଇ କରି କୌଣସି ମତେ ଚଳୁଛନ୍ତ। ଘରର ଖପର ନାହିଁ। ଖରା, ବର୍ଷା ଓ ଶୀତରେ ବହୁ କଷ୍ଟରେ ଦୟନୀୟ ଭାବେ ଦିନ କାଟିବାକୁ ପଡୁଛି ବୋଲି କୁହନ୍ତି ଖତି। ତାଙ୍କୁ ପଚାରିବାରେ ସେ କହିଥିଲେ, ଭୋଟ ବେଳେ ନେତା, ସରକାରୀ ବାବୁ ଆସନ୍ତି। ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଅନ୍ତ। ହେଲେ ଭୋଟ ସରିବା ପରେ କାହାରି ଦେଖା ମିଳେନାହିଁ। ଫଳରେ ବର୍ଷା ହେଲେ ପଡିଶା ଘରେ ଆଶ୍ରୟ ନେବାକୁ ପଡୁଛି। ବାର୍ଦ୍ଧକ୍ୟ ଭତ୍ତା ଓ କଣ୍ଟ୍ରୋଲ ଚାଉଳରେ ଚଳିବାକୁ ପଡୁଛି। ଘର ମରାମତି ପାଇଁ ପାଖରେ ଟଙ୍କା ନାହିଁ। ରୋଷେଇ କରୁଥିବା ବାରଣ୍ଡାର ମରାମତି ପାଇଁ ଗାଁ ଗୌନ୍ତିଆଙ୍କ ଠାରୁ ହଜାରେ ଟଙ୍କା ଧାର ଆଣିଛି। ଏ ଯାଏଁ ଟଙ୍କା ଶୁଝି ପାରିନି। ଏ ବୟସରେ କେଉଁଠି କାମ କରି ଦି ପଇସା ରୋଜଗାର କରିବା ସମ୍ଭବ ହେଉନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି ା
ସେହିପରି ବରଙ୍ଗାକଛାର ଗାଁର କୁନ୍ତଳା ମାଝୀ। ଚାରି ଅବିବାହିତ ଝିଅ, ଗୋଟିଏ ପୁଅ ସହ ଘରେ ପରିବାରର ୭ ପ୍ରାଣୀ କୁଟୁମ୍ବ। ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଜିଇଓ ଟ୍ୟାଗ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଘର କଟି ଯାଇଥିବା ତାଙ୍କ ଠାରୁ ଜଣାପଡିଛି। ଭାଙ୍ଗି ଯାଇଥିବା ଝାଟିମାଟି ଘରେ ପିଲାଛୁଆ ଧରି ବହୁ କଷ୍ଟରେ ଚଳୁଥିବା ସେ କହିଛନ୍ତି ା ଏହି ପଞ୍ଚାୟତ ଅଧୀନ କୁଲଗା ଟୁଙ୍କୁରିପଡାର ପ୍ରଦୀପ ଡୁଙ୍ଗଡୁଙ୍ଗ ୨୦ ବର୍ଷ ହେଲା ଗୋଟିଏ ବଖରା ମାଟି ଘରେ ପରିବାର ସହ ରହି ଆସୁଛନ୍ତି। ଶ୍ରମିକ ଭାବେ କାମ କରି ସେ ପରିବାର ଚଳାଉଥିବା ବେଳେ ଘର କରିବାକୁ ନିଜର ସମ୍ବଳ ନାହିଁ ା ପ୍ରଦୀପ ଗ୍ରାମସଭା, ପଲ୍ଲୀସଭା ଓ ଜନ ପ୍ରତିନିଧିଙ୍କୁ ଜଣାଇ ଆସୁଛନ୍ତି। ହେଲେ ଏଯାଏ ଘର ପାଇପାରିନାହାନ୍ତି। ଆବାସ ଯୋଜନାରେ ଘର ପାଇଁ ଏହି ଗ୍ରାମର ପ୍ରଫୁଲ୍ଲ ବ୍ରିନେତ ମଧ୍ୟ ଗ୍ରାମସଭା, ପଲ୍ଲୀସଭା ଓ ସରପଞ୍ଚଙ୍କୁ ଜଣାଇ ନିରାଶ ହୋଇଥିବା କହିଛନ୍ତି। ଏହାଛଡା କୁଲଗା ଗାଁର ଚେରୁ ତାଜନ, ରବି ମାଝୀ , କୌଶିକ ମହାନନ୍ଦିଆଙ୍କୁ ଘର ମିଳିନାହିଁ। ବରଙ୍ଗାକଛାର ଗ୍ରାମର ଗୋବର୍ଦ୍ଧନ ତାଣ୍ଡିଆ ଘର ନ ପାଇ ବହୁ କଷ୍ଟରେ ଦିନ କାଟୁଛନ୍ତି ା ଏହି ଗଁାର ବିଧବା ମହିଳା ରୁକ୍ମିଣୀ ସା ଦୁଇ ଛୋଟ ପୁଅଙ୍କୁ ନେଇ ଭଙ୍ଗା ଦଦରା ଘରେ ରହୁଛନ୍ତି। ତଳିମୁଣ୍ଡା ଗୀର୍ଜାପଡାର ହାବିଲ ଟପ୍ନୋ ରହୁଥିବା ଘର ଯେ କୌଣସି ମୁହୂର୍ତ୍ତ ରେ ଧସି ପଡ଼ିବା ଆଶଙ୍କା ଥିବା ବେଳେ ସେ ଭାଗ୍ୟକୁ ଆଦରି ରହୁଛନ୍ତି। ଏହିପରି ପଞ୍ଚାୟତର ବିଭିନ୍ନ ଗାଁ ଓ ପଡାଗ୍ରାମଗୁଡିକରେ ୫ରୁ ୧୦ ଜଣ ଯୋଗ୍ୟ ହିତାଧିକାରୀ ଦୀର୍ଘ ବର୍ଷ ଧରି ଭଙ୍ଗା ଓ ବିପଦସଙ୍କୁଳ ଘରେ ରହି ଆସୁଛନ୍ତି। ସେମାନେ କାହିଁକି ଆବାସ ଯୋଜନାରେ ଘର ପାଉନାହାନ୍ତି ଜନପ୍ରତିନିଧି, ରାଜନୈତିକ ଦଳର ନେତା ଓ ପ୍ରଶାସନ ମିଳିତ ଭାବେ ତଦନ୍ତ କଲେ ବାସ୍ତବତା ଜାଣିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri