ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ ମିଳିଛି ା ମ୍ୟାନେଜରଙ୍କ ଭଡାଘରୁ ପ୍ରାୟ ୩୦ ଖଣ୍ଡ ମୂଲ୍ୟବାନ ପଟା ଗାଡି ଯୋଗେ ନେଇଉଥିବା ଜଣାପଡିଛି। ବନବିଭାଗ ଏହା ଜାଣି ସୁଦ୍ଧା ନୀରବ ରହିଛି।
ଖବରରୁ ଜଣାପଡିଛି କେସିସି ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଦଶରଥ ବେହେରାଙ୍କ କାଲିମେଳାରୁ ଅନ୍ୟତ୍ର ବଦଳି ହୋଇଛି ା ତେବେ ରବିବାର ଅପରାହ୍ନ ରେ ବେହେରା ରହୁଥିବା ଭଡାଘର ଛାଡିବା ସମୟରେ ୩୦ରୁ ଊର୍ଦ୍ଧ୍ୱ କାଠପଟା ମିନି ଟ୍ରକ (ଓଆର ୧୦ ସି ୯୩୦୯)ରେ ଲୋର୍ଡ କରୁଥିବା ସମୟରେ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚତ୍ବାରୁ ମ୍ୟାନେଜର ବେହେରା ଜଣେ ଖବରଦାତାଙ୍କ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିବା ସହ ଖବର ପ୍ରସାରଣ ନ କରିବାକୁ କହିଥିଲେ। କାଠପଟା ନେବା ପାଇଁ ତାଙ୍କ ପାଖରେ କାଗଜପତ୍ର ଥିବା ସେ କହିଥିଲେ। ମାତ୍ର ତାଙ୍କ ପାଖରେ କଣସବୁ କାଗଜପତ୍ର ରହିଛି ତାହା ସେ ଦେଖାଇ ନ ଥିଲେ। ତାଙ୍କର ବଡବଡ ଲୋକଙ୍କ ସହିତ ସମ୍ପର୍କ ରହିଛି, ତାଙ୍କର କେହି କିଛିକରିପାରିବେ ନାହଁି ବୋଲି ବେହେରା ପ୍ରକାଶ କରିଥିଲେ। ତେବେ ବିଳମ୍ବରେ କାଲିମେଳା ବନପାଳ ସ୍ବୟଂପ୍ରଭା ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚତ୍ କାଠପଟାଗୁଡିକ ଯାଞ୍ଚ କରିଥିଲେ। କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ନଦେଇ କର୍ମଚାରୀମାନେ ସେଠାରୁ ଚାଲି ଯାଇଥିଲେ। ଏ ନେଇ କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ ଦଳାଇଙ୍କୁ ପଚାରିବାରୁ ସେ କହିଲେ ଯେ, ବେହେରା ପୁରୁଣା ଖଟ ନେବା ପାଇଁ ପରମିଶନ ମାଗିଥିଲେ। ମାତ୍ର ପରମିଶନ କପି ଗଣମାଧ୍ୟମ ପ୍ରତିନିଧିମାନେ ଦେଖିବାକୁ ଚାହିଁବାରୁ ସେ ଏହାକୁ ଏଡାଇ ଯାଇଥିଲେ। ଏଥିରୁ ବନ ବିଭାଗ ଓ ବ୍ୟାଙ୍କ ମ୍ୟାନେଜର ବେହେରାଙ୍କ ମଧ୍ୟରେ କିଛି ଭିତିରି ବୁଝାମଣା ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ପଟ୍ଟା ଚାଲାଣ ହେଉଥିବା ୪୦୭ ଗାଡିର ମଧ୍ୟ ଫିଟନେସ ନ ଥିବା ଜଣାପଡିଛି।