ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଉଦ୍ୟମ ଅଭିଯୋଗ: ଯୁବକ ଗିିରଫ

ପୁରୁଷୋତ୍ତମପୁର, ୩/୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳକଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ଲାଗି ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ପିଣ୍ଟୁ ବିଷୋଇ(୨୩)।ଗିରଫ ପରେ ପିଣ୍ଟୁଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ପିଣ୍ଟୁ ଉକ୍ତ ନାବାଳକଙ୍କୁ ହତ୍ୟା ଧମକ ଦେଇ ଗ୍ରାମରେ ଥିବା ଠାକୁରାଣୀ ମନ୍ଦିର ନିକଟକୁ ନେଇ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ଲାଗି ଉଦ୍ୟମ କରିଥିଲେ। କୌଶଳ କ୍ରମେ ନାବାଳକ ଖସିଆସି ଘରେ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଥିନେଇ ଅଭିଯୁକ୍ତ ଯୁବକଙ୍କୁ ପରିବାର ଲୋକେ ପଚାରିବାରୁ ସେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ସୋମବାର ନାବାଳକଙ୍କ ଅଜା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଓ ତଦନ୍ତକାରି ଅଧିକାରୀ ଶ୍ରୀନିବାସ ଦାଶ କେସ ନଂ. ୨୯୪/୨୦ରେ ମାମଲା ରୁଜୁକରି ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରିବା ସହ ଡାକ୍ତରୀ ପରୀକ୍ଷା କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।