ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ଯାଜପୁର ରୋଡ୍‌,୨୬ା୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଗତ ମାସ ୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କୁ ଏକ ଚିଠି ହସ୍ତଗତ ହୋଇଥିଲା। ଏହି ଚିଠି ମାଧ୍ୟମରେ ବ୍ୟାସନଗର ମହାବିଦ୍ୟାଳୟର ଜଣେ ଛାତ୍ରୀ ଯାଜ୍ଞସେନୀ (ଛଦ୍ମନାମ) କଲେଜ ପରିଚାଳନା କମିଟି ସଭାପତିଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ମହାବିଦ୍ୟାଳୟ ଛାତ୍ରୀନିବାସର ଅଧୀକ୍ଷକ ଅନ୍ତେବାସୀମାନଙ୍କୁ କଲେଜ ଗେଷ୍ଟ ହାଉସକୁ ପଠାଇ ପରିଚାଳନା କମିଟି ସଭାପତି ବିଶ୍ୱାଳଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଚିଠିରେ ଦର୍ଶାଯାଇଛି। ଶାରୀରିକ ସମ୍ପର୍କ ନ ରଖିଲେ ମାର୍କ କାଟିଦେବା ଏବଂ ପରୀକ୍ଷାରେ ଫେଲ୍‌ କରିଦେବାର ଭୟ ଦେଖାଯାଉଛି। ଏପରି କି ବିଶ୍ୱାଳ ସମ୍ପୃକ୍ତ ଛାତ୍ରୀଙ୍କୁ ପାଖକୁ ଡାକି ତାଙ୍କ ଲିପଷ୍ଟିକ, ହେୟାର ଷ୍ଟାଇଲ ଏବଂ ସମ୍ବେଦନଶୀଳ ଅଙ୍ଗ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଚିଠିରେ ଦର୍ଶାଯାଇଛି। ଛାତ୍ରୀ ଜଣକ ଏ ସମ୍ପର୍କରେ ଛାତ୍ରୀନିବାସ ଅଧୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ। ପାଠପଢ଼ା ବନ୍ଦ ହୋଇଯିବା ଭୟରେ ସେ ଏକଥା ପରିବାର ଲୋକଙ୍କୁ ଜଣାଇ ନ ଥିବା ଉଲ୍ଲେଖ କରିଛନ୍ତି। ସଭାପତି ବିଶ୍ୱାଳ ଛାତ୍ରୀନିବାସ ଅଧୀକ୍ଷକଙ୍କ ନିକଟରୁ ଫୋନ ନମ୍ବର ନେଇ ଛାତ୍ରୀମାନଙ୍କୁ ଫୋନ କରିବା ସହିତ ଜଣେ ଅଧ୍ୟାପିକାଙ୍କୁ ବଳାତ୍କାର କରିଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି। ସମ୍ପୃକ୍ତା ଅଧ୍ୟାପିକା ଏ ବିଷୟରେ ପ୍ରଘଟ କରିଦେବା ନେଇ କହିବାରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିବା ସମ୍ପୃକ୍ତ ଛାତ୍ରୀ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏପରିକି ବର୍ତ୍ତମାନର କଲେଜ ଅଧ୍ୟକ୍ଷ ନିଜ ପେନସନ ଚାଲିଯିବା ଭୟରେ ଚୁପ୍‌ ରହୁଥିବା ମଧ୍ୟ ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ତଦନ୍ତ ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ନିର୍ଦ୍ଦେଶ (ଚିଠି ସଂଖ୍ୟା ଏଚ୍‌ଇ-ଏନ୍‌ସିଇଟି-୧-ମିସ-୦୪୦୭-୨୦୨୩/ ୪୧୧୯୯/ ଚ୍‌ଇ/୨୫ା୯ା୨୦୨୩) ଦେବା ସହିତ ଏ ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ତଥ୍ୟ ୭ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ପ୍ରଦାନ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି।
ଅପରପକ୍ଷରେ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କଲେଜରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା, ଏପରିକି ମଦ୍ୟପାନ କରି ଏବଂ ମନଇଚ୍ଛା କଲେଜ ଆସି ଶିକ୍ଷାଦାନ କରୁଥିବା କେତେଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପରେ ଏପରି ବେନାମୀ ଚିଠି କରାଯାଇ ତାଙ୍କୁ ବଦନାମ କରାଯାଉଛି। ଅଭିଯୋଗର ସତ୍ୟାସତ୍ୟ କିଛି ନାହିଁ। ଯେକୌଣସି ତଦନ୍ତର ସମ୍ମୁଖୀନ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ଏବଂ ଏଭଳି ଚିଠି ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri