ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଥାନାରେ ଅଟକ

ନିଶ୍ଚିନ୍ତକୋଇଲି,୧୫।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିିକରି ପୋଲିସ କେସ୍‌ ନଂ.୧୬୦/୨୦ରେ ମାମଲା ରୁଜୁ କରି ଯୁବକଙ୍କୁ ଅଟକ ରଖିଛି।
ସୂଚନାନୁଯାୟୀ, ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ କରିନେଇ ତାଙ୍କୁ ବଳାତ୍କାର କରିଥିଲେ। ସୌଭାଗ୍ୟ ବସତଃ ଯୁବତୀ ଖସିଆସି ଥାନାରେ ଅଭିଯୋଗ କରିଥିଲେ ।