ଯୌତୁକ ପାଇଁ ୨ ବଧୂଙ୍କୁ ହତ୍ୟା ଅଭିଯୋଗ

ଆସିକା/ଧରାକୋଟ,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଓ ଧରାକୋଟ ଥାନା ଅଞ୍ଚଳରେ ଯୌତୁକ ଦାବି ନେଇ ୩ ଦିନ ମଧ୍ୟରେ ପୃଥକ ୨ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆସିକା ଥାନା ଅଧୀନ ବାବନପୁର ଗ୍ରାମରେ ଗତ ମଙ୍ଗଳବାର ବଧୂ ଧରିତ୍ରୀ ସାହୁ (୨୨)ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ମା’ ପ୍ରେମ ସାହୁ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ମୃତଦେହକୁ ପୋଲିସ ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟଙ୍କ ଉପସ୍ଥିତିରେ ଜବତ କରିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ ଏଫଏମଟି ବିଭାଗରେ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ପୋଲିସ ଧରିତ୍ରୀଙ୍କ ସ୍ବାମୀ ଶଙ୍କର ଦାସଙ୍କୁ ବୁଧବାର ଗିରଫ କରିଛି ା ଏ ନେଇ ନଂ.୨୯୦/୨୨ରେ ମାମଲା ରୁଜୁ କରାଯାଇଛି ା ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ା
ପ୍ରକାଶ ଯେ, ୨୦୨୧ ଫେବୃୟାରୀ ୧ ତାରିଖରେ ଧରିତ୍ରୀଙ୍କ ସହ ବାବନପୁର ଗ୍ରାମର ଶଙ୍କରଙ୍କର ରିତି ମୁତାବକ ବିବାହ ହୋଇଥିଲା ା ବିବାହ ସମୟରେ ଝିଅକୁ ଜାନିଯୌତୁକ ଦିଆଯାଇଥିଲା ା ତେବେ ବିବାହର କିଛି ଦିନ ପରେ ସ୍ବାମୀ ଓ ଶାଶୁ ଅଧିକ ସୁନା ଗହଣ ଆଣିବାକୁ ବାଧ୍ୟ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଝିଅକୁ ବାପଘର ସହ ସମ୍ପର୍କ ରଖିବାକୁ ସୁଯୋଗ ଦେଉ ନ ଥିଲେ ା ଅଧିକ ଯୌତୁକ ପାଇବାରେ ନିରାଶ ହେବା ପରେ ଧରିତ୍ରୀକୁ ମାରି ଦିଆଯାଇଥିବା ତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି ା
ସେହିପରି ସେହିପରି ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଗ୍ରାମରେ ଗତ ସୋମବାର ଅଧିକ ଯୌତୁକ ଦାବି କରି ବଧୂଙ୍କୁ ବିଷ ପିଆଇ ହତ୍ୟା କରିଥିବା ଧରାକୋଟ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବୁଧବାର ଶ୍ୱଶୁର ଗୁରା ଗୌଡ, ଶାଶୁ ନୀଳା ଗୌଡ଼, ସ୍ବାମୀ ଗଗନ ଗୌଡ, ଦିଅର ବସନ୍ତ ଗୌଡଙ୍କୁ କୋର୍ଟ ଚାଲାଣ କରଛି।
ଆସିକା ଥାନା ଅନ୍ତର୍ଗତ ନୂଆ ସାହସପୁର ଗ୍ରାମର ବାବୁଲା ଗୌଡଙ୍କ ଝିଅ କାଳିଜାଇ ଢଉଗାଁ ଗ୍ରାମର ଗୁରା ଗୌଡ଼ଙ୍କ ପୁଅ ଗଗନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ସମୟରେ କନ୍ୟାଘର ପକ୍ଷରୁ ନଗଦ ୨୦ହଜାର ଟଙ୍କା, ଚେନ୍‌, ମୁଦି ଓ ଅନ୍ୟାନ୍ୟ ଘରୋଇ ଉପକରଣ ପ୍ରଦାନ କରାଯାଇଥିଲା। ବିବାହର କିଛି ଦିନ ହସଖୁସିରେ ବିତିବାପରେ ବରପକ୍ଷ ତରଫରୁ କାଳିଜାଇଙ୍କୁ ଅଧିକ ଯୌତୁକ ଆଣିବାକୁ କହି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏ ନେଇ ଝିଅଘର ପକ୍ଷରୁ ଭଦ୍ରଲୋକଙ୍କୁ ନେଇ ଉଭୟ ପକ୍ଷ ଉପସ୍ଥିତିରେ ବୁଝାମଣା ହୋଇଥିଲା। ଗତ ସୋମବାର ଝିଅ ଫୋନରେ ନିଜ ମା’ ସହ କଥା ହୋଇ ବେଶ୍‌ ଖୁସି ଥିଲେ। ହଠାତ୍‌ ରାତ୍ରି ୯ଟାରେ ଶ୍ୱଶୁରଙ୍କଠାରୁ ଝିଅ ଅସୁସ୍ଥ ଥିବା ଖବର ପାଇଁ କାଳିଜାଇଙ୍କ ବାପା ଆସିକା ମେଡିକାଲରେ ପହଞ୍ଚତ୍ଥିଲେ। ସେଠାରେ କାଳିଜାଇ ବିଷ ପିଇ ଦେଇଥିବା ଡାକ୍ତର ଜଣାଇଥିଲେ। ମା’ ଝୁନୁ ଝିଅକୁ ଏ ବିଷୟରେ ପଚାରିବାରୁ ଏଥିପାଇଁ ଶ୍ୱଶୁର ଦାୟୀ ବୋଲି କାଳିଜାଇ ପ୍ରକାଶ କରିଥିବା ମା’ କହିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର କାଳିଜାଇଙ୍କୁ ବ୍ରହ୍ମପୁର ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାଳିଜାଇଙ୍କ ପିତାଙ୍କ ଏତଲା କ୍ରମେ ଧରାକୋଟ ପୋଲିସ ନଂ. ୧୪୧/୨୨ରେ ମାମଲା ରୁଜୁ କରିଥିବା ଥାନାଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri