ଯୌତୁକ ପାଇଁ ୨ ବଧୂଙ୍କୁ ହତ୍ୟା ଅଭିଯୋଗ

ଆସିକା/ଧରାକୋଟ,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଓ ଧରାକୋଟ ଥାନା ଅଞ୍ଚଳରେ ଯୌତୁକ ଦାବି ନେଇ ୩ ଦିନ ମଧ୍ୟରେ ପୃଥକ ୨ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆସିକା ଥାନା ଅଧୀନ ବାବନପୁର ଗ୍ରାମରେ ଗତ ମଙ୍ଗଳବାର ବଧୂ ଧରିତ୍ରୀ ସାହୁ (୨୨)ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ମା’ ପ୍ରେମ ସାହୁ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ମୃତଦେହକୁ ପୋଲିସ ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟଙ୍କ ଉପସ୍ଥିତିରେ ଜବତ କରିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ ଏଫଏମଟି ବିଭାଗରେ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ପୋଲିସ ଧରିତ୍ରୀଙ୍କ ସ୍ବାମୀ ଶଙ୍କର ଦାସଙ୍କୁ ବୁଧବାର ଗିରଫ କରିଛି ା ଏ ନେଇ ନଂ.୨୯୦/୨୨ରେ ମାମଲା ରୁଜୁ କରାଯାଇଛି ା ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ା
ପ୍ରକାଶ ଯେ, ୨୦୨୧ ଫେବୃୟାରୀ ୧ ତାରିଖରେ ଧରିତ୍ରୀଙ୍କ ସହ ବାବନପୁର ଗ୍ରାମର ଶଙ୍କରଙ୍କର ରିତି ମୁତାବକ ବିବାହ ହୋଇଥିଲା ା ବିବାହ ସମୟରେ ଝିଅକୁ ଜାନିଯୌତୁକ ଦିଆଯାଇଥିଲା ା ତେବେ ବିବାହର କିଛି ଦିନ ପରେ ସ୍ବାମୀ ଓ ଶାଶୁ ଅଧିକ ସୁନା ଗହଣ ଆଣିବାକୁ ବାଧ୍ୟ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଝିଅକୁ ବାପଘର ସହ ସମ୍ପର୍କ ରଖିବାକୁ ସୁଯୋଗ ଦେଉ ନ ଥିଲେ ା ଅଧିକ ଯୌତୁକ ପାଇବାରେ ନିରାଶ ହେବା ପରେ ଧରିତ୍ରୀକୁ ମାରି ଦିଆଯାଇଥିବା ତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି ା
ସେହିପରି ସେହିପରି ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଗ୍ରାମରେ ଗତ ସୋମବାର ଅଧିକ ଯୌତୁକ ଦାବି କରି ବଧୂଙ୍କୁ ବିଷ ପିଆଇ ହତ୍ୟା କରିଥିବା ଧରାକୋଟ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବୁଧବାର ଶ୍ୱଶୁର ଗୁରା ଗୌଡ, ଶାଶୁ ନୀଳା ଗୌଡ଼, ସ୍ବାମୀ ଗଗନ ଗୌଡ, ଦିଅର ବସନ୍ତ ଗୌଡଙ୍କୁ କୋର୍ଟ ଚାଲାଣ କରଛି।
ଆସିକା ଥାନା ଅନ୍ତର୍ଗତ ନୂଆ ସାହସପୁର ଗ୍ରାମର ବାବୁଲା ଗୌଡଙ୍କ ଝିଅ କାଳିଜାଇ ଢଉଗାଁ ଗ୍ରାମର ଗୁରା ଗୌଡ଼ଙ୍କ ପୁଅ ଗଗନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ସମୟରେ କନ୍ୟାଘର ପକ୍ଷରୁ ନଗଦ ୨୦ହଜାର ଟଙ୍କା, ଚେନ୍‌, ମୁଦି ଓ ଅନ୍ୟାନ୍ୟ ଘରୋଇ ଉପକରଣ ପ୍ରଦାନ କରାଯାଇଥିଲା। ବିବାହର କିଛି ଦିନ ହସଖୁସିରେ ବିତିବାପରେ ବରପକ୍ଷ ତରଫରୁ କାଳିଜାଇଙ୍କୁ ଅଧିକ ଯୌତୁକ ଆଣିବାକୁ କହି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏ ନେଇ ଝିଅଘର ପକ୍ଷରୁ ଭଦ୍ରଲୋକଙ୍କୁ ନେଇ ଉଭୟ ପକ୍ଷ ଉପସ୍ଥିତିରେ ବୁଝାମଣା ହୋଇଥିଲା। ଗତ ସୋମବାର ଝିଅ ଫୋନରେ ନିଜ ମା’ ସହ କଥା ହୋଇ ବେଶ୍‌ ଖୁସି ଥିଲେ। ହଠାତ୍‌ ରାତ୍ରି ୯ଟାରେ ଶ୍ୱଶୁରଙ୍କଠାରୁ ଝିଅ ଅସୁସ୍ଥ ଥିବା ଖବର ପାଇଁ କାଳିଜାଇଙ୍କ ବାପା ଆସିକା ମେଡିକାଲରେ ପହଞ୍ଚତ୍ଥିଲେ। ସେଠାରେ କାଳିଜାଇ ବିଷ ପିଇ ଦେଇଥିବା ଡାକ୍ତର ଜଣାଇଥିଲେ। ମା’ ଝୁନୁ ଝିଅକୁ ଏ ବିଷୟରେ ପଚାରିବାରୁ ଏଥିପାଇଁ ଶ୍ୱଶୁର ଦାୟୀ ବୋଲି କାଳିଜାଇ ପ୍ରକାଶ କରିଥିବା ମା’ କହିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର କାଳିଜାଇଙ୍କୁ ବ୍ରହ୍ମପୁର ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାଳିଜାଇଙ୍କ ପିତାଙ୍କ ଏତଲା କ୍ରମେ ଧରାକୋଟ ପୋଲିସ ନଂ. ୧୪୧/୨୨ରେ ମାମଲା ରୁଜୁ କରିଥିବା ଥାନାଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri