ଚାକିରି କରେଇଦେବାକୁ କହି ଟଙ୍କା ଠକେଇ ଅଭିଯୋଗ

ନବରଙ୍ଗପୁର,୨୩|୧(ବି.ପ୍ର.) ଚାକିରି ଦେବା ନାଁରେ ଅର୍ଥ ଆଦାୟ। ଠକେଇର ଶିକାର ହୋଇଥିବା ଦେବକୀ ଜାନୀ (୨୦) ଓ ନିବେଦିତା ଭତରା ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
କୋଡିଙ୍ଗା ଥାନା ଅଧୀନ ମିଥିଆ ଗାଁର ଦେବକୀ ଜାନୀ ଓ ଡାବୁଗାଁ ଥାନା ଅଧୀନ ଚାଯିଗୁଡା ଗାଁର ନିବେଦିତା ଭତରା ସିକ୍ୟୁରିଟି ଗାର୍ଡ ପାଇଁ ଜ୍ୟୋର୍ତିମୟୀ ପ୍ରିୟଦର୍ଶନୀ ପଣ୍ଡାଙ୍କୁ ଯୋଗା ଯୋଗ କରିଥିଲେ। ଜ୍ୟୋର୍ତିମୟୀ ପ୍ରଥମେ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲେ। ଡିସେମ୍ବର ୨୯ରେ ଉଭୟ ୧ ହଜାର ଟଙ୍କା ଲେଖାଏ ପଠାଇଥିଲେ। ଏହା ପରେ ୮୨୬୦୧୪୯୧୭୬ ନମ୍ବରରେ ବବିତା ନାୟକଙ୍କୁ ୨ହଜାର ଟଙ୍କା ଲେଖାଏ ପଠାଇବାକୁ ଜ୍ୟୋର୍ତିମୟୀ କହିଥିଲେ। ଚଳିତ ମାସ ୫ ତାରିଖରେ ସେମାନେ ୨ ହଜାର ଟଙ୍କା ପଟାଇଥିଲେ। ଏହାପରେ ଜ୍ୟୋର୍ତିମୟୀ ସଙ୍ଘମିତ୍ରା ସାମନ୍ତରାୟ ନାମକ ଜଣେ ମହିଳାଙ୍କ ନମ୍ବର ୮୬୩୭୨୧୮୦୦୯ରେ ୧୦ ହଜାର ଟଙ୍କା ଲେଖାଏ ପଠାଇବାକୁ କହିଥିଲେ। ଦେବକୀ ଓ ନିବେଦିତା ଦୁହେଁ ୧୯ ତାରିଖ ଦିନ ୧୦ ହଜାର ଟଙ୍କା ଲେଖାଏ ଉକ୍ତ ନମ୍ବରରେ ପଠାଇଥିଲେ। କିନ୍ତୁ ଉକ୍ତ ନମ୍ବର ଲକ୍ଷ୍ମୀଧର ସାହୁଙ୍କ ନାମରେ ରହିଥିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ନବରଙ୍ଗପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯ା୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ...

ଓଭର୍‌ଟେକ୍‌ କରିବା ହେଲା କାଳ: ବୋଲେରୋ ଓଲଟି ୨ଜଣଙ୍କ ଜୀବନ ଗଲା

ଉମରକୋଟ, ୨୩।୧: ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ଜବଲପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୮ଜଣ...

ବାଇକ ଦୁର୍ଘଟଣା: ୨ ଗୁରୁତର

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥ ଦୁଲପୁର ନିକଟରେ ମଙ୍ଗଳ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌...

ବଜ୍ରପାତରେ ୨୦ ଗୋରୁ ମୃତ

ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍‌ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ...

ଲ୍ୟାମ୍ପସ୍‌ ଆଗରେ ୟୁରିଆ ପାଇଁ ଧସ୍ତାଧସ୍ତି

ଝରିଗାଁ, ୨୧।୮ସ୍ବ.ପ୍ର.):  ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। େ...

ଥାନା ଘେରାଉ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି

ଉମରକୋଟ,୮ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର...

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ

ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ...

ଦାବିକୁ ଅଣଦେଖା କରି ସ୍ଥାନାନ୍ତର ହେଲା ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ହକ୍‌କୁ ମାରି କଳାହାଣ୍ଡିକୁ ଶସ୍ୟଶ୍ୟାମଳା କରାଗଲା। ନଦୀର ଧର୍ମକୁ ବଦଳାଇ ତଳମୁଣ୍ଡ ପରିବର୍ତ୍ତେ ଉପର ମୁଣ୍ଡକୁ ଦିଆଗଲା ପାଣି। ଏହାପରେ...

Advertisement
Archives

Model This Week