ନଡ଼ିଆ ଚାରା ରୋପଣ ନାଁରେ ଅନିୟମିତତା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୭।୮: ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୦ରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ନଡିଆ ଚାରା ରୋପଣ କରାଯାଇଥିଲା। ନଡିଆ ଚାରା, ଖତ, ସାର, ଜଳସେଚନ, ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣ ବାବଦରେ ୪୩.୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ୨୮.୪୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାବେଳେ ଅବଶିଷ୍ଟରେ ବିଳମ୍ବ ହୋଇଥିଲା। ବାସ୍ତବରେ କିନ୍ତୁ ମୋଟା ଅଙ୍କର ସରକାରୀ ଅର୍ଥ ବ୍ୟୟ ସତ୍ତ୍ବେ ଗୋଟିଏ ବି ନଡିଆ ଗଛ ବଞ୍ଚତ୍ ନ ଥିଲା। ଏହା ଉପରେ ଜଗତ୍‌ସିଂହପୁର ଜିଲା ପରିଷଦ କାର୍ଯ୍ୟାଳୟ ପରିସର ଅମ୍ବୁଡସ୍‌ମ୍ୟାନଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେଲା ପରେ ଅନେକ କଥା ପଦାକୁ ଆସିଛି। ଅମ୍ବୁଡସ୍‌ମ୍ୟାନ୍‌ ରମେଶ ବେହେରା ମାମଲାର ବିଚାର କରି ପୂର୍ବତନ ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ (ଏଡିଏସ୍‌ସି) ଦୟାନିଧି ବାଗ, ଏହି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଘନଶ୍ୟାମ ମଲ୍ଲିକ, ବୃକ୍ଷରୋପଣ ପାଇଁ ନିଯୁକ୍ତ ବ୍ଲକ ମୃତ୍ତିକା ସଂରକ୍ଷଣ ଓଭରସିଅର ଦେବୀ ପ୍ରସାଦ ଜେନାଙ୍କୁ ଜଣକା ୯,୪୯, ୮୩୨ ଟଙ୍କା ହିସାବରେ ମୋଟ ୨୮,୪୯,୪୯୮ ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ମୋଟ ଟଙ୍କା ଉପରେ ୧୮% ସୁଧ ଦେବାକୁ କୁହାଯାଇଛି। ଏଥିସହ ଆଦେଶ ପାଇବାର ୧୫ ଦିନ ମଧ୍ୟରେ ଭୁବନେଶ୍ୱର ସଚିବାଳୟ ଶାଖାର ଏସ୍‌ଇଜିଏଫ୍‌ ଆକାଉଣ୍ଟରେ ଜଣକା ୧,୦୦୦ ଟଙ୍କା ହିସାବରେ ଜରିମାନା ଜମା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
୨୦୨୦ରେ ବାଲିକୁଦା ବ୍ଲକ ବାଗାଁ ଗ୍ରାମର ଚିକନଜିତ ମହାନ୍ତ ଅଢ଼ଙ୍ଗ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ନଡିଆ ଚାରା ରୋପଣ ଉପରେ ସୂଚନା ଅଧିକାର ଆଇନ ବଳରେ ବାଲିକୁଦା ବ୍ଲକ ମୃତ୍ତିକା ସଂରକ୍ଷଣ ଉପଖଣ୍ଡ ଅଧିକାରୀଙ୍କଠାରୁ ତଥ୍ୟ ମାଗିଥିଲେ। ଏହା ଉପରେ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା, ୨୦୨୦-୨୧ ଆର୍ଥିକ ବର୍ଷ ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପଞ୍ଚାୟତରେ ୪୧୧୦ଟି ନଡିଆ ଚାରା ରୋପଣ କରାଯାଇଛି। ଆର୍ଥିକ ବର୍ଷ ଶେଷ ଅର୍ଥାତ୍‌ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୩୨୨୮ (୮୦%) ଚାରା ବଞ୍ଚତ୍ଥିଲା। ଏହାପରେ ୨୦୨୧-୨୨ ନିମନ୍ତେ ରୋପଣ କରାଯାଇଥିବା ଚାରା ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ ସହକାରୀ ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନ ଥିଲା । ତା’ପରେ ମହାନ୍ତି ଓ ଅନ୍ୟ ୭ ଜଣ ଜଗତ୍‌ସିଂହପୁର ଅମ୍ବୁଡସ୍‌ମ୍ୟାନ୍‌ଙ୍କ ନିକଟରେ ଚଳିତ ବର୍ଷ ମେ’୨୩ ରେ ଅଭିଯୋଗ କରିଥିଲେ। ଏଥିରେ ଉଲ୍ଲେଖ ଥିଲା ୨୦୨୦-୨୧ରେ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଛି । ଅଭିଯୋଗ ଆଧାରରେ ଅମ୍ବୁଡସ୍‌ମ୍ୟାନ୍‌ଙ୍କ ପକ୍ଷରୁ ୭ା୭ା୨୨ରେ ୩ ଜଣଙ୍କ ପାଖକୁ ପୃଥକ ନୋଟିସ୍‌ କରାଯାଇଥିଲ। ଏଥିରେ ଆବଶ୍ୟକ କାଗଜାତ ଦାଖଲ ପାଇଁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ନଡିଆ ଚାରା ରୋପଣ କି ଅନ୍ୟାନ୍ୟ ଖର୍ଚ୍ଚ ବାବଦୀୟ କୌଣସି ସହାୟକ ଭାଉଚର, କେସ ରେକର୍ଡ ନ ପହଞ୍ଚତ୍ବାରୁ ଆମ୍ବୁଡସ୍‌ମ୍ୟାନ୍‌ଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା କେବଳ ଅନଲାଇନ୍‌ ଖର୍ଚ୍ଚ ବାବଦ ୨୮,୪୯,୪୯୮ ଟଙ୍କା କାର୍ଯ୍ୟାଳୟରେ ଉପଲବ୍ଧ ଥିବା ସ୍ପଷ୍ଟ କରାଯାଉଛି । ମୃତ୍ତିକା ସଂରକ୍ଷଣ ଓଭରସିଅର ଦେବୀ ପ୍ରସାଦ ଅନୁଧ୍ୟାନ ପାଇଁ ଏକାଧିକ ବାର କେସ ରେକର୍ଡ ଦାଖଲ ପାଇଁ ସମୟ ନେଇଛନ୍ତି । କିନ୍ତୁ ଦାଖଲ କରୁନାହାନ୍ତି । ଅମ୍ବୁଡସ୍‌ମ୍ୟାନ୍‌ କ୍ଷେତ୍ର ପରିଦର୍ଶନ କଲାବେଳେ ଅଭିଯୋଗକାରୀ ଉପସ୍ଥିତ ରହି କାଗଜପତ୍ର ଦେଖାଇଥିଲେ। କିନ୍ତୁ ଅଭିଯୁକ୍ତମାନେ ନ ଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ଅଭିଯୋଗକାରୀ ଓ ଅଢ଼ଙ୍ଗ ଜିଆର୍‌ଏସ୍‌ ଅଭିଯୋଗ ଅନୁଯାୟୀ, ଗୋଟିଏ ବି ନଡିଆ ଗଛ ଦେଖିବାକୁ ମିଳି ନ ଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏ ଆଇନ ଓ କାନୁନ ଖିଲାପ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ନୋଟିସ୍‌ ପାଇବାର ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ପଡ଼ିବ। ନଚେତ ଧରିନେବାକୁ ପଡିବ ଯେ ଏହି ପ୍ରସଙ୍ଗରେ ଅଭିଯୁକ୍ତମାନେ କିଛି କହିବାକୁ ଚାହୁଁନାହାନ୍ତି । ଏହାର ଉତ୍ତର ନ ମିଳିବାରୁ ୨୯ା୭ା୨୨ରେ ଉପରୋକ୍ତ ୩ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଉପଯୁକ୍ତ ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅମ୍ବୁଡସ୍‌ମ୍ୟା୍‌ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri