୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନା ସମ୍ପୃକ୍ତ ଅଛନ୍ତି ବୋଲି ମାନସଙ୍କ ସ୍ତ୍ରୀ, ମା ଓ ଭାଇ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଛି। ହେଲେ ହତ୍ୟାକାରୀଙ୍କୁ ଗିରଫ କରାଯାଉନାହିଁ। ହତ୍ୟାକାରୀଙ୍କ ପଛରେ ମନ୍ତ୍ରୀ ଓ ବଡ଼ବଡ଼ିଆଙ୍କ ହାତ ଥିବାରୁ ଉକ୍ତ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ହେଲାଣି। ତେଣୁ ଉଭୟ ମନ୍ତ୍ରୀଙ୍କ ସମେତ ବଡ଼ବଡ଼ିଆଙ୍କୁ ଗିରଫ କରାଯାଉ, ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ମାନସଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଶର୍ମିଷ୍ଠାଙ୍କ ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ରାଜ୍ୟ ସଭା ସାଂସଦ ପ୍ରତାପ ଦେବଙ୍କ ଭଳି ଅନେକ ନେତାଙ୍କ ସହ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ମାନସଙ୍କ ସ୍ତ୍ରୀ ଯମୁନା ସ୍ବାଇଁ କହିଛନ୍ତି, ମୋ ସ୍ବାମୀଙ୍କ ହତ୍ୟା ପଛରେ ୨ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର୍ର ଓ ପ୍ରତାପ ଜେନା ଜଡ଼ିତ ଅଛନ୍ତି। ସେମାନଙ୍କ ଫଟୋ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଆସିଛି। ମେମୋରି ଚିପ୍‌ରେ ମାଡାମ୍‌ ଶର୍ମିଷ୍ଠା ରାଉତଙ୍କ କିଛି କଳା କାରନାମା ରହିଥିଲା। ସେହି ମେମୋରି ଚିପ୍‌ ଜବତ ହେଲେ ସବୁ ଗୁମର ଫିଟିବ। ନ୍ୟାୟ ନ ପାଇଲେ ମୁଁ ନବୀନ ନିବାସ ସମ୍ମୁଖରେ ଆମତ୍ହତ୍ୟା କରିବି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି। ମାନସଙ୍କ ମା’ଜୟନ୍ତୀ ସ୍ବାଇଁ ବି ଏ ସଂକ୍ରାନ୍ତରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି, ଏହି ଘଟଣାରେ ୨ ମନ୍ତ୍ରୀଙ୍କ ସମେତ ବଡ଼ିବଡ଼ିଆଙ୍କ ହାତ ଅଛି। ଶର୍ମିଷ୍ଠା ରାଉତ ମୋ ପୁଅକୁ ମାରିଦେଲେ। ମୋ ପୁଅ କିଛି କଳାକାରନାମା ଜାଣିଥିଲା। ମେମୋରି ଚିପ୍‌ରେ କିଛି ଥିଲା, ଗୁମର ଖୋଲିଯିବା ଭୟରେ ମୋ ପୁଅକୁ ରାସ୍ତାରୁ ହଟାଇ ଦିଆଗଲା। ପୁଅ ମାନସ ସମେତ ଆମ ପରିବାରକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। ଭାଇ ରାକେଶ କହିଛନ୍ତି, ଏହି ହତ୍ୟା ପଛରେ ବଡ଼ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ମୁଖ୍ୟ ହତ୍ୟାକାରୀ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ ସମ୍ପୂର୍ଣ୍ଣାର ମାଲିକାଣୀ ତଥା ଖବରଦାତା ଶର୍ମିଷ୍ଠା ରାଉତ ଗିରଫ ହେବା ଦରକାର। ପୋଲିସ ଥାନାକୁ ଡକାଇ ତାଙ୍କୁ ଛାଡି ଦେଇଛି। ଶର୍ମିଷ୍ଠାଙ୍କ ସହ ବଡ଼ ନେତା, ମନ୍ତ୍ରୀ ଅଛନ୍ତି। ମେମୋରି ଚିପ୍‌ରେ କିଛି ଗୁମର ରହିଥିଲା କିମ୍ବା ଭାଇ କିଛି ଗୁମର ଜାଣିଥିଲେ। ଏଣୁ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି। ପୋଲିସ ଯଦି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରିପାରୁନି ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।
ମାନସଙ୍କ ସ୍ତ୍ରୀଙ୍କ ଅଭିଯୋଗ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଆପଣମାନେ ସତ୍ୟ କ’ଣ ସବୁ ଜାଣିଛନ୍ତି। ବିଜେଡି ଗୋଟିଏ ଅତ୍ୟନ୍ତ ଶୃଙ୍ଖଳିତ ଦଳ। ଆମେ ଅନୁଶାସନ ଭିତରେ ରହି ବିଧିବ୍ୟବସ୍ଥା ମାନି ରାଜନୀତି କରୁ। ନିଶ୍ଚିତ ଭାବେ ବିଜେଡି ଆଇନକୁ ଅନୁପାଳନ କରିବ ବୋଲି ଦିବ୍ୟଶଙ୍କର କହିଛନ୍ତି।
ଅନ୍ୟପକ୍ଷେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଟେଲିଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri