ଏଏସ୍‌ଆଇଙ୍କ ନାମରେ ଅନୈତିକ ସମ୍ପର୍କ ଅଭିଯୋଗ

ରାଇଘର, ୨।୧୧(ଡି.ଏନ.ଏ.): ନବରଙ୍ଗପୁର ଜିଲା ରାଇଘର ପୋଲିସ ଏଏସ୍‌ଆଇ ବଟକୃଷ୍ଣ ଗୌଡ଼ଙ୍କ ନାମରେ ଜଣେ ବୃଦ୍ଧା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଏଏସ୍‌ଆଇ ତାଙ୍କ ପୁତ୍ରବଧୂଙ୍କ ସହିତ ଅନୈତିକ ସମ୍ପର୍କ ରଖି ପରିବାର ଉଜାଡ଼ି ଦେଇଥିବା ସେ କହିଛନ୍ତି। ଏ ନେଇ ଅଭିଯୁକ୍ତ ଏଏସ୍‌ଆଇଙ୍କ ବିରୋଧରେ ନଂ. ୨୦୩/୨୧ରେ ଏକ ମାମଲା ରୁଜୁ ହୋଇଛି। ବୃଦ୍ଧଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଏଏସ୍‌ଆଇ ପୁତ୍ରବଧୂଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିବା ଜଣାପଡ଼ିବା ପରେ ତାଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଏଏସ୍‌ଆଇ ପ୍ରରୋଚନାରେ ପୁତ୍ରବଧୂ ପୁଅଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ନଂ. ୧୯୯/୨୧ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ବୋହୂଙ୍କ ସମସ୍ତ ସାମଗ୍ରୀ ନେଇଯାଇ ଅନ୍ୟତ୍ର ଥଇଥାନ କରାଇଛି। ବୃଦ୍ଧାଜଣକ ମାନସିକ ଦୁଃଶ୍ଚିନ୍ତାରେ କାଳ କାଟୁଥିବା ଅଭିଯୋଗ କରିବା ସହ ଥାନାଧିକାରୀ ଟଙ୍କଗିରି ଭୋଇଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏ ନେଇ ଥାନାଧିକାରୀ କୁହନ୍ତି, ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri