ପ୍ରଭାବିତ ହେଉଛି ପାଠପଢ଼ା

ବଅଁରପାଳ,୨୪ା୬ (ଉପେନ୍ଦ୍ର ରାଉତ): ସ୍କୁଲ ସ୍ଥାପନ ବେଳେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିପାଇଁ ୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଶିକ୍ଷାନୁଷ୍ଠାନ ଭଲ ଫଳାଫଳ କରୁଥିଲା। ହେଲେ କିଛିବର୍ଷ ହେଲା ଏହି ସଫଳ ଶିକ୍ଷାନୁଷ୍ଠାନ ପ୍ରତି ସରକାରୀ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ବିଶେଷକରି ଶିକ୍ଷକ ନିଯୁକ୍ତି ଦିଗ ପ୍ରତି ଆଖିବୁଜି ଦିଆଯାଇଛି। ଏହି କାରଣରୁ ୧୨ ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ୬ ଜଣରେ ଶିକ୍ଷାଦାନ ଚାଲିଛି। ଏଥିଯୋଗୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକସ୍ଥିତ କୁଲାଡ଼ ଆଲୁମିନିୟମ ହାଇସ୍କୁଲରେ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
୧୯୮୫ ମସିହାରେ ନାଲ୍‌କୋ ଆଲୁମିନିୟମ ପ୍ଲାଣ୍ଟକୁ ନେଇ କୁଲାଡ଼ ଆଲୁମିନିୟମ ହାଇସ୍କୁଲ ସ୍ଥାପିତ ହୋଇଥିଲା। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଭ କରିଥିଲା। ସ୍କୁଲ ଆରମ୍ଭ ବେଳେ ୭ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲିଥିବା ବେଳେ ଏବେ ଉକ୍ତ ପଦବୀ ସଂଖ୍ୟା ୧୨ରେ ପହଞ୍ଚିଛି। ହେଲେ ବର୍ତ୍ତମାନ ମାତ୍ର ୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅବସରପ୍ରାପ୍ତ ଶିକ୍ଷକ। ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ ଶିକ୍ଷକଙ୍କୁ ଅଣାଯାଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ କଞ୍ଜରା ବିଦ୍ୟାଳୟରୁ ଡେପୁଟେଶନରେ ଏଠାକୁ ଅଣାଯାଇ ଅବସ୍ଥାପିତ କରାଯାଇଛି। ଆହୁରି ୬ ଶିକ୍ଷକ ପଦବୀ ସହ କିରାଣି ପଦବୀ ଦୀର୍ଘଦିନ ହେଲା ଖାଲିପଡିଛି। ୯ମ ଓ ଦଶମ ଶ୍ରେଣୀରେ ବର୍ତ୍ତମାନ ୧୬୩ ଜଣ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପଢ଼ୁଥିବା ବେଳେ କଳା, ଗଣିତ, ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକ ପଦବୀରେ କାହାକୁ ନିଯୁକ୍ତି ମିଳିନାହିଁ। ଫଳରେ ଏସବୁ ବିଷୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଅତୀତରେ ଏହି ଶିକ୍ଷାନୁଷ୍ଠାନ ଭଲ ରେଜଲ୍ଟ କରୁଥିଲା। ଏଠାରେ ପଢ଼ିଥିବା ଅନେକ ଛାତ୍ରୀଛାତ୍ର ଏବେ ସମାଜରେ ପ୍ରତିଷ୍ଠାଲାଭ କରିପାରିଛନ୍ତି। ମାତ୍ର ଦୀର୍ଘଦନ ହେଲା ଏପରି ଏକ ସଫଳ ବିଦ୍ୟାଳୟ ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରୀଛାତ୍ରମାନେ ପ୍ରାୟ ୪ ଲକ୍ଷ ଟଙ୍କା ସହାୟତା କରିଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ସ୍କୁଲର ଉନ୍ନତୀକରଣ ପାଇଁ ପ୍ରାୟ ୧୧ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ହେଲେ ନୂତନ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଯାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ସରକାର ଅଧିକ ଶିକ୍ଷକ ନିଯୁକ୍ତି ଦେଲେ ଉକ୍ତ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri