ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପ/କୁଜଙ୍ଗ/ଭୁବନେଶ୍ୱର, ୩ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଶନିବାର ମଧ୍ୟରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗେଡି (୨୩)। ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ପୋଲିସ ତାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫର ୨ଘଣ୍ଟା ମଧ୍ୟରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଛି। ମନୋରଞ୍ଜନଙ୍କୁ ପୋଲିସ ହାଜତରେ ପିଟି ପିଟି ମାରିଦେଇଥିବା ତାଙ୍କ ବାପା ପ୍ରହଲ୍ଲାଦ ରବିବାର ଗଣମାଧ୍ୟମରେ କହିଛନ୍ତି। ଏନେଇ ଅନୁଗୋଳର ସୁଜିତ୍‌ ସାହୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍‌ଆରସି) ଗୁରୁତ୍ୱର ସହ ନେଇଛନ୍ତି। ସୋମବାର କମିଶନ ନିଜ ଆଡୁ ମାମଲା ରୁଜୁ କରିବା ସହ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ୨୦ ତାରିଖ ସୁଦ୍ଧା ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ସମେତ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପତ୍ର (ନଂ. ୭୮୮/୨୨) ଜରିଆରେ କୁହାଯାଇଛି। ଏହାର ନକଲ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କୁ ପଠାଯାଇଛି।
ପ୍ରହଲ୍ଲାଦଙ୍କ କହିବାନୁଯାୟୀ, ତାଙ୍କ ପୁଅ ମନୋରଞ୍ଜନ ଶନିବାର ସାରେ ସାଙ୍ଗ ନବୀନ ସୂତାର (ଗୁଡୁ)ଙ୍କ ସହ ଘରୁ ଯାଇଥିଲେ। ରାତି ସାଢ଼େ ୧୦ଟାରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକସଂଘ ପକ୍ଷରୁ ସୂଚନା ମିଳିଲା ଯେ ପୁଅର ଦୁର୍ଘଟଣା ହୋଇଛି। ସେ ମେଡିକାଲରେ ଅଛନ୍ତି। ଖବରପାଇ ପ୍ରହଲ୍ଲାଦଙ୍କ ପରିବାର ସଦସ୍ୟ ଆଖପାଖରେ ଥିବା ମେଡିକାଲ ପହଞ୍ଚତ୍ ଖୋଜାଖୋଜି କରୁଥିତ୍ବାବେଳେ ମନୋରଞ୍ଜନ ଜଗତସିଂହପୁର ଜିଲା ହସ୍ପିଟାଲରେ ଥିବା ସୂଚନା ମିଳିଥିଲା। ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ପୁଅ ପାଖକୁ ଛାଡ଼ିି ନ ଥିଲା। ରାତି ପ୍ରାୟ ୨ ଟାରେ ଜଣେ ପୋଲିସ କର୍ମଚାରୀ କହିଲେ ଆସ ତୁମ ପୁଅକୁ ଦେଖିବ। ସେତେବେଳେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ପୋଲିସ ଏକ କାଗଜରେ ଦସ୍ତଖତ କରିବା ପାଇଁ କହିଥିଲେ। ଏହାପରେ ମୃତଦେହ ବ୍ୟବଚ୍ଛେଦ କରିଦେଲେ। ଘଟଣା ସମ୍ପର୍କରେ ଥାନାଧିକାରୀ ଜୀବନାନନ୍ଦ ଜେନା କୁହନ୍ତି, ମନୋରଞ୍ଜନ ଓ ନବୀନଙ୍କ ପାଖରେ ବ୍ରାଉନସୁଗାର ଥିବା ଖବରପାଇ ଉଭୟଙ୍କୁ ଧରିବାକୁ ଯାଇଥିଲୁ। ରଙ୍ଗିଆଗଡ଼ ପୋଲ ନିକଟରେ ଉଭୟଙ୍କୁ କାବୁ କଲାବେଳେ ମନୋରଞ୍ଜନ ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିଥିଲେ। ସେ ଦୌଡ଼ି ପଳାଇଯାଉଥିବାବେଳେ ଏକ ସିମେଣ୍ଟ କାନ୍ଥରେ ବାଡ଼େଇ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଛି। ଏ ନେଇ ଜଗତସିଂହପୁର ଥାନାରେ ଅପମୃତ୍ୟୁ ମାମଲା (ନଂ. ୨୫/୨୨) ରୁଜୁ ହୋଇଛି। ବ୍ରାଉନସୁଗାର ବେପାର ଅଭିଯୋଗରେ ମଧ୍ୟ ନବୀନ ଓ ମନୋରଞ୍ଜନ ନାମରେ ଅଭୟଚାନ୍ଦପୁର ଥାନାରେ ମାମଲା (ନଂ. ୧୮୦/୨୨) ରୁଜୁ ହୋଇଛି। ନବୀନଙ୍କୁ ରବିବାର କୁଜଙ୍ଗ କୋର୍ଟ ଚାଲାଣ କରାଯାଇଛି।
ଘଟଣାରେ ପୋଲିସ ପ୍ରତି ସନ୍ଦେହ ବଢ଼ିଛି। କାରଣ ମନୋରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇ ନ ଥିଲା। ଆମ୍ବୁଲାନ୍ସ ବଦଳରେ ମନୋରଞ୍ଜନଙ୍କୁ ପୋଲିସ ଗାଡ଼ିରେ ହସ୍ପିଟାଲ ନିଆଯାଇଥିଲା। ରାତି ୨ଟାରେ ତରବରିଆ ଭାବେ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ୟପକ୍ଷରେ ଘଟଣା ପ୍ରତିବାଦରେ ଭୁବନେଶ୍ୱରଠାରେ ବିଭିନ୍ନ ମାନବାଧିକାର ଓ ରାଜନୈତିକ ସଙ୍ଗଠନ ପକ୍ଷରୁ ଗଣପ୍ରତିବାଦ କରାଯାଇଥିଲା। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରି ଘଟଣାର ତଦନ୍ତ ହେଉ। ଏଥିସହ ଅଭୟଚାନ୍ଦପୁର ଥାନା ଆଇଆଇସି ଓ ଜଗତସିଂହପୁର ଜିଲା ଏସପିଙ୍କ ବିରୋଧରେ ଆଇପିସି ଦଫା ୩୦୨ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଉ। ସେହିପରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରାଯାଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଖିଳ ଭାରତ ଜନମଞ୍ଚ, ପରୱାର୍ଡ ବ୍ଲକ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଜନସାଫ୍‌, ସିପିଏମ୍‌, ସିପିଆଇ(ଏମ୍‌ଏଲ୍‌), ସମାଜବାଦୀ ପାର୍ଟି, ବସ୍ତିସୁରକ୍ଷା ମଞ୍ଚ, ସୂଚନା ଅଧିକାର ଅଭିଯାନ ଆଦି ସଙ୍ଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଥାନାଧିକାରୀ ଜେନା ଓ ଏସ୍‌ପି ଅଖିଳେଶ ସିଂ ପୁରୀ ଜିଲାରେ ଥିବାବେଳେ ଏକ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। ବାସେଳୀସାହି ଥାନାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ପିଟିପିଟି ମାରି ଦେଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri