ରାଜ୍ୟରେ ବିଭିନ୍ନ ଯୋଜନା ବନ୍ଦ ଅଭିଯୋଗ

ଭୁବନେଶ୍ୱର, ୬।୬(ଅସମାପିକା ସାହୁ)ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳରୁ ନବୀନ ସରକାରଙ୍କ ପତନ ଘଟୁଥିବା ଜାଣି ମଧ୍ୟାହ୍ନରୁ ହିଁ ରାଜ୍ୟର ବିଭିନ୍ନ ଘରୋଇ ଚିକିତ୍ସାଳୟ ବିଏସ୍‌କେୱାଇ ଯୋଜନାରେ ନୂଆ ରୋଗୀଙ୍କୁ ଭର୍ତ୍ତି କରୁ ନ ଥିବାବେଳେ ପୂର୍ବରୁ ଚିକିତ୍ସିତ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିଛି। ଏପରି କି ଡାଏଲିସିସ୍‌, କେମୋ ପାଇଁ ଯାଇଥିବା ରୋଗୀଙ୍କୁ ମଧ୍ୟ ଫେରାଇ ଦିଆଯାଉଥିବା ଶୁଣିବାକୁ ମିଳିଛି। ରାଜ୍ୟରେ ନୂଆ ସରକାର ଆସିବ। ତେଣୁ ଏହି କାର୍ଡ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କେତେକ ହସ୍ପିଟାଲ ପକ୍ଷରୁ କୁହାଯାଉଛି।

ବୁଧବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାତି ପାହିଲାଣି। କାର୍ଡ ତ ବଦଳିବ, ଆୟୁଷ୍ମାନ ହେବ। ଓଡ଼ିଶା ଆୟୁଷ୍ମାନ ଲାଗୁ କରିବ। ବାହାରେ ରହୁଥିବା ଦେଢ଼କୋଟି ବିଏସ୍‌କଓ୍ବୋଇ ଓଡ଼ିଆଙ୍କ ପାଇଁ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ବିଏସ୍‌କଓ୍ବୋଇରେ ଲିମିଟେଡ୍‌ ସ୍କୋପ୍‌ ଅଛି। ତାହା ବନ୍ଦ ହୋଇଯିବ। ଆୟୁଷ୍ମାନ ଯୋଜନାରେ ସାଧାରଣ ଲୋକ ଶହେ ପ୍ରତିଶତ ୫ଲକ୍ଷ ଟଙ୍କାର ଚିକିତ୍ସା ପାଇଁ ପାଇବେ। ସେଥିରେ କୌଣସି ଲିମିଟେଶନ ରହିବ ନାହିଁ। ରାଜ୍ୟରେ ଭାଜପା ସରକାର ଶପଥ ନେବା ପରେ ଆମେ ଯାହା ପୂର୍ବରୁ କହିଥିଲୁ, ତାହା କରିବୁ। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି। ମନମୋହନଙ୍କ ଏହି ମନ୍ତବ୍ୟ ପରେ ବିଏସ୍‌କଓ୍ବୋଇ କାର୍ଡ ଅଚଳ ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା। ଏହାପରେ ଏହି ମନ୍ତବ୍ୟକୁ ଖଣ୍ଡନ କରିବାକୁ ଯାଇ ମନମୋହନ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ରାଜ୍ୟର କିଛି ଘରୋଇ ହସ୍ପିଟାଲ ବିଏସ୍‌କଓ୍ବୋଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ନ ଯୋଗାଇ ରୋଗୀମାନଙ୍କୁ ଫେରାଇ ଦେଉଥିବା ବିଭିନ୍ନ ଗଣମାଧ୍ୟମରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚତ୍ତ ରଖାଯିବା ଏକ ସାମାଜିକ ଏବଂ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବା ଉଚିତ। ଏଥି ସହିତ ପ୍ରଶାସନ ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସାମଲ କହିଛନ୍ତି।

ଏ ସମ୍ପର୍କରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଆଶୁତୋଷ ମହାନ୍ତି କହିଛନ୍ତି, ‘ମୋ ଝିଅକୁ ବୁଧବାର କେମୋ ଦିଆଯିବାର ଥିଲା। କିନ୍ତୁ ଆମକୁ ହସ୍ପିଟାଲ ପକ୍ଷରୁ ମନା କରିଦିଆଗଲା। ଆମେ ତାଙ୍କୁ କାରଣ ପଚାରିବାରୁ ବିଏସ୍‌କଓ୍ବୋଇ କାର୍ଡ ଆଉ କାର୍ଯ୍ୟ କରୁନି ବୋଲି କହିଥିଲେ। ଫଳରେ ଆମକୁ ଏବେ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ସେପଟେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ବିଏସ୍‌କଓ୍ବୋଇ କାର୍ଡ ଏବେ ବି ପୂର୍ବଭଳି କାର୍ଯ୍ୟ କରୁଛି। ତାକୁ ବନ୍ଦ କରିବା ପାଇଁ କୌଣସି ନୋଟିଫିକେଶନ ହୋଇନାହିଁ। କାର୍ଡଧାରୀ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଭଳି ଅଭିଯୋଗ ଆସିବା ପରେ ଏପରି ନ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ। ଯେପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନୋଟିସ ଯାଇନାହିଁ, ସେ ପର୍ଯ୍ୟନ୍ତ ବିଏସ୍‌କଓ୍ବୋଇ କାର୍ଡକୁ ଗ୍ରହଣ କରିବା ପାଇଁ ଉକ୍ତ ହସ୍ପିଟାଲଗୁଡ଼ିକୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୮ ଅଗଷ୍ଟ ୧୫ରୁ ବିଏସ୍‌କଓ୍ବୋଇ ଲାଗୁ ହେବା ପରେ ୬୭୯ଟି ଓଡ଼ିଶାର ଏବଂ ରାଜ୍ୟ ବାହାରର ୧୫୬ଟି ଘରୋଇ ହସ୍ପିଟାଲରେ ଅନ୍ତର୍ଭୁକ୍ତ ହୋଇ ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି।

ଭୁବନେଶ୍ୱର,୬।୬(ଅନୁରାଧା ମହାରଣା)ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହେବା କ୍ଷଣି ‘ଲକ୍ଷ୍ମୀ’ ବସ୍‌ ସେବା ବନ୍ଦ ହୋଇଯାଇଥିବା ଚର୍ଚ୍ଚା ହେଉଛି। ୨୦୨୩ ଅକ୍ଟୋବର ୧୨ରୁ ମାଲକାନଗିରିରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ସମସ୍ତ ଜିଲାରେ ସମୁଦାୟ ୧୩୫୪ ବସ୍‌ ଚାଲିଥିଲା। ଏହାଦ୍ୱାରା ୬୦୩୧ ପଞ୍ଚାୟତର ୩.୬୪ କୋଟି ଲୋକଙ୍କ ଯାତାୟାତ ସୁଗମ ହୋଇପାରିଥିଲା। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ୧,୭୪୫ ବସ୍‌ ଚଳାଚଳର ସୁବିଧା କରାଯାଇଥିଲା। ମିଶନ ଶକ୍ତି ମା’ମାନଙ୍କୁ ବସ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଗ୍ରାମାଞ୍ଚଳରେ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ ବୋଲି ଆଶା କରାଯାଉଥିଲା। ନୂଆ ସରକାର ଶପଥ ଗ୍ରହଣ ପୂର୍ବରୁ ଏଭଳି ଲୋକାଭିମୁଖୀ ଯୋଜନା ବନ୍ଦ ହେବା ଶୁଣିବା ପରେ ଲୋକଙ୍କ ମୁଣ୍ଡରେ ଚିନ୍ତା ପଶିଛି। ଅନ୍ୟପଟେ ଓଡ଼ିଶା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ (ଓଏସଆରଟିସି) ଅଧୀନରେ ବସ୍‌ଗୁଡ଼ିକ ପରିଚାଳିତ ହେଉଥିବାବେଳେ ଏନେଇ ମୁହଁ ଖୋଲିବାକୁ ଅଧିକାରୀମାନେ ଆଗ୍ରହ ପ୍ରକାଶ
ଲକ୍ଷ୍ମୀ ବସ୍‌ କରୁନାହାନ୍ତି। ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ବସ୍‌ ଚଳାଚଳ ବନ୍ଦ ନେଇ କୌଣସି ସୂଚନା ଥିଲେ ଆମେ ଖବରଦାତା ସମ୍ମିଳନୀରେ ସୂଚନା ଦେବୁ ବୋଲି କହିଛନ୍ତି। କିନ୍ତୁ ଲକ୍ଷ୍ମୀ ବସ୍‌ଗୁଡ଼ିକର ରୂପରେଖ ପରିବର୍ତ୍ତନ ନେଇ ଯୋଜନା ଥିବା ସେ କହିଛନ୍ତି। ୩,୧୭୮ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ଏତେସଂଖ୍ୟକ ବସ୍‌ର ରୂପରେଖ ପରିବର୍ତ୍ତନ କରି ଅତିରିକ୍ତ ବ୍ୟୟ ଯୋଡ଼ିବା ରାଜ୍ୟ ଅର୍ଥନୀତି ପ୍ରତିି ଶୁଭଙ୍କର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଭୁବନେଶ୍ୱର, ୬।୬ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ଦିନକ ପରେ ବିଜେଡି ସରକାର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଯୋଜନା ହଠାତ୍‌ ବନ୍ଦ ହୋଇଯାଉଥିବା ନେଇ ଅଭିଯୋଗ ହେଉଛି। ସହରର ଗରିବ ଲୋକଙ୍କୁ ୫ଟଙ୍କାରେ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୧୫ ଏପ୍ରିଲ ୧ରେ ବିଜେଡି ସରକାର ‘ଆହାର’ ଯୋଜନା ଆରମ୍ଭ କରିଥିଲେ। ଲୋକେ କମ୍‌ ମୂଲ୍ୟରେ ପେଟପୂରା ଭାତ ଏବଂ ଡାଲମା ଖାଇ ପାରୁଥିବାରୁ ଏହି ଯୋଜନାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା। ପରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ଭଦ୍ରକ, କାମାକ୍ଷାନଗର ଭଳି ପ୍ରାୟ ୧୦୦ଟି ସହରରେ ଆହାରକେନ୍ଦ୍ର ଖୋଲାଯାଇଥିଲା। ତେବେ ୪ତାରିଖର ଜନାଦେଶ ବିଜେଡି ସରକାରଙ୍କ ବିପକ୍ଷରେ ଯାଇଥିବାରୁ ହଠାତ୍‌ ଆହାର କେନ୍ଦ୍ରଗୁଡିକ ବନ୍ଦ ହୋଇଥିବା ନେଇ ଅଭିଯୋଗ ଆସୁଛି। କିଏ ଆହାର କେନ୍ଦ୍ରକୁ ଯାଇ ନ ଖାଇ ଫେରି ଆସୁଛି ତ ଆଉ କିଏ ଆହାର କେନ୍ଦ୍ରରେ ଆହାର ତାଲା ଝୁଲୁଥିବା ନେଇ ଅଭିଯୋଗ ଆଣିଛନ୍ତି। ସରକାର ବଦଳିବା ପରେ ରାତାରାତି ଯୋଜନା ବନ୍ଦ ହୋଇଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଭୁବନେଶ୍ୱରରେ ମୋଟ୍‌ ୧୩ଟି ଆହାର କେନ୍ଦ୍ର ରହିଛି। ପ୍ରତିଦିନ ସେଠାରେ ୧୩ହଜାର ୨ଶହ ମିଲ୍‌ ପ୍ରସ୍ତୁତ ହୋଇଥାଏ। ସହରରେ ରହୁଥିବା ପ୍ରାୟତଃ ଦିନମଜୁରିଆ ଓ ନିମ୍ନମଧ୍ୟବିତ୍ତ ଏହାର ଲାଭ ପାଉଥିଲେ। ‘ଆହାର’ ବନ୍ଦ ହେବା ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri