ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍‌ ଓ ମେଡିସିନ୍‌ ଦୋକାନୀ ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ରୋଗୀମାନଙ୍କ ଜୀବନ ଯାଉଥିବା ନଜିର ରହିଛି । ସେମିତି ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି । ଜଣେ ମେଡିସିନ୍‌ ଦୋକାନୀ ଜଣେ ୫ବର୍ଷ ଶିଶୁକୁ ଭୁଲ୍‌ ଇଞ୍ଜେକଶନ୍‌ ଦେବାରୁ ତାର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଏହି ଅଭାବନୀୟ ଘଟଣା ଯାଜପୁର ସଦର ମହକୁମାଠାରୁ ୬ କିମି ଦୂର ମନ୍ଦାରଖଣ୍ଡ ଛକରେ ଥିବା ଏକ ଔଷଧ ଦୋକାନରେ ଘଟିଛି । ମୃତକ ହେଲେ ଦଶରଥପୁର ମୁଗୁପଦା ଅଞ୍ଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ୍‌ ମଲିକ (୫) । ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପାଖରେ କୌଣସି ଡାକ୍ତରଖାନା କିମ୍ବା ଡାକ୍ତର ନ ଥିବାରୁ ସ୍ଥାନୀୟ ମେଡିସିନ୍‌ ଦୋକାନକୁ ସୁରେନ୍ଦ୍ର ପୁଅକୁ ଦେଖାଇବାକୁ ଆଣିଥିଲେ । ଦୋକାନୀ ଜଣକ ତାଙ୍କୁ ଏକସଙ୍ଗେ ୨ଟି ଇଞ୍ଜେକ୍‌ଶନ୍‌ ଦେଇଥିଲେ। ଏହି ଇଞ୍ଜେକଶନ୍‌ ନେବା ପରେ ଓମ୍‌ଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଔଷଧ ଦୋକାନୀ ଜଣକ ତାଙ୍କୁ ନିଜ ଗାଡ଼ିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରି ପରିସ୍ଥିତିରେ ଔଷଧ ଦୋକାନୀ ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଓମ୍‌ଙ୍କ ପରିବାର ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଯାଜପୁର ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଓମ୍‌ଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି । ଅନ୍ୟପକ୍ଷେ ସୁରେନ୍ଦ୍ର କୁଆଡ଼େ ଯାଜପୁରରେ ଓମ୍‌କୁ ଦେଖାଇ ଏକ ପ୍ରେସ୍‌କ୍ରିପ୍‌ଶନ ଆଣିଥିଲେ। ସେହି ପ୍ରେସ୍‌କ୍ରିପ୍‌ଶନ ଅନୁଯାୟୀ ଔଷଧ ଦୋକାନୀ ଓମ୍‌କୁ ୨ଟି ଇଞ୍ଜେକଶନ ଦେଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri