ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍‌ ଓ ମେଡିସିନ୍‌ ଦୋକାନୀ ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ରୋଗୀମାନଙ୍କ ଜୀବନ ଯାଉଥିବା ନଜିର ରହିଛି । ସେମିତି ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି । ଜଣେ ମେଡିସିନ୍‌ ଦୋକାନୀ ଜଣେ ୫ବର୍ଷ ଶିଶୁକୁ ଭୁଲ୍‌ ଇଞ୍ଜେକଶନ୍‌ ଦେବାରୁ ତାର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଏହି ଅଭାବନୀୟ ଘଟଣା ଯାଜପୁର ସଦର ମହକୁମାଠାରୁ ୬ କିମି ଦୂର ମନ୍ଦାରଖଣ୍ଡ ଛକରେ ଥିବା ଏକ ଔଷଧ ଦୋକାନରେ ଘଟିଛି । ମୃତକ ହେଲେ ଦଶରଥପୁର ମୁଗୁପଦା ଅଞ୍ଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ୍‌ ମଲିକ (୫) । ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପାଖରେ କୌଣସି ଡାକ୍ତରଖାନା କିମ୍ବା ଡାକ୍ତର ନ ଥିବାରୁ ସ୍ଥାନୀୟ ମେଡିସିନ୍‌ ଦୋକାନକୁ ସୁରେନ୍ଦ୍ର ପୁଅକୁ ଦେଖାଇବାକୁ ଆଣିଥିଲେ । ଦୋକାନୀ ଜଣକ ତାଙ୍କୁ ଏକସଙ୍ଗେ ୨ଟି ଇଞ୍ଜେକ୍‌ଶନ୍‌ ଦେଇଥିଲେ। ଏହି ଇଞ୍ଜେକଶନ୍‌ ନେବା ପରେ ଓମ୍‌ଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଔଷଧ ଦୋକାନୀ ଜଣକ ତାଙ୍କୁ ନିଜ ଗାଡ଼ିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରି ପରିସ୍ଥିତିରେ ଔଷଧ ଦୋକାନୀ ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଓମ୍‌ଙ୍କ ପରିବାର ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଯାଜପୁର ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଓମ୍‌ଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି । ଅନ୍ୟପକ୍ଷେ ସୁରେନ୍ଦ୍ର କୁଆଡ଼େ ଯାଜପୁରରେ ଓମ୍‌କୁ ଦେଖାଇ ଏକ ପ୍ରେସ୍‌କ୍ରିପ୍‌ଶନ ଆଣିଥିଲେ। ସେହି ପ୍ରେସ୍‌କ୍ରିପ୍‌ଶନ ଅନୁଯାୟୀ ଔଷଧ ଦୋକାନୀ ଓମ୍‌କୁ ୨ଟି ଇଞ୍ଜେକଶନ ଦେଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri