ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା ଅଭିଯୋଗ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଯାତ୍ରା ପଞ୍ଚାୟତ ଶୁକଡଳା ଗ୍ରାମର କେଶବ ବାରିକ ବୁଧବାର କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି।

କେଶବଙ୍କ ଅଭିଯୋଗ ମୁତାବକ, ୨ ବର୍ଷ ହେବ ଜଣେ ପଡ଼ୋଶୀ ଗୁଣିଗାରେଡ଼ି ସନ୍ଦେହରେ ଆରୋପ ଲଗାଇ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି। ଏନେଇ ନୟାକୋଟ ଥାନାରେ ପରିବାର ପକ୍ଷରୁ ୪ଥର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ଥାନା ପକ୍ଷରୁ ତାଙ୍କ ବିରୋଧରେ ୧୦୭ ଦଫାରେ ମାମଲା ରୁଜୁ କରିବାକୁ ଧମକ ଦିଆଯାଉଥିବା ସେ ଏସ୍‌ପିଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗୁଣିଗାରେଡ଼ି ସନ୍ଦେହଜନିତ ହତ୍ୟା ମାମଲାରେ କେନ୍ଦୁଝର ଜିଲା ଆଗରେ ରହିଛି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଗୁଣିଗାରେଡ଼ି ବିରୋଧରେ ଲୋକଙ୍କୁ ସଚେତନତା ଲାଗି ପ୍ରୟାସ କରାଯାଉଛି। ହେଲେ ବାଂଶପାଳ ମାମଲାରେ ଏହାର ଓଲଟା ଦେଖିବାକୁ ମିଳିଛି।