ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ ଉଠିଲା

ମୁରିବାହାଲ, ୨୩ା୫(ଡି.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ପଞ୍ଚାୟତ ସମିତିର ତ୍ରୈମାସିକ ବୈଠକ ସୋମବାର ବ୍ଲକ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଗ୍ରାମ ପଞ୍ଚାୟତ ଅଧିକାରୀ ଏନ.ଯେ.ଥିଓଫିଲ ପୃର୍ବ ବିବରଣୀ ପାଠ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତୀକ କୁମାର ମେହେର ବିଭାଗ ସମ୍ବନ୍ଧରେ ସୂଚନା ଦେଇଥିଲେ। ସମନ୍ବିତ ଶିଶୁ ବିଭାଗ ଯୋଜନା ଅଧିକାରୀ ସୁପ୍ରଭାତ ମହାପାତ୍ର ନିଜ ବିଭାଗ ତଥ୍ୟ ପ୍ରଦାନ କରୁଥିବା ବେଳେ ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୧୯୭ ଅଙ୍ଗନୱାଡି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବାରୁ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ବୋଲି ଗୁଡିଘାଟ ସମିତି ସଭ୍ୟ ପୁଣ୍ୟ ହରପାଳ ଓ ଇଛାପଡା ସମିତି ସଭ୍ୟ ତୋଫାନ ନାଗ ଅଭିଯୋଗ କରିଥିଲେ। ଏଣୁ ଛତୁଆ ବଣ୍ଟନ କରୁଥିବା ଏସ୍‌ଏଚ୍‌ଜିକୁ ବଦଳାଇ ନୂତନ ନିଯୁକ୍ତି ଦେବା ପାଇଁ ଜ଼ିଲା ପରିଷଦ ଉପାଧ୍ୟକ୍ଷ ମିଥିଲା ମାଝି କହିଥିଲେ। ଏହି ସମୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଯାଜ୍ଞସିନୀ ହାତୀ ନିଜ ସିଟ୍‌ରୁ ଉଠି ମତେ କୌଣସି ଗୁରୁତ୍ୱ ଦିଆଯାଉନାହିଁ ବୋଲି କହି ବୈଠକ ବର୍ଜନ କରିଥିଲେ। ଏହାପରେ ବିଭିନ୍ନ ସମସ୍ୟାକୁ ନେଇ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଗୃହରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ରଖି ତଳେ ଅନଶନରେ ବସିଥିଲେ। ପରେ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ ହେର୍ଣ୍ଣାଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଉପସ୍ଥିତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ହସ୍ତକ୍ଷେପ ପରେ ସେ ଅନଶନରୁ ଉଠି ନିଜ ଆସନରେ ବସିଥିଲେ। ଗୃହ ସ୍ବଭାବିକ ହେବା ପରେ ଶିକ୍ଷା, ଉଦ୍ୟାନ, କୃଷି, ପ୍ରାଣୀସମ୍ପଦ, ଯୋଗାଣ, ବିଦ୍ୟୁତ୍‌ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ନିଜ ବିଭାଗର ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ଆଲୋଚନାରେ ମୁରିବାହାଲ ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ପଞ୍ଚାୟତର ନିଜସ୍ବ କାର୍ଯାଳୟ ନ ଥିବା ବିଷୟ ସଭାର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଏକ ପ୍ରସ୍ତାବ ଗୃହୀତ କରି ଜ଼ିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ ସେଟ ବ୍ଲକରେ କେନ୍ଦ୍ର ସରକାର ଯୋଜନାରେ ଘର ଘର ନଳ, ଘର ଘର ଜଳ ଯୋଜନାରେ ୨୦ ଗ୍ରାମରେ ଓଭରହେଡ ଟ୍ୟାଙ୍କ ନିର୍ମାଣ କରା ଯାଉଛି ବୋଲି ତଥ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକୁ ସଠିକ ଏବଂ ସମୟରେ ସାରିବା ପାଇଁ ଏମ୍‌ପି ପ୍ରୀତିନିଧି ଶ୍ରୀବତ୍ସ ବେହେରା ପରାମର୍ଶ ଦେଇଥିଲେ। ବିଡିଓ ପୁଟେଲ ବିଭିନ୍ନ ବିଭାଗର ସମସ୍ୟା ଉପରେ ଉତ୍ତର ରଖିଥିଲେ। ବୈଠକରେ ଅତିରିକ୍ତ ସହକାରୀ ଯନ୍ତ୍ରୀ ଅବିନାଶ ମୋଡି, ଜିଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ସରପଞ୍ଚ କାଳିଆ ସରାଫ, ସବିତା ବିଭାର, ରାମଦାସ ମହାକୁର, ସମିତି ସଭ୍ୟ ସନ୍ୟାସୀ ପୁଟେଲ, ଭୀମ ବାଗ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri