ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି ଘଟଣାକୁ ରୋକିବା ପାଇଁ ପୋଷ୍ୟ ଗ୍ରହଣର ବିଧିବଦ୍ଧ ବ୍ୟବସ୍ଥା ବି ରହିଛି। କିନ୍ତୁ ସରକାରୀ ନିୟମକାନୁନକୁ ଜଳାଞ୍ଜଳି ଦେଇ ଅସହାୟ ଶିଶୁଙ୍କୁ ଥଇଥାନ କରାଯାଉଥିବା ଆଶ୍ରମରୁ ଶିଶୁଙ୍କୁ ବାହାରେ ହସ୍ତାନ୍ତର କରିଦିଆଯାଉଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ
ଯଶୋଦା ଆଶ୍ରମରେ। ଏନେଇ ସୂଚନା ପାଇ ଶିଶୁ ମଙ୍ଗଳ ସମିତି ବା ସିଡବ୍ଲ୍ୟୁସି ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଯଶୋଦା ଆଶ୍ରମସ୍ଥିତ ପୋଷ୍ୟସନ୍ତାନ ସଂସ୍ଥାରୁ ଜଣେ ଶିଶୁକୁ ସେଠାକାର ପୋଷ୍ୟସନ୍ତାନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଭବାନୀପାଟଣା ଇରିଗେସନ କଲୋନିସ୍ଥିତ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଦେଇଥିବା ନେଇ ଶୁକ୍ରବାର ଜଣାପଡ଼ିଥିଲା । ତେବେ କୌଣସି ଶିଶୁକୁ ପୋଷ୍ୟ ଭାବେ ସ୍ଥାନାନ୍ତର କରାଯିବା ପୂର୍ବରୁ ସରକାରଙ୍କ ପ୍ରଦତ୍ତ ନିୟମର ଅନୁପାଳନ କରାଯିବା
ଆବଶ୍ୟକ ରହିଥାଏ । କେବଳ ସେତିକି ନୁହେଁ ବରଂ ଶିଶୁକୁ ଯେଉଁ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ସେମାନଙ୍କ ସମ୍ପର୍କରେ ଛାନଭିନ୍‌ ସହିତ ଏକ ସୋସିଆଲ ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହାପରେ ‘କାରା’ ଦ୍ୱାରା
ନିର୍ଦ୍ଧାରିତ ସ୍ବତନ୍ତ୍ର ପୋଷ୍ୟ ନିୟମର ଅନୁପାଳନ ହେବା ପରେ ଜିଲା ମାଜିଷ୍ଟ୍ରେଟ ତାକୁ ମଞ୍ଜୁର କରିଥାନ୍ତି ଓ ତାହା ପରେ ଯାଇ ଶିଶୁକୁ ନୂତନ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଏ । କିନ୍ତୁ ଏହି ଘଟଣାରେ ଆଶ୍ରମର କର୍ମଚାରୀ ଶିଶୁ ମଙ୍ଗଳ
ସମିତିରେ ଉକ୍ତ ଶିଶୁକୁ ଉପସ୍ଥାପନ କରାଯାଇ ନଥିବା ବେଳେ ଜିଲା ଶିଶୁ ସୁରକ୍ଷା ବିଭାଗକୁ ବି କୌଣସି ସୂଚନା ପ୍ରଦାନ କରାଯାଇନଥିଲା । ଯାହାକି କିଶୋର ନ୍ୟାୟ ଅଧିନିୟମ
୨୦୧୫ର ଧାରା ୮୦କୁ ମଧ୍ୟ ଉଲଂଘନ କରୁଥିବା ଅଭିଯୋଗ ହୋଇଛି। ଆଶ୍ରମ କର୍ତ୍ତୃପକ୍ଷ ଲୁଚାଚୋରାରେ ଉକ୍ତ ଶିଶୁକୁ କାହିଁକି ହସ୍ତାନ୍ତର କଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି। ସେପଟେ, ଟଙ୍କା ଲୋଭରେ ଆଇନଗତ ପ୍ରକ୍ରିୟା ଏଡ଼ାଇ ଶିଶୁଟିକୁ ବିକ୍ରି କରିଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ତମାମ ଘଟଣା ପରେ ଶିଶୁ
ମଙ୍ଗଳ ସମିତିର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରିବା ସହ ଥାନାରେ ଏତଲା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଶୁକ୍ରୁ, ଶୀଳାଙ୍କୁ ଫାଇନାଲ୍‌ ଚେତାବନୀ ଦେଲେ ଡିଜିପି

ଭୁବନେଶ୍ୱର/ଫୁଲବାଣୀ,୨୮ା୨(ତ୍ରିନାଥ ମହାନ୍ତି/ରାକେଶ କୁମାର ରାଉତ): ମାଓବାଦୀଙ୍କୁ ଡିଜିପି ଓ୍ବାଇ.ବି. ଖୁରାନିଆ ଶୁକ୍ରବାର ଅନ୍ତିମ ଚେତାବନୀ ଦେଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନ ହେଲେ ଏନ୍‌କାଉଣ୍ଟରର ଶିକାର…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri