ବିନା ପରିବେଶ ମଞ୍ଜୁରୀରେ ଖଣି ଖନନ ଅଭିଯୋଗ

ଛତ୍ରପୁର,୨୮ା୪(ଡି.ଏନ୍‌.ଏ.): ଛତ୍ରପୁର ନିକଟ ମାଟିଖାଲସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା ଲିଃ (ଆଇଆରଇ)ରେ ବିଭିନ୍ନ ବେନିୟମ କାର୍ଯ୍ୟ ଓ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ। ଛତ୍ରପୁର ଠାରେ ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, କାରଖାନା ପକ୍ଷରୁ ବିନା ଚୁକ୍ତିନାମାରେ ଲୋକଙ୍କୁ ଧମକ ଦେଇ ଦଲାଲ ମାଧ୍ୟମରେ ଜମିରେ ଖନନ କରାଯାଉଛି। ୨୦୧୯ଠାରୁ ୨୦୨୨ ବିନା ପରିବେଶ ମଞ୍ଜୁରିରେ ଖଣିଜ ସମ୍ପଦ ଖନନ କରିଥିଲା, ଏହା ପ୍ରଶାସନ ଓ ପରିବେଶ ଅଧିକାରୀଙ୍କ ଜ୍ଞାତସାରରେ ହୋଇଥିବା ଅଭିଯୋଗ କରିଛନ୍ତି। ପରିବେଶ ମଞ୍ଜୁରୀ ନିୟମକୁ ଅଣଦେଖା କରି ଋଷିକୁଲ୍ୟା ନଦୀ ନିକଟସ୍ଥ ୨କିମି ମଧ୍ୟ ଦୂରତା ମଧ୍ୟରେ ଖନନ କରାଯାଇଛି। ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ୨୦୦୬ ଓ ୨୦୧୩ ସାହାଯ୍ୟ ଓ ଥାଇଥାନ ନିୟମ ଥିବାବେଳେ କିଛି ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରାଯାଇଛି। କାରଖାନା ପକ୍ଷରୁ ସିଆରସି ପାଣ୍ଠିକୁ ଅଞ୍ଚଳ ସ୍ବାସ୍ଥ୍ୟ, ଶିକ୍ଷା, ଜନ କଲ୍ୟାଣ, ଚାରା ରୋପଣ ନିମନ୍ତେ ବିନିଯୋଗ କରିବା କଥା। କିନ୍ତୁ ତାହା ନକରି ନାମକୁମାତ୍ର ମାତ୍ର ବିନିଯୋଗ କରି ବାର୍ଷିକ କୋଟିକୋଟି ଟଙ୍କା ଦୁର୍ନିତିଗ୍ରସ୍ତ କର୍ମଚାରୀମାନେ ଲୁଣ୍ଠନ କରୁଛନ୍ତି। ଏହି ସମସ୍ତ କାର୍ଯ୍ୟରେ କିଛି ଅଧିକାରୀ ଓ ମାଇନିଙ୍ଗ କର୍ମଚାରୀ ଲିପ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବିକାଶ ପରିଷଦ ଦାବି କରିଛି। ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ପରିବେଶ ବିଭାଗ, ଗଞ୍ଜାମ ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରାଯାଇଛି। ୧୫ ଦିନ ମଧ୍ୟରେ ଏହି ଅଭିଯୋଗର ସମାଧାନ କରା ନଗଲେ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଗୁରୁଚରଣ ପାତ୍ର, ଏମ ଜଙ୍ଗମାୟ, ଦଣ୍ଡପାଣି ପ୍ରଧାନ, ସୂର୍ଯ୍ୟ ବେହେରା ଭୀମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?