ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

ନୂଆଗାଁ,୩୦।୬(ଧନେଶ୍ୱର ସାହୁ): ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନୟମିତତା ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍‌ ଦିଆଯାଇଛି । ହିତାଧିକାରୀ ଚୟନର ପ୍ରତିବାଦ କରି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଗୁରୁବାର ଧାରଣାରେ ବସିଛନ୍ତି। ଠିକ୍‌ ଭାବେ ତଦନ୍ତ କରି ସେମାନଙ୍କୁ ଆବାସ ଯୋଜନାରେ ସାମିଲ ନ କରିବା ଯାଏ ସେମାନେ ଧାରଣାରୁ ନିବୃତ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ଏକ ତାଲିକା ପଞ୍ଚାୟତ କାର୍ଯ୍ୟାଳୟରେ ଲଗା ଯାଇଥିଲା । ସେଥିମଧ୍ୟରୁ କେଉଁମାନେ ଅଯୋଗ୍ୟ ସେମାନଙ୍କ ନାମରେ ଅଭିଯୋଗ ଆଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଅଭିଯୋଗ ଆସିଥିବା ହିତାଧିକାରୀଙ୍କ ପୁନର୍ବାର ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅନ୍ୟମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ବ୍ୟବସ୍ଥା କରାଯାଇଛି। ତେବେ ବେରୁହାଁବାରୀ ପଞ୍ଚାୟତର ସନ୍ତୋଷୀ ସାହୁ, ପ୍ରଦୀପ୍ତ କୁମାର ସାହୁ, ପ୍ରଭାସିନୀ ସେଠୀ, ପ୍ରମିଳା ସାହୁ, କୁମୁଦୁନୀ ସାହୁ, ତ୍ରିନାଥ ବେହେରା, କମା ବେହେରା, ନର୍ମଦା ନାୟକ, ବୁଧେଇ ନାୟକ, ରମେଶ ବାରିକ, ବିଷ୍ଣୁପ୍ରିୟା ସାହୁ, ବିଜୟ କୁମାର ସାହୁ ଆବାସ ଯୋଜନାରେ ଗୃହ ପାଇବାକୁ ହକ୍‌ଦାର ଥିବା ବେଳେ ସେମାନଙ୍କ ନାମକୁ ଜାଣିଶୁଣି କାଟି ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେମାନେ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲାପାଳ, ଜିଲା ମୂଖ୍ୟ ଉନ୍ନୟନ ଅଧିକାରୀ, ବିଡିଓ, ଚେୟାରମ୍ୟାନ ଆଦିଙ୍କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ପୂର୍ବରୁ ତାଲିକାରେ ନାଁ ଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ନାଁକୁ କାହିଁକି କାଟି ଦିଆଗଲା ସେ ବିଷୟରେ ସେମାନଙ୍କୁ ଜଣାଗଲା ନାହିଁ । ଆବାସ ଯୋଜନା ଆଧାରରେ ଯଦି ଟାଇଲ କିମ୍ବା ଆଜବେଷ୍ଟ ଘରଥିବା ଲୋକ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ତେବେ ଏମାନଙ୍କୁ କାହିଁକି ବାଦ୍‌ ଦିଆଯାଇଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନର୍ମଦା ନାୟକ ଗୋଟିଏ କୁଡିଆରେ ଜରି ପକାଇ ରହୁଥିବା ବେଳେ ବିଜୟ ସାହୁ ଜଣେ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତି। ବେରୁହାଁବାରୀ ପଞ୍ଚାୟତ ଜିଆରଏସ୍‌ ବୁଧେଇ ବଓ୍ବୋଙ୍କ ବୋହୂ ନର୍ମଦା ନାୟକଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବୁଧବାର ଦେବି କହି ୩୦୦ ଟଙ୍କା ଓ ବିଷ୍ଣୁପ୍ରିୟା ସାହୁଙ୍କଠାରୁ ୨୦୦୦ ହଜାର ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ବାବଦରେ ବେରୁହାଁବାରୀ ଜିଆରଏସ୍‌ ପଲ୍ଲବୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲା କିନ୍ତୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଠିକ୍‌ ଭାବେ ତଦନ୍ତ କରି ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ନ ମିଳିବା ଯାଏ ଧାରଣାରୁ ଉଠିବୁ ନାହିଁ ବୋଲି ଧାରଣାରେ ବସିଥିବା ବ୍ୟକ୍ତିମାନେ କହିଛନ୍ତି। ଏ ବାବଦରେ ଜିଲାପାଳଙ୍କ ସହ ଆଲୋଚନା ଚାଲିଛି ବୋଲି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ୱତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ୱତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri