ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ଼ ଅଭିଯୋଗ

ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ନୂଆଗଁା ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ବ୍ୟକ୍ତି ଛାତ୍ରମାନଙ୍କୁ ମାଡ଼ ମରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ୩୮ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ଉକ୍ତ ବ୍ୟକ୍ତିଜଣକ ୫ଜଣ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଗୁରବାର ଏହି ଘଟଣାକୁ ନେଇ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଖବର ପାଇ ଠାକୁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ବେହେରା ମହୁଲଡ଼ିହା ଥାନାରେ ନୂଆଗଁା ଗ୍ରାମର ଅନି ଦାସଙ୍କ ନାମରେ ଛାତ୍ରମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିବା ସୂଚନା ମିଳିଛି।