ବର୍ତ୍ତିଯିବାକୁ ଗହମ ଖୋଜା ଚାଲିଛି

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଆବାସ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଆସୁଛି। ୧୪ ମାସ ତଳେ ଏହି ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ୫୪୦ କୁଇଣ୍ଟାଲ ଗହମ ହଡ଼ପ ଅଭିଯୋଗ ହୋଇଥିଲା। ସ୍ଥାନୀୟ ହିତାଧିକାରୀମାନେ ଗହମ ହଡ଼ପ ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମାମଲାଟି ନୂଆ ମୋଡ଼ ନେଇଛି। ଖୁବ୍‌ଶୀଘ୍ର ଏହି ଅଭିଯୋଗ ଉପରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ହେଲେ ତଦନ୍ତ ପୂର୍ବରୁ ଲୋକେ କିପରି ଗହମ ପାଇବେ ସେଥିନେଇ ଏବେ ଉକ୍ତ ବ୍ଲକର ଯୋଗାଣ ନିରୀକ୍ଷକଙ୍କ ନିଦ ହଜି ଯାଇଛି। ଏହାସହ ଉକ୍ତ ଗହମ ବାହାର ଜିଲାରୁ କେମିତି କିଣା ହୋଇ ଆସିବ ସେ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ତେବେ ତୁରନ୍ତ ଏହା ସମ୍ଭବ ହେଉ ନ ଥିବାରୁ କଳେବଳେ କୌଶଳେ ଏହି ଘଟଣାକୁ ଚାପିଦେବା ପାଇଁ ଜଣେ ନେତାଙ୍କ ସହାୟତା ନିଆଯାଇଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁସାରେ ,୨୦୨୨ ଜୁଲାଇ ଓ ଅଗଷ୍ଟରେ ବିଞ୍ଝାରପୁର ବ୍ଲକର କଣ୍ଟ୍ରୋଲ ସାମଗ୍ରୀ ପରିବହନ ଦାୟିତ୍ୱରେ ଥିବା ଠିକାଦାର ୧୭୫୬.୨୮ କୁଇଣ୍ଟାଲ ଗହମ ଉଠାଇଥିଲେ। ସେଥିରୁ ୧୨୧୬.୨୮ କୁଇଣ୍ଟାଲ ଗହମ ବିଭିନ୍ନ ଡିଲରଙ୍କୁ ଦିଆଯାଇଥିବାବେଳେ ଅବଶିଷ୍ଟ ୫୪୦ କୁଇଣ୍ଟାଲ ବାହାରେ ବିକ୍ରି କରାଯାଇଥିଲା। ଫଳରେ ଗହମ ପାଇ ନ ଥିବା ହିତାଧିକାରୀମାନେ ମାସ ମାସ ଧରି ଡିଲରଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇ ଫେରିଥିଲେ। ଏପରିକି ହିତାଧିକାରୀଙ୍କୁ ଗହମ ଦେଇପାରି ନଥିବା ଡିଲରମାନେ ଏନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଯୋଗାଣ ନିରୀକ୍ଷକଙ୍କ ଭୟରେ ସମ୍ପୃକ୍ତ ଡିଲରମାନେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଫଳରେ ଏହି ଘଟଣାକୁ ୧୪ ମାସ ଧରି ଚାପି ଦିଆଯାଇଥିଲା। ଏବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଞ୍ଝାରପୁର ବ୍ଲକ ଯୋଗାଣ ନିରୀକ୍ଷକଙ୍କ ଜଣେ ପାଖ ଲୋକ ଏବେ ଗହମ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ହଡ଼ପ ହୋଇଥିବା ୫୪୦ କୁଇଣ୍ଟାଲ ଗହମର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥିବାରୁ ଏକାବେଳକେ ଏତେ ପରିମାଣର ଗହମ ଜିଲା ବାହାରୁ କିଣିବା ସମ୍ଭବ ହୋଇପାରୁ ନାହିଁ। ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ଥିବା ଡିଲରମାନେ ନିଜର ଗହମ କିମ୍ବା ଚାଉଳ କୋଟା ପାଇବା ପରେ ହିତାଧିକାରୀଙ୍କୁ ଯୋଗାଇ ଦେଇଥାନ୍ତି। ଏହି କଣ୍ଟ୍ରୋଲ ସାମଗ୍ରୀ ଯୋଗାଇବା ପୂର୍ବରୁ ସମ୍ପୃକ୍ତ ଡିଲରମାନେ ହିତାଧିକାରୀଙ୍କ ଟିପ ଚିହ୍ନ କିମ୍ବା ଆଖି ସ୍କାନ କରିଥାନ୍ତି। ଫଳରେ କେଉଁ ଡିଲର କେତେ ପରିମାଣର କଣ୍ଟ୍ରୋଲ ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇଦେଲେ ସେ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିପାରନ୍ତି। ଯୋଗାଣ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁ ସତ୍ତ୍ୱେ ବିଞ୍ଝାରପୁର ବ୍ଲକରେ ୫୪୦ କୁଇଣ୍ଟାଲ ଗହମ ହଡ଼ପ ଅଭିଯୋଗ ଉପରେ ଉଚ୍ଚ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁଙ୍କୁ ପଚାରିବାରେ ସେ କହିଛନ୍ତି, ବିଞ୍ଝାରପୁର ବ୍ଲକରେ ୫୪୦ କୁଇଣ୍ଟାଲ ଗହମ ସମ୍ପର୍କରେ ସ୍ଥାନୀୟ ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ତଦନ୍ତ କରିବାକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri