Categories: ଜାତୀୟ

ଆଲ୍ଲାହାବାଦ ହାଇକୋର୍ଟକୁ ଗଲା କୃଷ୍ଣ ଜନ୍ମଭୂମି ମାମଲା

ଆଲ୍ଲାହାବାଦ, ୨୭ା୫: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ। ଶାହି ମସ୍‌ଜିଦ ଇଦ୍‌ଗା ନିର୍ମାଣ ହୋଇଥିବା ଜମି ଉପରେ ହିନ୍ଦୁ ଭକ୍ତମାନେ ଅଧିକାର ଦାବି କରିଆସୁଛନ୍ତି। ଉକ୍ତ ମାମଲାଗୁଡ଼ିକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନ ଉପରେ ହାଇକୋର୍ଟ ଗତ ୩ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ମଥୁରାର କୃଷ୍ଣ ଜନ୍ମଭୂମି ମାମଲାର ଜାତୀୟ ଗୁରୁତ୍ୱ ଥିବାରୁ ତାହା ହାଇକୋର୍ଟରେ ଶୁଣାଣି ହେବା ଆବଶ୍ୟକ ବୋଲି ପିଟିଶନରେ ଦର୍ଶାଯାଇଥିଲା। କଟ୍ରା କେଶବ ଦେବ ଖଓ୍ବୋଟ୍‌ ମଥୁରାର ଭଗବାନ ଶ୍ରୀକୃଷ୍ଣ ବିରାଜମାନଙ୍କ ତରଫରୁ ରଞ୍ଜନ ଅଗ୍ନିହୋତ୍ରୀ ଓ ଅନ୍ୟ ୭ ଜଣ ଏହି ପିଟିଶନ ଦାଏର କରିଥିଲେ।

Share